‘କଳାକାର’ର ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବ ସେପ୍ଟେମ୍ବର ୩ରୁ

ବାଲେଶ୍ୱର,୨୩/୭ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ବାଲେଶ୍ୱରର ଅନ୍ୟତମ ନାଟ୍ୟାନୁଷ୍ଠାନ ‘କଳାକାର’ର ୧୯ତମ ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଞ୍ଜନ ଦାସମହାପାତ୍ର ଏଥିରେ ଅଧ୍ୟକ୍ଷତା କରିବା ସହିତ ଶିଶୁ ନାଟକ ମହୋତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ପାଦନ ସୌମ୍ୟରଂଜନ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଓ ଉପଦେଷ୍ଟା ଏଥିରେ ଯୋଗଦେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରେ ହେବାକୁ ଥିବା ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏନେଇ ବିଭିନ୍ନ ନାଟ୍ୟାନୁଷ୍ଠାନ ଓ ବିଦ୍ୟାଳୟ ପକ୍ଷରୁ ଆବେଦନ ଫର୍ମ ଓ ପାଣ୍ଡୁଲିପି ଅଗଷ୍ଟ ୫ ତାରିଖ ସୁଦ୍ଧା ଦାଖଲ କରିବାକୁ ଧାର୍ଯ୍ୟ ହୋଇଛି।

Leave a Reply

Your email address will not be published. Required fields are marked *