କଳମଛୁଇଁ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ତାଳଚେର,୨/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ କଳମଛୁଇଁସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଆଜି ଆନନ୍ଦଉଲ୍ଲାସର ସହ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଶ୍ରୀକୃଷ୍ଣଙ୍କ ପ୍ରତିମାକୁ ପୂଜାର୍ଚ୍ଚନା କରାଯାଇଥିଲା । ୫୦ରୁ ଉଦ୍ଧ୍ୱର୍ କୁନି କୁନି ଛାତ୍ରଛାତ୍ରୀମାନେ ରାଧାକୃଷ୍ଣ ବେଶ ହୋଇ ଏକ ଶୋଭାଯାତ୍ରାରେ କଳମଛୁଇଁ ଗ୍ରାମକୁ ପରିକ୍ରମା କରିଥିଲେ । ଶ୍ରଦ୍ଧାଳୁମାନେ ଦୀପ,ଆଳତୀ କରି ରାଧା କୃଷ୍ଣ ବେଶଧାରୀ କୁନି କୁନି ପିଲାମାନଙ୍କୁ ବନ୍ଦାପନା କରିଥିଲେ । ଏହାପରେ ଶିଶୁମନ୍ଦିର ପରିସରରେ ପ୍ରଧାନାଚାର୍ଯ୍ୟ ଚର୍ତୁଭୂଜ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଶିକ୍ଷାବିତ୍ ଜଗନ୍ ମୋହନ ଗଡ଼ନାୟକ, ସମ୍ମାନୀତ ଅତିଥି ଭାବରେ ତାଳଚେର ସଙ୍କୁଳପ୍ରମୁଖ ପ୍ରତାପ ଚନ୍ଦ୍ର ଦେହୁରୀ,ପରିଚାଳନା କମିଟିର ଉପସଭାପତି ଭୀମସେନ ସାହୁ ଓ ସମ୍ପାଦକ ବିଭୁତି ଭୂଷଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ମହାପ୍ରଭୂ ଶ୍ରୀକୃଷ୍ଣ ଶ୍ରଦ୍ଧା ଓ ଆସ୍ଥାର ପ୍ରତୀକ ବୋଲି ନିଜ ବକ୍ତବ୍ୟରେ ମୁଖ୍ୟ ଅତିଥି ଶ୍ରୀ ଗଡ଼ନାୟକ ପ୍ରକାଶ କରିଥିଲେ । ଏହାପରେ କୁନିକୁନି ପିଲାଙ୍କ ମଧ୍ୟରେ ରାଧାକୃଷ୍ଣ ବେଶ ପ୍ରତିଯୋଗିତା ଓ ଭାଗବତ ଆବୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ଶିଶୁମାନଙ୍କୁ ମୁଖ୍ୟ ଅତିଥି ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗୁରୁମା ବୈଦେହୀ ସାହୁ ଓ ଦମୟନ୍ତୀ ନନ୍ଦ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ଶରତ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସମସ୍ତ ଗୁରୁଜୀ, ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *