ତାଳଚେର,୧୨/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚକ୍ଷୁ ପରୀକ୍ଷା ଓ ଚଷମା ବିତରଣ ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ନେତ୍ରଜ୍ୟୋତି ଅଭିଯାନ ଯୋଜନାରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଏହି ଶିବିର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଅର୍ନ୍ତନିବେଶି ଶିକ୍ଷା ସଂଯୋଜକ ବିଜୟ କୁମାର ସାହୁ,ସମ୍ମାନୀତ ଅତିଥିଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତିଭା ବାରିକ,ସହ ଗୋଷ୍ଠୀ ଅଧିକାରୀ ଶ୍ରୀଧର ଉପାଧାୟ,ଗୋଷ୍ଠୀ ସାଧନ କର୍ମୀ ରଘୁନାଥ ବାରିକ ଓ ରେଣୁବାଳା ସାହୁ ପ୍ରମୁଖ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । ଏହି ଶିବିରରେ ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ, କଳାପାଟ, ଗୋପାଳପ୍ରସାଦ, ବଡଯୋରଡା,ଗୋବରା,ଜଗନ୍ନାଥପୁର ଆଦି ୬ଟି କ୍ଲଷ୍ଟରର ୬୦ଟି ବିଦ୍ୟାଳୟର ୨୪୫ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ତାଳଚେର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ଚକ୍ଷୁ ବିଶେଷଜ୍ଞ ଡାକ୍ତର ପରମେଶ୍ୱର ଜେନା,ଚକ୍ଷୁ ସହାୟକ କଳ୍ପନା ଜେନା,ବ୍ରଜବନ୍ଧୁ ପରିଡା ପ୍ରମୁଖ ଛାତ୍ରଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଏହି ଅବସରରେ ୮୯ ଜଣ ଛାତ୍ରଛାତ୍ରୀମାନଙ୍କୁ ଚଷମା ପ୍ରଦାନ କରାଯାଇଥିଲା । ଏହି ଶିବିରକୁ କ୍ଷେତ୍ରବାସୀ ବେହେରା ପରିଚାଳନା କରିଥିଲେ । ଗୋବରା ଆଂଚଳିକ ସାଧନ କେନ୍ଦ୍ରର ସଂଯୋଜକ କ୍ଷୀରୋଦ କୁମାର ସାହୁ,ବଡଜୋରଡାର ସଂଯୋଜକ ଦୁଷ୍ମନ୍ତ କୁମାର ପଟ୍ଟନାୟକ,କଳମଛୁଇଁ କେନ୍ଦ୍ରର ସୁବାସ ଚନ୍ଦ୍ର ଜ୍ୟୋତିଷ,କଳାପାଟ କେନ୍ଦ୍ରର ରଞ୍ଜନ କୁମାର ଦାସ,ଗୋପାଳପ୍ରସାଦ କେନ୍ଦ୍ରର ପ୍ରଶାନ୍ତ କୁମାର ପ୍ରଧାନ,ଜଗନ୍ନାଥପୁର କେନ୍ଦ୍ରର ଗୌରଚରଣ ଦାସ ପ୍ରମୁଖଙ୍କ ସହ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ନେତ୍ରଜ୍ୟୋତି ଅଭିଯାନ,ଅନୁଗୋଳ ଯୋଜନାର ପରବର୍ତୀ ଶିବିର ଚଳିତ ମାସ ୧୮ତାରିଖ ଦିନ କିଶୋରନଗର ବ୍ଲକ ଅନ୍ତର୍ଗତ ନାକ୍ଚିସ୍ଥିତ ମାହେଶ୍ୱରୀ ଉଚ୍ଚବିଦ୍ୟାଳୟ ଓ ୧୯ ତାରିଖ ଦିନ ପାଲଲହଡା ବ୍ଲକ ଅନ୍ତର୍ଗତ ମହତାବ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହେବ ବୋଲି ସଂଯୋଜକ ଶ୍ରୀ ସାହୁ ପ୍ରକାଶ କରିଥିଲେ ।