କଳମଛୁଇଁରେ ସରସ୍ୱତୀ ପୂଜା ପାଳିତ

ତାଳଚେର, ୨୨/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ କଳମଛୁଇଁ ପଂଚାୟତର ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ହିଙ୍ଗୁଳା ନୋଡାଲ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଦ୍ୟାଦାତ୍ରୀଙ୍କ ଆରାଧନା କରାଯାଇଥିଲା। ମା’ ବାଗ୍ଦେବୀଙ୍କ ମୃଣ୍ମୟୀ ପ୍ରତିମାକୁ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ଦ୍ୱାରା ବିଧି ମୁତାବକ ପୂଜାର୍ଚ୍ଚନା କରି ଜୀବନ୍ୟାସ ଦିଆଯାଇଥିଲା। ସ୍କୁଲର ପ୍ରଧାନଶିକ୍ଷକ ଦୁଃଖବନ୍ଧୁ ସାହୁ କର୍ତା ଭାବରେ ଯୋଗଦାନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମା’ଙ୍କୁ ପୁଷ୍ପାଞ୍ଜଳୀ ପ୍ରଦାନ କରାଯାଇଥିଲା। ଶେଷରେ ସମସ୍ତେ ସାମୁହିକ ପ୍ରସାଦ ସେବନ କରିଥିଲେ। ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ସାମଲ, ତ୍ରିଲୋଚନ ପ୍ରଧାନ, ଅନୂପମା ବଳ, ନନ୍ଦିନୀ ବେହେରା, ଚିନ୍ମୟୀ ପ୍ରଧାନ, ତ୍ରିଲୋଚନ ନନ୍ଦ, ସୁଦେଷ୍ଣା ବେହେରା, ସୁବାସ ସ୍ୱାଇଁ, ରାଜକିଶୋର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ସେହିପରି କଳମଛୁଇଁ ପଂଚାୟତ ଅନ୍ତର୍ଗତ ମଝୀକା ପ୍ରାଥମିକ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କଳମଛୁଇଁ ବାଳିକା ଉଚ୍ଚ ବିଦ୍ୟାଳୟ, କଳମଛୁଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଝୀକା ନରହରିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡଅଁରା ହାଇ ସ୍କୁଲ, ନୀଳକଣ୍ଠେଶ୍ୱର ଉଚ୍ଚବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନଗୁଡିକରେ ବିଦ୍ୟାଦାତ୍ରୀ ଙ୍କର ପୂଜା ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *