ଅନୁଗୁଳ

କଳକୀ ମାନବ ସେବା ସମିତି ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା

ତାଳଚେର, ୧୬/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ୍ ଗୋବରା ପଂଚାୟତ ଅନ୍ତର୍ଗତ କରଡାପଲ୍ଲୀ ଗ୍ରାମର ମୀନାବଜାର ଶ୍ରମିକ ବସ୍ତିରେ ଗତ ସୋମବାର ରାତ୍ରୀରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ଥ ୪ଟି ଅଗ୍ନିବିପନ୍ନ ପରିବାରକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ ମାନବ ସେବା ସମିତି” ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ସମିତିର ସଦସ୍ୟମାନେ ଅଗ୍ନିବିପନ୍ନ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ସଦସ୍ୟମାନଙ୍କୁ ବସ୍ତ୍ର ଦାନ କରିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦେଇଥିଲେ। ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ରୀତାରାଣୀ ଦାସଙ୍କ ନେତୃତ୍ୱରେ ସମିତିର ସଦସ୍ୟମାନେ ଉକ୍ତ ରିଲିଫ୍ କାର୍ଯ୍ୟରେ ସହାୟତା କରିଥିଲେ। ସମାଜସେବୀ ରବି ବେହେରା ଅଗ୍ନି ବିପନ୍ନ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ଗତ ସୋମବାର ରାତ୍ରୀରେ ଅଗ୍ନିକାଣ୍ଡ ଘଟି ଭିନ୍ନକ୍ଷମ ଅମର ସାହୁଙ୍କ ସମେତ ଚାରୋଟି ପରିବାରର ବାସଗୃହ ସହ ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଥିଲା। ଏହି ସହାୟତା ପ୍ରଦାନ କଳାବେଳେ ଉକ୍ତ ଗ୍ରାମର ସୁଶାନ୍ତ ସାହୁ, ଅନିମା ବେହେରା, ପ୍ରଶାନ୍ତ ଶତପଥୀ ପ୍ରମୁଖ ଗ୍ରାମବାସୀ ସହଯୋଗ କରିଥିଲେ। “କଳ୍କୀ ମାନବ ସେବା ସମିତି”ର ଏଭଳି ଜନହିତକର କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦାମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top