ଜିଲ୍ଲା ପରିକ୍ରମା

କଲ୍ୟାଣୀ ସେବାସମବାୟ ସମିତିରେ, ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ବାହାନଗା/ ବାଲେଶ୍ୱର, ୩୦/୦୬(ଓଡ଼ିଆ ପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର କଲ୍ୟାଣୀ ସେବାସମବାୟ ସମିତି ତରଫରୁ ନୂଆପୁର ବାତ୍ୟା ଆଶ୍ରୟ ସ୍ଥଳ ପରିସରରେ ଚାଷୀ ଭାଇଙ୍କ ସଚେତନତା କାର୍ଯ୍ୟକ୍ରମ “ସମବାୟ ଆପଣଙ୍କ ଦ୍ୱାରରେ” ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମିତି ସଭାପତି ଡା ଆଲୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ମୁଖ୍ୟ ଅତିଥି ଭାବେ ସୋର ବିଧାୟକ ପର୍ଶୁରାମ ଧଡ଼ା, ବାଲେଶ୍ୱର -ଭଦ୍ରକ ସମବାୟ ବ୍ୟାଙ୍କର ଏଜିଏମ ସନ୍ତୋଷ କୁମାର ବେହେରା, ଯୋଗ ଦେଇ ସମିତି ଓ ବ୍ୟାଙ୍କରୁ ଚାଷୀଙ୍କୁ ସ୍ୱଳ୍ପ ମିଆଦୀ ଋଣ, ଦୀର୍ଘ ମିଆଦି ଋଣ ସମ୍ପର୍କରେ ଚାଷୀଙ୍କୁ ସୂଚନା ଦେଇଥିଲେ। ସମ୍ମାନିତ ଅତିଥିଭାବେ ବାହାନଗା ଚେୟାରମ୍ୟାନ ସରସ୍ୱତୀ ମହାଳିକ, ବାହାନଗା ସମବାୟ ବ୍ୟାଙ୍କ ଶାଖା ପରିଚାଳକ ରମେଶ ରଥ, ସମବାୟ ସମ୍ପସାରଣ ଅଧିକାରୀ ମହେନ୍ଦ୍ର ପାତ୍ର, ନୂଆପୁର ସରପଞ୍ଚ ମନୋରମା ମଲ୍ଳିକ, କଲ୍ୟାଣୀ ସମିତି ସଭ୍ୟ ବୃନ୍ଦାବନ ଜେନା, ସମାଜସେବୀ ପ୍ରଭାକର ମିଶ୍ର, ଉଦୟନରାୟଣ ମହାପାତ୍ର, ଯୁବନେତା ନୀଳାମ୍ବର ମହାଳିକ, ରବିନ୍ଦ୍ର ନାଥ ମହାଳିକ, ଅବିଭକ୍ତ କଲ୍ୟାଣୀ ପଞ୍ଚାୟତର ଗ୍ରାମବାସୀ, ଏସଏଚଜିର ଗ୍ରୁପର ମହିଳା ଯୋଗ ଦେଇ ଥିଲେ। କାର୍ଯ୍ୟକ୍ରମକୁ ସେବା ସମବାୟ ସମିତିର ନିର୍ଦ୍ଦେଶକ ଓ ଉପସ୍ଥିତ ସଭ୍ୟସଭ୍ୟା ପରିଚାଳନା କରିଥିଲେ।ଶେଷରେ ଓଡ଼ଶାଳ ସରପଞ୍ଚ ଆରତୀ ଦଳେଇ ଧନ୍ୟବାଦ ଦେଇଥିଲେ। ମଞ୍ଚପରିଚାଳନା ମଣିଭଦ୍ର ମହାଳିକ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top