କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତାଳଚେର,୮/୭ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ହାଟତୋଟା ନିକଟସ୍ଥ ରେମୁଆଁ ଅଂଚଳରେ ବାସ କରୁଥିବା ଜନୈକ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତା ଯୁବତୀଙ୍କ ନାମ ଦୀକ୍ଷା ଭାରତୀ (୧୭) ଏବଂ ତାଙ୍କ ପିତାଙ୍କ ନାମ ଅରୁପାନନ୍ଦ ପରିଡ଼ା। ପ୍ରାପ୍ତ ସୂଚନାରୁ ପ୍ରକାଶ ମୃତା ଛାତ୍ରୀଙ୍କ ପିତାଙ୍କ ଘର ଢେଙ୍କାନାଳ ଜିଲ୍ଲା ଡମୋଳ ଅଂଚଳରେ ଭୂବନେଶ୍ୱରରେ ଚାକିରୀ କରନ୍ତି ଏବଂ ମାତା ଡମୋଳରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ। ନିଜ ପରିବାର ସହ ସେମାନେ ସ୍ଥାନୀୟ ରେମୁଆଁ ଅଂଚଳରେ ରହି ଆସୁଛନ୍ତି। ତେବେ ଉଭୟ ମାତାପିତା ନିଜ ନିଜ କର୍ମରେ ବାହାରକୁ ଯାଇଥିଲେ ଏବଂ ଘରେ ଉକ୍ତ ଛାତ୍ରୀ ଏକାକୀ ଥିଲେ। ଆଜି ସକାଳୁ ତାଙ୍କ ଘରେ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ରହିଥିବାର ଘର ମାଲିକ ପୋଲିସକୁ ସୂଚନା ଦେବାପରେ ପୋଲିସ ଘଟଣାସ୍ଥଳକୁ ଆସି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିବାସହ ଶବକୁ ବ୍ୟବଚ୍ଚେଦ ପାଇଁ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି। ତେବେ କେଉଁ କାରଣ ଯୋଗୁଁ ଛାତ୍ରୀର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇପାରିନି।

Leave a Reply

Your email address will not be published. Required fields are marked *