କଲେଜ ଛାତ୍ରୀଙ୍କୁ ଅସଦାଚାରଣ ଘଟଣା, ଏସପି ଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ପୁଲିସ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ,ସୁରକ୍ଷାପାଇଁ ପଡିତାଙ୍କୁ ବାଳାଶ୍ରମ ରେ ରଖାଗଲା ।

ମାଲକାନଗିରି,୧୪ା୧୧ (ଓଡିଆ ପୁଅ / ଏସ.ଦାଶ) ମାଲକାନଗିରି ଜିଲ୍ଲା ମାଥିଲି ଥାନାସ୍ଥ ଗୋବିନ୍ଦପାଲି କେଲଜରେ ପଢୁଥିବା ଜଣେ  ଛାତ୍ରୀ କୁ କିଛି ଯୁବକ ଅସଦାଚାରଣ କରି ଥିବାର ମାଥିଲି ଥାନାରେ ଛାତ୍ରୀ ଜଣକ ତନିଜଣ ଯୁବକଙ୍କ ନାମରେ ଏତଲା ଦେଇଥିଲେ । ତଦନ୍ତରେ ବିଳମ୍ବ ହେବା ଓ ଛାତ୍ରୀଜଣଙ୍କ ଅସୁର କ୍ଷିତ ମଣୁଥିବାରୁ କଲେଜକୁ ଯାଇପାରୁ ନାହାଁନ୍ତି, ସେ କିପରି ପରୀ କ୍ଷା ଦେବେ ସେନେଇ ପଡିତା ଓ ତାଙ୍କର ମାମୁଁ ଗତକାଲି ଜିଲ୍ଲା ଶିଶୁ ସୁରକ୍ଷା ସମତି ଅଧ୍ୟକ୍ଷା ସଂଯୁକ୍ତାପ୍ରଧାନଙ୍କୁ ଭେଟି ଗୁହାରି ଜଣାଇଛନ୍ତି । ଶ୍ରୀମତୀ ପ୍ରଧାନ ପଡିତାଙ୍କ ଅଭିଯୋଗ ସଂପର୍କରେ ତୁରନ୍ତ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ମାଥିଲି ଥାନାକୁ ନିର୍ଦ୍ଦେଶ ଦେବାପରେ ଆଜି ଏକ ସ୍ୱତନ୍ତ୍ର ଟିମଗଠନକରା ଯାଇ ଅଭିଯୁକ୍ତଙ୍କୁ ଜୋରଦାର ଖୋଜାଚାଲିଛି । ଛାତ୍ରୀଜଣଙ୍କ ନିଜକୁ ଅସୁରକ୍ଷିତ ମଣୁଥିବାରୁ ସେ ଗୋବିନ୍ଦପାଲି ମାମୁଁଙ୍କ ଘରେ ରହିବାକୁ ଡରୁଥିବାରୁ ତାଙ୍କୁ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଏମଭି୪୨ ଗ୍ରାମରେ ଥିବା ବାଳାଶ୍ରମ ଗୃହରେ ରଖାଯାଛି । ଅତିରିକ୍ତ ଏସପି ଙ୍କ ନେତୃତ୍ୱରେ ତିନୋଟି ସ୍ୱତନ୍ତ୍ର ପୁଲିସ ଟିମଗଠନ କରାଯାଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖାନତଲାସି କରାଯାଇ ତଦନ୍ତ ଚାଲିଛି,ଖୁବଶିଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ପରେ କଲେଜଛାତ୍ରୀ ଙ୍କ ଅସଦାଚାରଣ ସଂପର୍କରେ ପ୍ରକୃତ ରହସ୍ୟ ପଦାକୁ ଆସିବ ,ଏହି ଘଟଣାର ମୋଡ ଅନ୍ୟଆଡକୁ ଯାଉଥିବାରୁ ପୁଲିସ ପକ୍ଷକୁ ସତର୍କତାର ସହିତ ତଦନ୍ତ ଚାଲିଛି ବୋଲି ମାଲକାନଗିରି ଏସପି ଜଗମୋହନ ମୀନା କହିଛନ୍ତି । ଏବେ ତନିଜଣ ଯୁବକଙ୍କ ସହିତ ଅନ୍ୟଜଣେ ଅଧ୍ୟାପକ ଙ୍କ ନାମ ଛାତ୍ରୀ ଅସଦାଚରଣ ମାମଲାରେ ସପୃକ୍ତି ଥିବାର ଯୋରଦାର ହାଲା ହେଉଛି ।

ଛାତ୍ରୀ ଙ୍କ ଏତଲା ଅନୁଯାଇ ଜଣାପଡିଛି ଯେ ଗୋବିନ୍ଦପାଲ୍ଲି ଗ୍ରାମରେ ମାମୁଁ ଘରେ ରହୁଥିବା ଛାତ୍ରୀ ଜଣଙ୍କ ଗୋବିନ୍ଦପାଲ୍ଲି  ବିଜ୍ଞାନ ମହାବିଦ୍ୟାଳୟ ରେ ଅଧ୍ୟୟନକରନ୍ତି ସେ ପ୍ରାକ୍ଟିକାଲ କ୍ଲାସ କରିବାକୁ କଲେଜକୁ ଯିବା ସମୟରେ ରୋଷେଇ ଘର କାନ୍ଥନିକଟରେ ଆଗରୁ ଲୁଚିରହିଥିବା ତନିଜଣ ଯୁବକ ମହଁରେ କପଡା ବାନ୍ଧି ତା ନିକଟରେ ପହଁଚି ଥିଲେ,ଛାତ୍ରୀ ପାଟି କରିବା ଆଗରୁ ତାକୁ ନିକଟରେ ଥିବା ଏକ ରୋଷେଇଘରକୁ ଟେକିନେଇ ଯୋରଦବପୋଷାକ ଖୋଲି ଫଟୋ ଉଠାଇଥିଲେ,ଏହାକୁ ଛାତ୍ରୀ ବାରଣ କରିବାରୁ ତାକୁ ହତ୍ୟା କରିଦିଆ ଯିବ ଓ ଉଲଗ୍ନ ଫଟୋ ସୋସିଆଲ ମେଡିଆରେ ଛଡିଦିଆଯିବ ବୋଲି ଧମକ ଦେଇଥିଲେ ,ଛାତ୍ରୀ ଜଣଙ୍କ ବଡ ଯୋରରେ ପାଟିକରିବାରୁ ସେଠାରେ ଜଣେ ଅଧ୍ୟାପକ ପହଂଚି ଯିବାରୁ ଯୁବକ ଜଣେ ଛାତ୍ରୀକୁ ଛୁରି ମାରି ଖସି ପଳାଇଥିଲେ ,ଛୁରି ମାଡରେ ଛାତ୍ରୀଙ୍କ ପାପୁଲି କଟି ଯାଇଥିବାର ଜଣାପଡିଛି । ଏ ସଂପର୍କରେ ଛାତ୍ରୀ ଗୋବିନ୍ଦପାଲ୍ଲି ପୁଲିସ ଫଣ୍ଡିରେ ଏତଲା ଦେଇଥିଲେ, ଏହି ଘଟଣାକୁ କଲେଜର କର୍ତୁପକ୍ଷ ଓ ଗୋବିନ୍ଦପାଲ୍ଲି ଗ୍ରାମର କିଛି ବ୍ୟକ୍ତି ଆପୋସ ସମାଧନକରି ଲୁଚାଇଦେବାକୁ ଚେଷ୍ଟାକରୁଥିବାର ଛାତ୍ରୀ ଙ୍କ ମାମୁ ଅଭିଯୋଗ କରିଛନ୍ତି । ଦିନ ଦ୍ୱପ୍ରହରରେ କଲେଜ ପରିସରରେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ଅତ୍ୟନ୍ତ ନିନ୍ଦନିୟ ଘଟଣା ,ଆସମି ମାନଙ୍କୁ କୋଠର ଦଣ୍ଡଦିଆ ଯାଉ ଯେପରେ କେହି ଝିଅ ମାନଙ୍କ ପ୍ରତି ଅସଦାଚରଣ କରିବାକୁ ସାହସ କରିବେ ନାହିଁ । ପିଡିତାଙ୍କ ଜୀବନ ପ୍ରତି ଭୟ ଥିବାରୁ ସେ କଲେଜ ଯିବା ବନ୍ଦକରିଦେଇଛନ୍ତି,ଅଳ୍ପଦିନ ରହିଲା କଲେଜ ପରୀକ୍ଷା ପଡିତାଙ୍କୁ ପରୀକ୍ଷା ଦେବାପାଇଁ କଲେଜକର୍ତୁ ପକ୍ଷ ଓ ଜିଲ୍ଲାପ୍ରଶାନ ସହ ଯୋଗ କରିବା ପାଇଁ ପିଡିତା ଛାତ୍ରୀଙ୍କ ମାମୁ ଅନୁରୋଧ କରିଛନ୍ତି .ଏହି ଘଟଣା ଦିନକୁ ଦିନ ଜଟିଳଆଡକୁ ଗତିକରୁଥିବାରୁ ସମଗ୍ର ମାଲକାନଗରି ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟପାଲଟିଛି ।

Leave a Reply

Your email address will not be published. Required fields are marked *