କଲେଜ ଅଧ୍ୟକ୍ଷଙ୍କ ନିଲମ୍ବନ ପ୍ରତିବାଦରେ ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ

ତୁରୁମୁଙ୍ଗା ୧-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ବାଉଁଶୁଳୀ ରୁ ଚମ୍ପୁଆ ଯିବା ରାସ୍ତା ଉଖୁଣ୍ଡା ଠାରେ ଦୀର୍ଘ ସମୟ ଧରି ଛାତ୍ରଛାତ୍ରୀମାନେ ରାସ୍ତା ଅବରୋଧ କରିଥିଲେ। ସୂଚନା ଅନୁଯାୟୀ ଉଖୁଣ୍ଡା ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ସୁରେନ୍ଦ୍ର ମହାନ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଏକ ବିବାଦୀୟ ପୋଷ୍ଟ ଫେସବୁକରେ ସେୟାର କରିବାକୁ ନେଇ କଲେଜ ପରିଚାଳନା କମିଟିର ସଭାପତି ତଥା ପାଟଣା ବିଧାୟକ ନିଲମ୍ବନ କରିଥିଲେ। ଏହା ପରେ ଅଧକ୍ଷଙ୍କ କାର୍ଯ୍ୟାଳୟରେ ଚାବି ପକାଇ ଦେଇଥିଲେ ବିଧାୟକ ହୃଷୀକେଶ ନାଏକ। ଏହାକୁ ପ୍ରତିବାଦ କରି କଲେଜର ଛାତ୍ରଛାତ୍ରୀ ଆଜି ରାଜରାସ୍ତାକୁ ଓଲ୍ହାଇଥିଲେ। ଚମ୍ପୁଆ ଥାନା ଅଧିକାରୀ ଆସି ଛାତ୍ରଛାତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଲେ ନୋଛୋଡ଼ବନ୍ଧା ଥିଲେ ଛାତ୍ରଛାତ୍ରୀ। ପ୍ଲାକାର୍ଡ ଧରି ସ୍ଲୋଗାନ ଦେବା ସହିତ ରାସ୍ତା ଉପରେ ବସିରହିଥିଲେ। ଏ ସମ୍ପର୍କରେ ବିଧାୟକଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ। ଅନ୍ୟ ପଟେ ଏହି ରାସ୍ତାରୋକରେ ବିଜେପିର ଜିଲ୍ଲା ଯୁବ ସଭାପତି ହେମରଞ୍ଜନ ବାରିକ ଭବାନୀ ଶଙ୍କର ନାଏକ, ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *