କଲେଜର ନିର୍ମାଣାଧିନ କାନ୍ଥ ଗଳିପଡି ଜଣଙ୍କର ମୃତ୍ୟୁ

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକର ଆରଡିଛକ ୧୬ ନଂ ଜାତୀୟ ରାଜପଥ କଡରେ ଥିବା ଏକ ଘରୋଇ କଲେଜର ନିର୍ମାଣାଧିନ କାନ୍ଥ ଗଳିପଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଭଦ୍ରକ ଗ୍ରାମାଞ୍ଚଳ ଥାନା ବରଡାଡିହି ଗ୍ରାମର ରତନ ନାୟକ। ରତନ ଏକ ଗାଡି ଭଡାରେ ନେଇ କଲେଜକୁ ଯାଇଥିବା ବେଳେ ବର୍ଷା ପବନ ଆସିଥିଲା। ଏହି ସମୟରେ ରତନ ତଳେ ଛିଡା ହୋଇଥିବା ବେଳେ କଲେଜର ନିର୍ମାଣାଧିନ କାନ୍ଥ ତିନି ମହଲା ଉପରୁ ଭାଙ୍ଗି ତାଙ୍କ ଉପରେ ଗଳି ପଡିଥିଲା। ତୁରନ୍ତ ତାଙ୍କୁ ଭଦ୍ରକ ମେଡିକାଲକୁ ଅଣା ଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଛି। ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *