ଓଡ଼ିଶା

କଲାମ ଦ୍ୱୀପରୁ ଆଡଭାନ୍ସ ଏୟାର ଡିଫେନ୍ସ (ଆଡ) ମିସାଇଲର ସଫଳ ପରୀକ୍ଷଣ

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଧାମରା ସ୍ଥିତ କଲାମଦ୍ୱୀପରୁ ଆଜି ଦିନ ୧୧.୨୪ମିନିଟରେ ଆଡଭାନ୍ସ ଏୟାର ଡିଫେନ୍ସ ମିସାଇଲର ସଫଳ ପରୀକ୍ଷଣ ହୋଇଯାଇଛି। ଆଡଭାନ୍ସ ଏୟାର ଡିଫେନ୍ସ ମିସାଇଲ ଉନ୍ନତ ବାୟୁ ରକ୍ଷା କ୍ଷେପଣାସ୍ତ୍ରର ଏକ ସଂସ୍କରଣ ଅଟେ। ଆଜି ଦିନ ୧୧.୨୨ ମିନିଟରେ ଆକାଶ ମାର୍ଗରେ ଏକ ପଏଂଟ ସ୍ତିରୀକୃତ ହୋଇଥିଲା। ଏହି ପଏଂଟ ସ୍ତିରୀକୃତ ହେବାର ୨ ମିନଟ ପରେ ଅର୍ଥାତ ୧୧ଟା ୨୪ ମିନିଟରେ ଧାମରା କଲାମ ଦ୍ୱୀପର ଏଲସି ୪ଲଂଚ ପ୍ୟାଡରୁ ଆଡଭାନ୍ସ ଏୟାର ଡିଫେନ୍ସ ମିସାଇଲ କ୍ଷେପଣାସ୍ତ୍ରକୁ ଲକ୍ଷ୍ୟ ଭେଦ କରିବା ପାଇଁ ଛଡାଯାଇଥିଲା ଏବଂ ସ୍ତିରୀକୃତ ସମୟରେ ଏହାଏହି ପଏଂଟକୁୁ ଲକ୍ଷ୍ୟ ଭେଦ କରିଥିଲା ବୋଲି ପ୍ରତିରକ୍ଷା ବିଭାଗ ନିକଟରୁ ପ୍ରକାଶ। ଆଜିର ଏହି ପରୀକ୍ଷଣକୁ ପାରାଦ୍ୱୀପ ଏବଂ କୋଣାର୍କ ରେ ଅବସ୍ଥାପିତ ହୋଇଥିବା ରାଡାର ରେ ଏହାର ଗତିବିଦ୍ଧିକୁ ଲକ୍ଷ୍ୟ କରାଯାଇଥିଲା। ଆଜିର ଏହି ପରୀକ୍ଷଣ ସଫଳ ହୋଇଥିଲା ବୋଲି କାଲାମ ଦ୍ୱୀପରେ ଥିବା ପ୍ରତିରକ୍ଷା ବିଭାଗର ବରିଷ୍ଠ କର୍ମକର୍ତାଙ୍କ ଠାରୁ ପ୍ରକାଶ। ଏହି ଆଡଭାନ୍ସ ଏୟାର ଡିଫେନ୍ସ ମିସାଇଲ ଏକ ନୂତନ ସଂସ୍କରଣ।ଏହି ମିସାଇଲ ଓଜନ ୧୨ଟନ ହୋଇଥିବା ବେଳେ ଓସାର ୧ଫୁଟ ୮ଇଂଚଞ୍ଚ।ଏହାର ନିର୍ଧାରିତ ଗତି ଘଂଟାକୁ ୩୪୨୨ମାଇଲ ଥିବାବେଳେ ଏହା ୧୨୦କ.ମି ଦୂରତା ଅତିକ୍ରମ କରିବା ସହ ଏହି ମିସାଇଲ ଏକ ପର୍ଯ୍ୟାୟ ବିଶିଷ୍ଟ କଠିନ ଇନ୍ଧନ ଦ୍ୱାରା ଚାଳିତ। ଭାରତୀୟ ଜ୍ଞାନ କୌଶଳରେ ନିିର୍ମିତ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଭାରତ ଡାଇନାମିକ୍ସ ଲିମିଟେଡ ଦ୍ୱାରା ନିର୍ମିତ। ଏହି ମିସାଇଲ ଆନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ହୋଇଥିବାରୁ ଏହା ଅନ୍ୟ ଶତ୍ରୁ ରାଜ୍ୟ ରୁ ଆସୁଥିବା ସମସ୍ତ କ୍ଷେପଣାସ୍ତ୍ର ଗୁଡିକୁ ଖୁବ ସହଜରେ ମୁକାବିଲା କରିବା ସହ ଧଂସ କରିପାରିବ ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ପ୍ରକାଶ।ବର୍ତମାନ ସୁଦ୍ଧା ଏହି ଆଡଭାନ୍ସ ଏୟାର ଡିଫେନ୍ସ ମିସାଇଲ ୧୭ଥର ପରୀକ୍ଷଣ କରାଯାଇସାରିଥିଲେ ମଧ୍ୟ ୧୫ ଥର ସଫଳ ପରୀକ୍ଷଣ ହୋଇଥିବା ବେଳେ ୨ଥର ବିଫଳ ହୋଇଛି। ଆଜିର ଏହି ପରୀକ୍ଷଣ ସମୟରେ ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ) ର ଓଡିଆ ନିର୍ଦେଶକ ବିନୟ କୁମାର ଦାସ ଙ୍କ ସମେତ ବହୁ ବରିଷ୍ଠ ବୈଞାନିକ ଙ୍କ ସମେତ ବହୁ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।ଆଡଭାନ୍ସ ଏୟାର ଡିଫେନ୍ସ ମିସାଇଲ ନିଜସ୍ୱ ଜ୍ଞାନକୌଶଳରେ ତିଆରୀ କରି ବିଶ୍ୱ ଦରବାରରେ ଭାରତ ୪ର୍ଥ ସ୍ଥାନ ଗ୍ରହଣ କରିଥିବା ବେଳେ ପ୍ରଥମରେ ଆମେରିକା, ଦ୍ୱିତୀୟରେ ରୁଷ, ତୃତୀୟରେ ଇସ୍ରାଏଲ ଥିବା ଜଣାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top