କର୍ମଚାରୀ ମିଳିତ ମଂଚର ବିକ୍ଷୋଭ

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) –  ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଓଡ଼ିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚର ଶାନ୍ତିପୂର୍ଣ୍ଣ ଧାରଣା ବ୍ଲକ ସମ୍ମୁଖରେ ଆରମ୍ଭ ହୋଇଛି । ଧାରଣାରେ ବ୍ଲକ ଅଧିନସ୍ଥ ଅର୍ଦ୍ଧ ସ୍ୱୀକୃତି ପ୍ରାପ୍ତ ଶିକ୍ଷକ ଓ ଅଧ୍ୟାପକ ମାନେ ଉପସ୍ଥିତ ଥିଲେ । ପ୍ରାୟ ୪ ଶହରୁ ଅଧିକ ସଦସ୍ୟ ଧାରଣା ସ୍ଥଳରେ ଉପସ୍ଥିତ ରହି ସେମାନଙ୍କ ଦାବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୭ ଦଫା ଦାବୀପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପଠାଯାଇଥିଲା । ମିଳିତ କର୍ମଚାରୀ ମଂଚର ସଭାପତି ନୃସିଂହ ସ୍ୱାଇଁଙ୍କ ନେତୃତ୍ୱରେ ସଦସ୍ୟ ହରିହର ସାହୁ, ଅରୁଣ ଚନ୍ଦ୍ର ବେହୁରିଆ, ଭରତ ଚନ୍ଦ୍ର କରଣ, ଆନନ୍ଦ ଚନ୍ଦ୍ର ନାୟକ, ଦିବାକର ପାଗଳ, ବିପିନ ମହାପାତ୍ର, ବିଦ୍ୟାଧର ଦ୍ୱିବେଦୀ ପ୍ରମୁଖଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ନିରବ ଧାରଣା ଦେଇଥିଲେ ।

Leave a Reply

Your email address will not be published. Required fields are marked *