ଓଡ଼ିଶା

କର୍ପୋରେଶନ ବ୍ୟାଙ୍କର ୨୧ତମ ବାର୍ଷିକ ସାଧାରଣ ବୈଠକ

ଭୁବନେଶ୍ୱର ୩୦-୬ (ଓଡ଼ିଆ ପୁଅ) : ରାଷ୍ଟ୍ରାୟାତ୍ତ କର୍ପୋରେଶନ ବ୍ୟାଙ୍କର ୨୧ତମ ବାର୍ଷିକ ସାଧାରଣ ବୈଠକ ମାଙ୍ଗାଲୁରୁ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟକୁମାର ଗର୍ଗ ଅଧ୍ୟକ୍ଷତା କରିଥିବା ବେଳେ ବ୍ୟାଙ୍କର ଅନ୍ୟ ନିର୍ଦ୍ଦେଶକ, କାର୍ଯ୍ୟନିର୍ବାହୀ ଏବଂ ସେୟାର ହୋଲ୍ଡରମାନେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ଗର୍ଗ ବ୍ୟାଙ୍କର ବ୍ୟବସାୟିକ ଅଗ୍ରଗତି ସମ୍ବନ୍ଧରେ ସୂଚନା ଦେଇ ପ୍ରକାଶ କରିଥିଲେ ଯେ, ଗତ ଆର୍ଥିକ ବର୍ଷର ମାର୍ଚ୍ଚ ୩୧ ସୁଦ୍ଧା ବ୍ୟାଙ୍କର ମୋଟ ବ୍ୟବସାୟ ୩, ୦୩, ୧୮୪.୭୯ କୋଟିରେ ଥିଲା। ଏଥିମଧ୍ୟରୁ ଜମା ପରିମାଣ ୧, ୮୩, ୩୧୫.୯୫ କୋଟି ଥିବାବେଳେ ମୋଟ ଅଗ୍ରୀମ ପରିମାଣ ୧, ୧୯, ୮୬୮.୮୪ କୋଟି ରହିଥିଲା। ଏହି କଥିତ ଆର୍ଥିକ ବର୍ଷରେ ବ୍ୟାଙ୍କ ଋଣ ଆଦାୟ, କାଶା ଜମା ଉପରେ ଏହାର ଧ୍ୟାନ କେନ୍ଦ୍ରୀଭୂତ କରିଥିବା ବେଳେ ବ୍ୟାଙ୍କର ଥିବା ଅଧିକ ପରିମାଣର ଜମା ରାଶିକୁ କମ୍ କରାଇବାକୁ ଚେଷ୍ଟା କରିଥିଲେ। ଏହି ଅବସରରେ ସେ ବ୍ୟାଙ୍କ ପକ୍ଷରୁ ପ୍ରଚଳନ କରାଯାଇଥିବା ବିଭିନ୍ନ ଅତ୍ୟାଧୁନିକ ଡିଜିଟାଲ ବ୍ୟାଙ୍କିଙ୍ଗ୍ ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଚଳିତ ଆର୍ଥିକ ବର୍ଷରେ କାଶା, ଏଆର୍ ଏମ୍ (କୃଷି, ରିଟେଲ ଏବଂ ଏମ୍ ଏସ୍ ଏମ୍ ଇ), ନୂତନ ଡେଲିଭରୀ ଚ୍ୟାନେଲ, ଅଭିବୃଦ୍ଧି, ଗୁଣାତ୍ମକ ସମ୍ପତ୍ତି, ରିକଭରୀ, ଆଉଟରିଚ୍ ଏବଂ କାର୍ଯ୍ୟକାରୀ ଲାଭ ଏହି ସମସ୍ତ କ୍ଷେତ୍ରରେ ବ୍ୟାଙ୍କ ପୂର୍ବବର୍ଷ ଠାରୁ ଅଧିକ ଭଲ ପ୍ରଦର୍ଶନ କରିବ ବୋଲି ଶ୍ରୀ ଗର୍ଗ ଏହି ଅବସରରେ ପ୍ରକାଶ କରିଛନ୍ତି।

ବ୍ୟାଙ୍କ ବିଭିନ୍ନ କ୍ଷେତ୍ରରେ ଉକ୍ରୃଷ୍ଟ ପ୍ରଦର୍ଶନ ପାଇଁ ବିଭିନ୍ନ ମର୍ଯ୍ୟାଦାଜନକ ପୁରସ୍କାର ପାଇପାରିଛି ବୋଲି ସୂଚନା ଦେଇ ଶ୍ରୀ ଗର୍ଗ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟର ସରକାରୀ ଭାଷା ବିଭାଗ ପକ୍ଷରୁ ରାଜଭାଷା କୀର୍ତ୍ତି ପୁରସ୍କାର ପାଇଥିବା ବେଳେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ବେଷ୍ଟ ଏକ୍ସପେକ୍ଟେସନ୍ ମ୍ୟାନେଜ୍ ମେଣ୍ଟ ବିଭାଗରେ “ଇନ୍ ଭେଷ୍ଟର ରିଲେସନ୍ସ ଆୱାର୍ଡ୍ସ-୨୦୧୮” ପାଇପାରିଛି। ଆର୍ଥିକ ଅନ୍ତର୍ଭୁକ୍ତିକରଣ, ସାମାଜିକ ବ୍ୟାଙ୍କିଙ୍ଗ୍, ଏସ୍ ଏମ୍ ଇ ଋଣ ଏବଂ ଅନ୍ୟାନ୍ୟ ବିଭାଗରେ ଦି ଆସୋସିଏଟେଡ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ (ଆସୋଚାମ୍ ) ଏବଂ ସ୍କଚ୍ ଗ୍ରୁପ୍ ପକ୍ଷରୁ ମଧ୍ୟ ବ୍ୟାଙ୍କ ପୁରସ୍କୃତ ହୋଇଥିବା କଥା ସେ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top