ଓଡ଼ିଶା

କର୍ଣ୍ଣାଟକ ଶକ୍ତି ପରୀକ୍ଷଣ: ଅନାସ୍ଥା ଭୋଟ ଲୋଡ଼ିବା ପୂର୍ବରୁ ଇସ୍ତଫା ଦେଲେ ୟେଦୁରପ୍ପା

ବାଙ୍ଗାଲୁରୁ ୧୯ ମଇ (ଓଡ଼ିଆ ପୁଅ) କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଆଜି ସଂଧ୍ୟା ୪ଟା ବେଳେ ବିଧାନସଭାରେ ନିଜର ବହୁମତ ପ୍ରମାଣିତ କରିବା ପୂର୍ବରୁ ଇସ୍ତଫା ଦେଇଛନ୍ତି। ସେ ଭାବୁକ ହୋଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି। କୁହାଯାଇପାରେଯେ, ୟେଦୁରପ୍ପା ତାଙ୍କ ନିଷ୍ପତିର ସୂଚନା ହାଇକମାଣ୍ଡଙ୍କୁ ଦେଇସାରିଥିଲେ।

କର୍ଣ୍ଣାଟକ ବିଧାନସଭାର ବାହାରେ ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସୁପ୍ରୀମ କୋର୍ଟ ଶକ୍ତି ପରୀକ୍ଷଣ ସମୟରେ ସମସ୍ତ ନିୟମ ପାଳନ କରିବାପାଇଁ ନିର୍ଦେଶ ଦେଇଥିଲେ।

ପ୍ରଥମେ ବିଧାନସଭାରେ ନୂଆ ବିଧାୟକମାନେ ଆଜି ଶପଥ ଗ୍ରହଣ କରିଥିଲେ। ସୁପ୍ରୀମ କୋର୍ଟରେ କର୍ଣ୍ଣାଟକର ରାଜ୍ୟପାଳ ବାଜୁଭାଇ ଭାଲାଙ୍କର ନିଷ୍ପତିକୁ ପଲଟାଇବାପରେ କଂଗ୍ରେସ ମଧ୍ୟରେ ଜଶ୍ନର ମାହୌଲ ଥିଲା। ସୁପ୍ରିମ କୋର୍ଟ ବିଜେପି ନିର୍ଦେଶ ଦେଇଥିଲେ ସେ ଶନିବାରଦିନ ସଂଧ୍ୟା ୪ଟାବେଳେ ବିଧାନସଭା ନିଜର ବହୁମତ ପ୍ରମାଣିତ କରିବା ପାଇଁ। ଏହା ସହିତ କୋର୍ଟର ଆଦେଶ ମୁତାବିକ ଏହାର ସୀଧା ପ୍ରସାରଣ କରାଯିବାପାଇଁ କହିଥିଲେ।

ବିଜେପିର ୧୦୪ଟି ଆସନ, କଂଗ୍ରେସ- ୭୮ଟି ଆସନ, ଜନତା ଦଳ ସିକ୍ୟୁଲାର – ୩୭, ବହୁଜନ ସମାଜ ପାର୍ଟି- ୧, ନିର୍ଦଳୀୟ- ୧, କେପିଜେପି-୧ ଆସନ ପାଇଥିଲେ।

ୟୂଚନାଯୋଗ୍ୟଯେ, ବିଜେପି ବିଧାୟକ କେଜି ବୋପେୟା କର୍ଣ୍ଣାଟକ ବିଧାନସଭାର ପ୍ରୋ-ଟେମ ସ୍ପୀକର ବନିଲେ ରହିବେ ବୋଲି ଶନିବାର ଦିନ ସୁପ୍ରୀମ କୋର୍ଟର ତିନିଜଣ ବିଚାରପତି ବିଶିଷ୍ଟ ବେଞ୍ଚ ପ୍ରୋ-ଟେମ ସ୍ପୀକର ଉପରେ କଂଗ୍ରେସ ଏବଂ ଜେଡିଏସର ଯାଚିକାକୁ ଖାରଜ କରିଦେଇଥିଲେ।

କଂଗ୍ରେସ ବିଧାୟକ ଆନନ୍ଦ ସିଂହ ବିଧାନସଭାରେ ପହଁଞ୍ଚି ନଥିବାରୁ ସସ୍ପେନ୍ସ ଲାଗି ରହିଥିଲା। ପ୍ରୋ-ଟେମ ସ୍ପୀକର କେଜି ବୋପେୟା ବିଧାୟକମାନଙ୍କୁ ପ୍ରଥମେ ଶପଥ ଦେଇଥିଲେ। ବିଧାନସଭାରେ କଂଗ୍ରେସର ଜଣେ ଏବଂ ଜେଡିଏସର ଦୁଇଜଣ ବିଧାୟକ ଠିକ ସମୟରେ ପହଁଞ୍ଚି ନଥିଲେ।

ସୁପ୍ରୀମ କୋର୍ଟର ଏହି ନିଷ୍ପତିରେ ସ୍ପଷ୍ଟ ହୋଇଯାଇଥିଲା କି କେଜି ବୋପେୟା ହିଁ ବିଧାନସଭାରେ ଶକ୍ତି ପରୀକ୍ଷଣ କରାଇବେ। ସୁପ୍ରୀମ କୋର୍ଟ କହିଲେ କି କି ବିଧାନସଭାରେ ଶକ୍ତି ପରୀକ୍ଷଣର ଲାଇଭ ଟେଲିକାଷ୍ଟ କରାଯିବ। କଂଗ୍ରେସ ନେ ବିଧାନସଭା ରେ ଶକ୍ତି ପରୀକ୍ଷଣ ସମୟରେ ପାରଦର୍ଶିତାର ଦାବି କରିଥିଲା।

ବିଜେପିର ଅସଲ ଚେହରା ପୂରା ଦୁନିଆ ସାମନାରେ ଆସିଛି। ବିଜେପିକୁ ଜଣାଥିଲା ତା’ ନିକଟରେ କେବଳ ୧୦୪ ବିଧାୟକ ଅଛନ୍ତି। ସେମାନେ ଶେଷ ପର୍ଯ୍ୟନ୍ତ ବିଧାୟକମାନଙ୍କୁ କିଣିବାକୁ ଚେଷ୍ଟା କରୁଥିଲେ। ଆମ ବିଧାୟକ ସମ୍ପୂର୍ଣ୍ଣ ଭାବରେ ପାର୍ଟି ସାଥିରେ ଅଛନ୍ତି ବୋଲି କହିଥିଲେ ବରିଷ୍ଠ କଂଗ୍ରେସ ନେତା ବିରପ୍ପା ମୋଇଲି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top