କର୍ଣ୍ଣାଟକ ରାଜ୍ୟପାଳଙ୍କର ନିଷ୍ପତି ବିରୁଦ୍ଧରେ ବରିଷ୍ଠ ଓକିଲ ରାମ ଜେଠମଲାନୀ ସୁପ୍ରୀମ କୋର୍ଟ ପହଁଞ୍ଚିଲେ

ନୂଆ ଦିଲ୍ଲୀ ୧୭ ମଇ (ଓଡ଼ିଆ ପୁଅ) କଂଗ୍ରେସ ପରେ ଏବେ ବରିଷ୍ଠ ଓକିଲ ରାମ ଜେଠମଲାନୀ ମଧ୍ୟ କର୍ଣ୍ଣାଟକରେ ବିଜେପିକୁ ସରକାର ଗଠନ କରିବା ପାଇଁ ଦିଆଯାଇଥିବା ଆମନ୍ତ୍ରଣ ବିରୁଦ୍ଧରେ ସୁପ୍ରୀମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଜେଠମଲାନୀ ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍ ଏଏମ ଖାନବିଲ୍କର ଏବଂ ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୁଡ଼ଙ୍କର ବେଞ୍ଚ ସମକ୍ଷ ଯାଚିକା ଦାଖଲ କରି କର୍ଣ୍ଣାଟକର ରାଜ୍ୟପାଳ ବଜୁଭାଇ ଭାଲାଙ୍କର ବିରୁଦ୍ଧରେ ତ୍ଵରିତ ଶୁଣାଣି ପାଇଁ ଆବେଦନ କରିଛନ୍ତି। ଅବଶ୍ୟ ଜେଠମଲାନୀଙ୍କୁ ସମ୍ବନ୍ଧିତ ବେଞ୍ଚ ନିକଟରେ ଶୁକ୍ରବାରଦିନ ଯାଚିକା ଦାଖଲ କରିବାପାଇଁ ଆଦେଶ ଦିଆଯାଇଛି।

ଜେଠମଲାନୀ ସୁପ୍ରୀମ କୋର୍ଟରେ କହିଛନ୍ତି କି ରାଜ୍ୟପାଳଙ୍କର ଆଦେଶ ସମ୍ବିଧାନିକ ଶକ୍ତିର ”ଘୋର ଦୁରୁପଯୋଗ”ଅଟେ। ଏହା ପୂର୍ବରୁ ସୁପ୍ରୀମ କୋର୍ଟ କର୍ଣ୍ଣାଟକ ନିର୍ବାଚନରେ ରାଜ୍ୟପାଳଙ୍କର ନିଷ୍ପତି ବିରୁଦ୍ଧରେ କଂଗ୍ରେସର ଆବେଦନ ଉପରେ ରାତି ଅଧରେ ଶୁଣାଣି ହୋଇଥିଲା। ଗୁରୁବାରଦିନ ସୁପ୍ରୀମ କୋର୍ଟ ୟେଦ୍ୟୁରପ୍ପା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦର ଶପଥ ନେବା ପରେ ରୋକ ଲଗାଇବା ପାଇଁ ମନା କରି ଦେଇଥିଲେ। ଅବଶ୍ୟ, କୋର୍ଟ ଏହି କଥାକୁ ମାନିଛନ୍ତି କି ବିଶ୍ଵାସ ମତ ପ୍ରମାଣିତ କରିବା ପାଇଁ ଦିଆଯାଇଥିବା ୧୫ ଦିନ ସମୟ ଉପରେ ଶୁଣାଣି ହୋଇପାରେ। ଏହା ସହିତ ହିଁ କୋର୍ଟ କଂଗ୍ରେସ ଏବଂ ଜେଡିଏସର ଆବେଦନକୁ ଖାରଜ କରିନାହାଁନ୍ତି ଏହା ଉପରେ ଆଗକୁ ଶୁଣାଣି ହେବ।

ଜଷ୍ଟିସ୍ ଏକେ ସିକରୀ, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡ଼େଙ୍କର ବେଞ୍ଚ ଏହି ମାମଲାରେ ବିଏସ ୟେଦ୍ୟୁରପ୍ପାଙ୍କ ସମେତ ବାକୀ ପକ୍ଷଙ୍କୁ ନୋଟିସ ପଠାଇ ଉତ୍ତର ଦେବାକୁ କହିଛନ୍ତି। ଏହି ଶୁଣାଣି ସମୟରେ କୋର୍ଟ ବିଏସ ୟେଦ୍ୟୁରପ୍ପାଙ୍କୁ ଗୁରୁବାର ଦ୍ୱିପ୍ରହର ୨ଟା ବେଳେ ବିଧାୟକମାନଙ୍କର ଲିଷ୍ଟ ଦେବାକୁ କହିଛନ୍ତି ଏବଂ ତା’ ପରେ ଏହି ମାମଲାରେ ଶୁଣାଣି ଶୁକ୍ରବାର ସକାଳେ ସାଢ଼େ ଦଶଟା ବେଳେ ହେବ।

 

Leave a Reply

Your email address will not be published. Required fields are marked *