କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା

 

ନୂଆଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ଚଳିତ କର୍ଣ୍ଣାଟକ ବିଧାନ ସଭାର କାର୍ଯ୍ୟ ଅବଧି ୨୮.୦୫.୨୦୧୮ ତାରିଖରେ ଶେଷ ହେବ। ତେଣୁ ଭାରତ ସମ୍ବିଧାନର ଧାରା ୩୨୪ ଏବଂ ଧାରା ୧୭୨(୧)ରେ ଉଲ୍ଲେଖ ଥିବା କ୍ଷମତା, କର୍ତବ୍ୟ ଏବଂ କାର୍ଯ୍ୟାନୁଷ୍ଠାନ ତଥା ଲୋକ ପ୍ରତିନିଧି ଆଇନ, ୧୯୫୧ର ଧାରା ୧୫ ଅନୁସାରେ ଭାରତର ନିର୍ବାଚନ ଆୟୋଗ କର୍ଣ୍ଣାଟକ ବିଧାନସଭା ସକାଶେ ଏହାର କାର୍ଯ୍ୟଅବଧି ଶେଷ ପୂର୍ବରୁ ସେଠାରେ ସାଧାରଣ ନିର୍ବାଚନ କରିବା ସକାଶେ ଦାୟିତ୍ୱବାନ।

 

ନିର୍ବାଚନ କାର୍ଯ୍ୟସୂଚୀ

 

କମିଶନ ଏହି ଦୃଷ୍ଟିର ୁକର୍ଣ୍ଣାଟକ ବିଧାନସଭା ପାଇଁ ସେଠାରେ ସାଧାରଣ ନିର୍ବାଚନ କରିବା ସକାଶେ ଏକ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି ଏବଂ ସେଥିପାଇଁ ସମସ୍ତ ଦିଗ ଯଥା ଜଳବାୟୁ ପରିସ୍ଥିତି, ଶିକ୍ଷା କ୍ୟାଲେଣ୍ଡର, ପ୍ରମୁଖ ଉତ୍ସବ, ରାଜ୍ୟରେ ଥିବା ଆଇନ ଶୃଙ୍ଖଳା ପରିସ୍ଥିତି, କେନ୍ଦ୍ରୀୟ ପୁଲିସବଳଙ୍କ ଉପଲବ୍ଧତା, ସେମାନଙ୍କୁ ସେଠାକୁ ପଠାଯିବାକୁ ଲାଗୁଥିବା ସମୟ, ପରିବହନ ଏବଂ ସମୟୋଚିତ ଭାବେ ସୁରକ୍ଷା ବଳଙ୍କୁ ମୁତୟନ କରିବା ତଥା ଅନ୍ୟାନ୍ୟ ବାସ୍ତବ ପରିସ୍ଥିତିକୁ ବିଚାରକୁ ନେଇ କରାଯାଇଛି।

 

ଏଭଳି ସମସ୍ତ ସଂପୃକ୍ତ ବିଷୟ ପ୍ରତି କମିଶନ ବିଚାର କରି ଲୋକ ପ୍ରତିନିଧି ଆଇନ, ୧୯୫୧ର ବ୍ୟବସ୍ଥା ଅନୁସାରେ ସେଠାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ କରାଇବା ସକାଶେ ବିଜ୍ଞପ୍ତି ଜାରି କରିବା ଲାଗି କର୍ଣ୍ଣାଟକ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି।

 

କର୍ଣ୍ଣାଟକ ବିଧାନସଭା ପାଇଁ ନିମ୍ନ କାର୍ଯ୍ୟସୂଚୀ ମତେ ସାଧାରଣ ନିର୍ବାଚନ ଅନୁଷ୍ଠିତ କରାଇବାର ସ୍ଥିର କରାଯାଇଛି

Schedule for General Election to the Legislative Assembly of Karnataka, 2018

Poll Events Schedule
Date of Issue of Gazette Notification 17.04.2018 (TUE)
Last Date of Nominations 24.04.2018 (TUE)
Date for Scrutiny of Nominations 25.04.2018 (WED)
Last Date for Withdrawal of candidatures 27.04.2018 (FRI)
Date of Poll 12.05.2018 (SAT)
Date of Counting 15.05.2018 (TUE)
Date before which election shall be completed 18.05.2018 (FRI)

 

ଅନ୍ୟାନ୍ୟ ସଂପୃକ୍ତ ପ୍ରସଙ୍ଗ:

 

(୧)      ବିଧାନସଭା ନିର୍ବାଚନ ମଣ୍ଡଳୀ

କର୍ଣ୍ଣାଟକ ରାଜ୍ୟର ମୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ତଫସିଲ ଭୁକ୍ତ ଜାତି ଏବଂ ତଫସିଲଭୁକ୍ତ ଜନଜାତିର ପ୍ରାର୍ଥୀମାନଙ୍କ ସକାଶେ ସଂସଦୀୟ ଏବଂ ବିଧାନସଭା ନିର୍ବାଚନମଣ୍ଡଳୀ ପୁନର୍ଗଠନ ଆଦେଶନାମା ୨୦୦୮ ଅନୁସାରେ କରାଯାଇଛି ଏବଂ ତାହା ନିମ୍ନରେ ପ୍ରଦାନ କରାଗଲା।

 State Total No. of ACs Reserved for SCs Reserved for STs
Karnataka 224 36 15

ଭୋଟର ତାଲିକା

ବର୍ତମାନ କର୍ଣ୍ଣାଟକ ରାଜ୍ୟର ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ତାଲିକାକୁ ସଂଶୋଧନ କରାଯାଇଛି ଏବଂ ତାହା ୦୧.୦୧.୨୦୧୮ ପର୍ଯ୍ୟନ୍ତ ସଂଶୋଧିତ ହୋଇଛି। ତଦନୁସାରେ ୨୮.୦୨.୨୦୧୮ ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକର ଚୂଡ଼ାନ୍ତ ଭୋଟର ତାଲିକା ସଂଶୋଧନ କରାଯାଇଛି। ଏନଭିଏସପି ୱେବସାଇଟ (www.nvsp.in)/CEO, କର୍ଣ୍ଣାଟକଙ୍କ ୱେବସାଇଟ ((www.ceokarnataka.kar.nic.in)) ରେ ଏହା ଉପଲବ୍ଧ। ଚୂଡ଼ାନ୍ତ ଭୋଟର ତାଲିକାରେ ରାଜ୍ୟରେ ନିମ୍ନସଂଖ୍ୟକ ଭୋଟର ଥିବା ଜଣାପଡ଼ିଛି:

 

 

State

Total No. of electors as per draft electoral rolls Total No. of electors as per final electoral rolls
Karnataka 4,90,06,901

(Approx. 4.90 Cr.)

4,96,82,357

(Approx. 4.968 Cr.)

 

(୨)      ଭୋଟ ଗ୍ରହଣ କେନ୍ଦ୍ର ଓ ବିଶେଷ ସୁବିଧା କର୍ଣ୍ଣାଟକରେ ନିମ୍ନସଂଖ୍ୟକ ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯିବ:

 

 

State

No. of Polling

Stations in 2013

No. of Polling

Stations in 2018

 

% Increase

Karnataka 52,034 56,696 9%

 

ମହିଳାମାନଙ୍କ ସକାଶେ ବିଶେଷ ବ୍ୟବସ୍ଥା

ଲିଙ୍ଗଗତ ବୈଷମ୍ୟକୁ ଦୂର କରିବା ସକାଶେ ନିର୍ବାଚନ ଆୟୋଗ ନିର୍ବାଚନରେ ଯଥାସମ୍ଭବ ମହିଳାମାନଙ୍କ ଦ୍ୱାରା ପରିଚାଳନା ସକାଶେ କେତେକ ଭୋଟ ଗ୍ରହଣ କେନ୍ଦ୍ରର ବ୍ୟବସ୍ଥା କରିବେ। କର୍ଣ୍ଣାଟକ ରାଜ୍ୟରେ ପ୍ରଥମ ଥର ପାଇଁ ୨୨୪ ଟି ମହିଳାଙ୍କ ଦ୍ୱାରା ସଂପୂର୍ଣ୍ଣ ଭାବେ ପରିଚାଳିତ ପୋଲିଂ ଷ୍ଟେସନ୍ ସ୍ଥାପନ କରାଯିବାକୁ ସ୍ଥିର କରାଯାଇଛି।

(୩)      ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ) ଏବଂ ଭୋଟର ଭେରିଫାଏବଲ ପେପର ଅଡ଼ିଟ୍ ଟ୍ରେଲ୍ (ଭିଭିପାଟ୍) ବ୍ୟବସ୍ଥା:

କର୍ଣ୍ଣାଟକର ଆଗାମୀ ବିଧାନସଭା ନିର୍ବାଚନରେ ସର୍ବତ୍ର ଇଭିଏମ ଏବଂ ଭିଭିପାଟ ମେସିନ ବ୍ୟବହାର କରାଯିବ। ଏହା ନିର୍ବାଚନର ସ୍ୱଚ୍ଛତା ତଥା ନିରପେକ୍ଷତାକୁ ପ୍ରତିପାଦିତ କରିବ। ସେଥିପାଇଁ ଆବଶ୍ୟକ ସଂଖ୍ୟକ ଇଭିଏମ ଏବଂ ଭିଭିପାଟ ମେସିନ ସଂଗ୍ରହ ସକାଶେ ନିର୍ବାଚନ ଆୟୋଗ ବ୍ୟବସ୍ଥା କରିଛନ୍ତି। ଏହି କ୍ରମରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ପ୍ରଥମ ପର୍ଯ୍ୟାୟ ଇଭିଏମ ଏବଂ ଭିଭିପାଟ ଯାଂଚ କାର୍ଯ୍ୟ ଶେଷ ହୋଇଛି। ଏହାପରେ ଏକ ଦୁଇ ପର୍ଯ୍ୟାୟର ରାଣ୍ଡମ୍ ଯାଂଚ ସଂପାଦନ କରାଯିବ। ଇଭିଏମ ସହ ଭିଭିପାଟ ମେସିନ୍ ରାଜ୍ୟର ସମସ୍ତ ୨୨୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବ୍ୟବହାର କରାଯିବାକୁ ଆୟୋଗ ନିଷ୍ପତି ଗ୍ରହଣ କରିଛନ୍ତି।

(୪)      ଆଦର୍ଶ ଆଚରଣ ବିଧି

ବର୍ତମାନଠାରୁ ରାଜ୍ୟରେ ଆଦର୍ଶ ଆଚରଣବିଧିକୁ ତୁରନ୍ତ ଲାଗୁ କରାଯାଇଛି। ଏହି ଆଦର୍ଶ ଆଚରଣବିଧି କର୍ଣ୍ଣାଟକର ସମସ୍ତ ସ୍ଥାନରେ ବଳବତର ରହିବ ଏବଂ ସମସ୍ତ ପ୍ରାର୍ଥୀ, ରାଜନୈତିକ ଦଳ ଏବଂ କର୍ଣ୍ଣାଟକ ରାଜ୍ୟ ସରକାରଙ୍କ ପ୍ରତି ପ୍ରଯୁଜ୍ୟ ହେବ। ପୁନଶ୍ଚ କର୍ଣ୍ଣାଟକ ରାଜ୍ୟ ପରିପ୍ରେକ୍ଷୀରେ ଘୋଷଣା/ନୀତିଗତ ନିଷ୍ପତି ଘେନି ଏହି ଆଦର୍ଶ ଆଚରଣବିଧି କେନ୍ଦ୍ର ସରକାରଙ୍କ ପାଇଁ ମଧ୍ୟ ଲାଗୁହେବ।

Leave a Reply

Your email address will not be published. Required fields are marked *