ad
ଓଡ଼ିଶା

କର୍ଣ୍ଣାଟକ: ବିଏସ ୟେଦ୍ୟୁରପ୍ପା ନେଲେ ଶପଥ, ତୃତୀୟ ଥର ପାଇଁ ହେଲେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ

ବାଙ୍ଗାଲୁରୁ ୧୭ ମଇ (ଓଡ଼ିଆ ପୁଅ) ହାଇ ଭୋଲଟେଜ୍ ଡ୍ରାମା ମଧ୍ୟରେ ବିଜେପିର ବିଏସ ୟେଦ୍ୟୁରପ୍ପା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ କେନ୍ଦ୍ରୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନନ୍ତ କୁମାରଙ୍କ ସହିତ ପ୍ରକାଶ ଜାଭଡ଼େକର ଏବଂ ଜେପି ନଡ୍ଡାଙ୍କ ସମେତ ବିଜେପିର ଅନେକ ବଡ଼ ନେତା ଉପସ୍ଥିତ ଥିଲେ। ଅବଶ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା କାର୍ଯ୍ୟକ୍ରମରେ ସାମିଲ ହୋଇପାରିନଥିଲେ। ରାଜ୍ୟପାଳ ବଜୁଭାଇ ଭାଲା ୟେଦ୍ୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦର ଶପଥ ଦେଇଥିଲେ ଏବଂ ଗୁଲଦସ୍ତା ଭେଟ କରି ତାଙ୍କର ସ୍ଵାଗତ କରିଥିଲେ। ଏବେ ୟେଦ୍ୟୁରପ୍ପାଙ୍କର ଆଗରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜକି ବିଧାୟକମାନଙ୍କର ହସ୍ତାକ୍ଷର ଏକାଠିକରି ବହୁମତ ପ୍ରମାଣିତ କରିବାକୁ ଅଛି।

୭୫ ବର୍ଷର ୟେଦ୍ୟୁରପ୍ପା ବିଧାନସଭା ନିର୍ବାଚନରେ ଶିକାରୀପୁରାରୁ ବିଜୟ ଲାଭ କରିଛନ୍ତି। ସେ ତୃତୀୟ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏବଂ ରାଜ୍ୟର ୨୩ ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଅବଶ୍ୟ ଏହା ପୂର୍ବରୁ ଦୁଇଥର ନିଜର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରିନାହାଁନ୍ତି। ୨୦୦୬ ରେ ପ୍ରଥମଥର ଜେଡିଏସ ସହିତ ମିଶିକରି ସରକାର ବନାଇଥିଲେ। ୨୦୦୮ ବିଜେପି ଶାସନ କ୍ଷମତାକୁ ଆସିଥିଲା ଏବଂ ରାଜ୍ୟରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

୨୦୧୧ ରେ ଖଣି ଭ୍ରଷ୍ଟାଚାର ଆରୋପରେ ୟେଦ୍ୟୁରପ୍ପାଙ୍କୁ ଗାଦିରୁ ହଟିବାକୁ ପଡ଼ିଥିଲା। ତା’ ପରେ ୟେଦ୍ୟୁରପ୍ପା ବିଜେପିରୁ ଅଲଗା ହୋଇଯାଇଥିଲେ ଏବଂ ଏହା ପରେ ୨୦୧୩ ରେ ବିଜେପିକୁ ରାଜ୍ୟରେ ପରାଜୟର ସାମନା କରିବାକୁ ପଡ଼ିଥିଲା। ୨୦୧୪ ରେ ୟେଦ୍ୟୁରପ୍ପା ପୁନଃ ବିଜେପିରେ ସାମିଲ ହୋଇଥିଲେ।

ଅପର ପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶପଥ ଗ୍ରହଣ ସମାରୋହର ବିରୋଧ କରି କହିଛନ୍ତି କି “ବିଜେପି ଆଜି ଖୁସି ମନାଉଛି କିନ୍ତୁ ଭାରତର ଲୋକତନ୍ତ୍ର ପରାଜୟର ଶୋକ ମନାଉଛି।

କେନ୍ଦ୍ରୀୟ ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି, ‘ କଂଗ୍ରେସ ବିରୋଧ କରିବାକୁ ଯଦି ଚାହୁଁଛି ତେବେ ରାହୁଲ ଗାନ୍ଧୀ, ସୋନିଆଁ ଗାନ୍ଧୀ ଏବଂ ସିଦ୍ଧାରମୈୟାଙ୍କର ବିରୋଧ କରିବା ଆବଶ୍ୟକ, ଏହି ତିନିଜଣ କଂଗ୍ରେସକୁ ବର୍ବାଦ କରିଦେଇଛନ୍ତି।’

ସୁପ୍ରୀମ କୋର୍ଟ ପର୍ଯ୍ୟନ୍ତ ପହଁଞ୍ଚିଲା କର୍ଣ୍ଣାଟକ ବିବାଦ
କୁହାଯାଇପାରେଯେ, କି କଂଗ୍ରେସ-ଜେଡିଏସ ୟେଦ୍ୟୁରପ୍ପାଙ୍କର ଶପଥ ଗ୍ରହଣ ସମାରୋହ ବିରୁଦ୍ଧରେ ଯାଚିକା ଦାଖଲ କରିଥିଲେ ଯାହା ଉପରେ ସୁପ୍ରୀମ କୋର୍ଟରେ ରାତି ୧:୪୫ ରେ ଶୁଣାଣି ଆରମ୍ଭ ହୋଇଥିଲା ଯାହାକି ସକାଳ ସାଢ଼େ ପାଞ୍ଚଟା ପର୍ଯ୍ୟନ୍ତ ଚାଲିଥିଲା। କୋର୍ଟ ଗଭର୍ଣ୍ଣରଙ୍କର ନିଷ୍ପତି ଉପରେ ରୋକ ଲଗାଇବା ପାଇଁ ମନା କରିଥିଲେ କୋର୍ଟ କହିଲେ ଶପଥ ଗ୍ରହଣ ଉପରେ ରୋକ ଲଗାଯାଇପାରିବ ନାହିଁ।

ଅବଶ୍ୟ, କୋର୍ଟ ଏହି କଥାକୁ ମାନିଲେ କି ବିଶ୍ଵାସ ମତ ପ୍ରମାଣିତ କରିବା ପାଇଁ ଦିଆଯାଇଥିବା ୧୫ ଦିନର ସମୟ ଉପରେ ଶୁଣାଣି ହୋଇପାରେ। ତା’ ସହିତ ଦୁଇ ପକ୍ଷ ସମେତ ୟେଦ୍ୟୁରପ୍ପାଙ୍କୁ ଉତ୍ତର ଦାଖଲ କରିବାପାଇଁ ନୋଟିସ ମଧ୍ୟ ଜାରୀଯାଇଛି। କର୍ଣ୍ଣାଟକ ମାମଲାରେ ଶୁକ୍ରବାରଦିନ ପୁନଃ ଶୁଣାଣି ହେବ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top