ଜିଲ୍ଲା ପରିକ୍ରମା

କର୍ଣ୍ଣାଟକ ପ୍ରସଙ୍ଗରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ଓ ପ୍ରତିବାଦ ସଭା

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ନରେନ ପଲେଇଙ୍କ ନେତୃତ୍ୱରେ ସମ୍ବିଧାନ ବଞ୍ଚାଓ ଶୋଭାଯାତ୍ରା ଭଦ୍ରକ ସଦର ମହକୁମା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କର୍ଣ୍ଣାଟକ ରାଜ୍ୟପାଳଙ୍କ ଅଗଣତାନ୍ତ୍ରୀକ ନିଷ୍ପତ୍ତିକୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଳାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ଅଭିଯୋଗ ଅନୁଯାୟୀ କର୍ଣ୍ଣାଟକ ନିର୍ବାଚନ ପରବର୍ତ୍ତୀ ସମୟରେ ବିଜେପିକୁ ଅଗଣତାନ୍ତ୍ରୀକ ଭାବରେ ସରକାର ଗଠନ ପାଇଁ ଆମନ୍ତ୍ରଣ କରାଯାଇଛି। ଯାହାକି ସମ୍ବିଧାନ ବିରୋଧୀ। ରାଜ୍ୟପାଳଙ୍କ ଏପରି ନିଷ୍ପତ୍ତି ବିରୋଧରେ ସମଗ୍ର ଦେଶରେ ଏଆଇସିସି କମିଟି ମୁଖ୍ୟ ରାହୁଲ ଗାନ୍ଧିଙ୍କ ଆହ୍ୱାନରେ ବିରୋଧ ପ୍ରଦର୍ଶନ କରାଯାଇଛି। ଏହି କ୍ରମରେ ଭଦ୍ରକ ଠାରେ ମଧ୍ୟ ଏହି ବିରୋଧ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ପ୍ରତିବାଦ ସଭାରେ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ନେତା ସୁବ୍ରତ ଦାସ, ଜିଲ୍ଲା ସାଧାରଣ ସଂପାଦକ ଦେବରୂପ ମହାନ୍ତି, ଆଶିଶ ରାଉତ, କୁଟିଆ ନାୟକ, ମିଡ଼ିଆ ସେଲ ଅଧ୍ୟକ୍ଷ ଅତିଶ ଦାସ, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ନାରାୟଣ ଚନ୍ଦ୍ର ପାଢ଼ୀ, ନରନାରାୟଣ ଜେନା, ପ୍ରଫୁଲ୍ଲ ସାମଲ, ଚିଦାନନ୍ଦ ବାରିକ, କାଉନସିଲର ସେକ ସମଦାନୀ, ଅଶ୍ରଫ ଅଲ୍ଲୀ ଖାଁ, ଅତୁଲ୍ୟ ନାୟକ, ଅଶୋକ ମହାପାତ୍ର, ସୁରଜିତ ପାଲ, ଯୁବନେତା ନଳିନୀ ମହାନ୍ତି, ଶୁଭେନ୍ଦୁ ରାୟ ମହାପାତ୍ର, ଜ୍ୟୋତିପ୍ରକାଶ ମହାନ୍ତି, ସେକ ନୟିମ, ମୁନା ପରିଡ଼ା, ବବି ମହାନ୍ତି, ମନୋଜ ପଣ୍ଡା, ବିକି ଦାସ, ଟୁକୁ ସାହୁ, ଅନାର ଖାଁ, ଯୁବ କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ଦାସ, ନାରୀନେତ୍ରୀ ରାଜଲକ୍ଷ୍ମୀ ମହାପାତ୍ର, ବିଜୟ ନାୟକ ପ୍ରମୁଖ ଉପସ୍ଥିତ ରହି ଗଣତନ୍ତ୍ରର ଶ୍ୱାସରୋଧ କରୁଥିବା କର୍ଣ୍ଣାଟକ ରାଜ୍ୟପାଳଙ୍କ ବହିଷ୍କାର ଦାବି କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top