କର୍ଣ୍ଣାଟକ ନିର୍ବାଚନ: ସୁପ୍ରିମକୋର୍ଟରେ ବିଜେପିକୁ ଝଟକା … ଆସନ୍ତାକାଲି ସଂଧ୍ୟା ୪ ଟା ବେଳେ ହେବ ଫ୍ଲୋର ଟେଷ୍ଟ

ନୂଆ ଦିଲ୍ଲୀ ୧୮ ମଇ (ଓଡ଼ିଆ ପୁଅ) ସୁପ୍ରିମକୋର୍ଟରେ ବିଜେପିକୁ ଝଟକା…ଶନିବାର ଅପରାହ୍ନ ୪ ଟା ସୁଦ୍ଧା ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଧେଶ ଦେଇଛନ୍ତି। କର୍ଣ୍ଣାଟକ ରାଜ୍ୟପାଳ ଦେଇଥିଲେ ୧୫ ଦିନର ମହୋଲତ।

ସୂଚନାଯୋଗ୍ୟଯେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ବି.ଏସ୍‍ ୟେଦୁରପ୍ପା ଶପଥ ଗ୍ରହଣ କରିଥିଲେ। ବିଧାନସଭା ନିର୍ବାଚନରେ ବହୁମତ ପାଇନଥିଲେ ମଧ୍ୟ ବିଜେପିକୁ ସରକାର ଗଢିବା ପାଇଁ ରାଜ୍ୟପାଳ ସୁଯୋଗ ଦେଇଥିଲେ। ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଶୁକ୍ରବାର ସକାଳେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି। ସୁପ୍ରିମ କୋର୍ଟ ଶନିବାର ଅପରାହ୍ନ ୪ ଟା ସୁଦ୍ଧା ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି।

କର୍ଣ୍ଣାଟକରେ ବିଏସ ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ରାଜ୍ୟପାଳ ବଜୁ ଭାଇ ବାଲାଙ୍କ ନିମନ୍ତ୍ରଣଙ୍କୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆଗତ ଆବେଦନ ଆଧାରରେ ସୁପ୍ରିମକୋର୍ଟରେ ଶୁଣାଣୀ ହୋଇଥିଲା।

ବିଜେପି ପକ୍ଷରୁ ଆଡ଼ଭୋକେଟ ମୁକୁଲ ରୋହତଗୀ ଉପସ୍ଥିତ ଥିବାବେଳେ କଂଗ୍ରେସ ପକ୍ଷରୁ ଆଇନଜୀବି ଅଭିଷେକ ମନୁ ସିଂଘୱିଙ୍କ ସମେତ ଆଟର୍ଣ୍ଣିଂ ଜେନେରାଲ ବେଣୁ ଗୋପାଲ ମଧ୍ୟ ଉପସ୍ଥିତ ଥିଲେ। ଜଷ୍ଟିସ ସିକରି, ଜଷ୍ଟିସ ଅଶୋକ ଭୁଷଣ ଏବଂ ଜଷ୍ଟିସ ବୋବଡ଼େଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିଥିଲେ।

ଆଇନଜୀବି ରାଜମେଠମଲାନୀ କହିଥିଲେ ଯେ କର୍ଣ୍ଣାଟକ ରାଜ୍ୟପାଳ ନିଜର ସାମ୍ବିଧାନିକ ଅଧିକାରର ଦୁରୁପଯୋଗ କରିଛନ୍ତି।

କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, ଅଶୋକ ଗେହଲୋଟ, ମଲ୍ଲିକାର୍ଜୁନ ଖଡଗେ, କେସି ବେଣୁଗୋପାଳ ଓ ଅନ୍ୟ ବିଧାୟକମାନେ ବିଧାନସଭା ନିକଟ ଗାନ୍ଧିମୂର୍ତ୍ତି ନିକଟରେ ବିରୋଧ ପ୍ରଦର୍ଶନ କରିଥିଲେ।

ୟେଦୁରପ୍ପା ମାତ୍ର ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ସୁରଜେୱାଲା କଟାକ୍ଷ କରିଥିଲେ।

ସୂଚନାଯୋଗ୍ୟଯେ, କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କୌଣସି ରାଜନୈତିକ ଦଳ ସରକାର ଗଢିବା ନିମନ୍ତେ ସ୍ପଷ୍ଟ ବହୁମତ ପାଇନାହାନ୍ତି। ଫଳରେ ସରକାର ଗଠନକୁ ନେଇ କଂଗ୍ରେସ-ଜେଡିଏସ୍‍ ଏବଂ ବିଜେପି ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି। ୧୦୪ ଆସନ ଜିତି ଏକକ ସଂଖ୍ୟାଗରିଷ୍ଠ ଦଳର ନେତା ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‍ ୟେଦୁରାପ୍ପା ରାଜ୍ୟପାଳ ବିଜୁଭାଇ ବାଲାଙ୍କୁ ଭେଟି ସରକାର ଗଠନ ଦାବି ଉପସ୍ଥାପନ କରିଥିଲେ। ଏପଟେ କଂଗ୍ରେସ ସହାୟତାରେ ଏଚ୍‍.ଡି କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ଜେଡିଏସ୍‍ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ।

କଂଗ୍ରେସ ଓ ଜେଡିଏସ ବିଧାୟକଙ୍କୁ ନିଜ ପଟକୁ ନେବା ପାଇଁ ବଜେପି ପ୍ରୟାସ ଆରମ୍ଭ କରିଛି। କଂଗ୍ରେସ ଓ ଜେଡିଏସ୍‍ ୧୧୬ ଆସନରେ ବିଜୟୀ ହୋଇଛନ୍ତି ଓ ଏହି ସଂଖ୍ୟା ସରକାର ଗଢିବା ପାଇଁ ଆବଶ୍ୟକ ସଂଖ୍ୟାଠାରୁ ଅଧିକ।

ରାଜ୍ୟପାଳ ଏହି ସୁଯୋଗରୁ ବଞ୍ଚିତ କରିଥିବାରୁ ଜେଡି(ଏସ୍‍) ଅଦାଲତକୁ ଯିବ ଓ କଂଗ୍ରେସ ଧାରଣା ଦେବ ବୋଲି ଚେତାବନୀ ଦେଇଥିଲା।

ରାଜ୍ୟପାଳଙ୍କ ଆମନ୍ତ୍ରଣ କ୍ରମେ ବିଜେପି ବିଧାୟକ ଦଳ ନେତା ବି.ଏସ୍‌.ୟେଦୁରପ୍ପା କର୍ଣ୍ଣାଟକର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ରାଜ୍ୟପାଳ ବାଜୁ ଭାଇ ବାଲା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏହି ଶପଥ ଗ୍ରହଣ ଉତ୍ସବରୁ ଦୂରେଇ ରହିଥିଲେ।

Leave a Reply

Your email address will not be published. Required fields are marked *