ଓଡ଼ିଶା

କର୍ଣ୍ଣାଟକର ଦିଲ୍ଲୀରେ ‘ମିଡନାଇଟ ଡ୍ରାମା’: ପଢ଼ନ୍ତୁ ସୁପ୍ରୀମ କୋର୍ଟରେ କେତେବେଳେ କ’ଣ କ’ଣ ହେଲା

କର୍ଣ୍ଣାଟକ ମାମଲାରେ ଶୁଣାଣି ପାଇଁ ୩ ଜଣ ବିଚାରପତିଙ୍କର ବେଞ୍ଚ ଗଠନ କରାଗଲା, ଏହି ବେଞ୍ଚରେ ଜଷ୍ଟିସ୍ ଏକେ ସିକ୍ରିୀ, ଜଷ୍ଟିସ୍ ଏସଏ ବୋବଡ଼େ ଏବଂ ଜଷ୍ଟିସ୍ ଅଶୋକ ଭୂଷଣ ସାମିଲ ଥିଲେ।

ମୁଖ୍ୟ କଥା:

ରାଜ୍ୟପାଳ ବାଜୁଭାଇ ବି.ଏସ, ୟେଦ୍ୟୁରପ୍ପାଙ୍କୁ ଶପଥ ଗ୍ରହଣ ପାଇଁ ଆମନ୍ତ୍ରଣ କରିଛନ୍ତି
କଂଗ୍ରେସ-ଜେଡିଏସ କହିଲେ କି ତାଙ୍କର ଗଠବନ୍ଧନ ବହୁମତର ଅଂଙ୍କ ପାର କରିଛନ୍ତି
କଂଗ୍ରେସ ରାତିରେ SC ପହଁଞ୍ଚିଲା ଏବଂ ଏହି ମାମଲାରେ ଶିଘ୍ର ଶୁଣାଣି କରିବାପାଇଁ ଦାବି କଲା

ନୂଆ ଦିଲ୍ଲୀ ୧୭ ମଇ (ଓଡ଼ିଆ ପୁଅ) : କର୍ଣ୍ଣାଟକର ନିର୍ବାଚନ ଫଳାଫଳ ଆସିବା ପରେ ଆରମ୍ଭ ହୋଇଥିବା ରାଜନୈତିକ ଖେଳ ରୋକିବାର ନାମ ନେଉନାହିଁ ଏବଂ ବୁଧବାର ବିଳମ୍ବିତ ରାତିରେ ସୁପ୍ରୀମ କୋର୍ଟ ପହଁଚିଥିଲା କଂଗ୍ରେସ। ଅବଶ୍ୟ କର୍ଣ୍ଣାଟକରେ କୌଣସି ପାର୍ଟୀକୁ ସ୍ପଷ୍ଟ ବହୁମତ ମିଳିନାହିଁ ଏବଂ ବୁଧବାର ରାତ ୯ ସମୟରେ ରାଜ୍ୟପାଳ ବାଜୁଭାଇ ବି.ଏସ, ୟେଦୁରପ୍ପାଙ୍କୁ ଆଜି ସକାଳେ ୯ଟା ସମୟରେ ଶପଥ ଗ୍ରହଣକରିବାପାଇଁ ଆମନ୍ତ୍ରଣ କରିଥିଲେ। ଏହା ପରେ ତୁରନ୍ତ କଂଗ୍ରେସ-ଜେଡିଏସ ଏହା ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ କହିଥିଲେ କି ତାଙ୍କର ଗଠବନ୍ଧନ ବହୁମତର ଉପରେ। ଏପରି ସ୍ଥଳେ ତାଙ୍କୁ ମୌକା ଦେବା ଆବଶ୍ୟକ। ତା’ ପରେ ଘଟଣାକ୍ରମରେ ଆସିଥିବା ବିଭିନ୍ନ ପରିବର୍ତ୍ତନ ଏବଂ ରାତିରେ କଂଗ୍ରେସ ସୁପ୍ରୀମ କୋର୍ଟ ପହଁଞ୍ଚି ଏହି ମାମଲାରେ ଶିଘ୍ର ଶୁଣାଣି କରିବାପାଇଁ ଦାବି ରଖିଥିଲା। ରେଜିଷ୍ଟ୍ରାର ସୁପ୍ରୀମ କୋର୍ଟ ପହଁଞ୍ଚିଲେ ଏବଂ ସେ କଂଗ୍ରେସ ଏବଂ ଜେଡିଏସର ଯାଚିକା ଜାଞ୍ଚ କରି ପ୍ରଧାନ ବିଚାରପତିଙ୍କ ନିକଟରେ ପହଁଞ୍ଚିଲେ। ରାତି ପ୍ରାୟତଃ ଗୋଟାଏ ବେଳେ ସ୍ଥିର ହେଲା କି ରାତିରେ ଶୁଣାଣି ହେବ।

କର୍ଣ୍ଣାଟକ ମାମଲାରେ ଶୁଣାଣି ପାଇଁ ୩ଜଣ ବିଚାର ପତିଙ୍କର ବେଞ୍ଚ ଗଠନ କରାଗଲା, ଯେଉଁଥିରେ ଜଷ୍ଟିସ୍ ଏକେ ସିକ୍ରିୀ, ଜଷ୍ଟିସ୍ ଏସଏ ବୋବଡ଼େ ଏବଂ ଜଷ୍ଟିସ୍ ଅଶୋକ ଭୂଷଣ ସାମିଲ ଥିଲେ। କୋର୍ଟ ତିନ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିବା ପରେ ଏହି ଶୁଣାଣି ଉପରେ କହିଲେ କି ୟେଦୁରପ୍ପା ପୂର୍ବରୁ ସ୍ଥିର ସମୟରେ ହିଁ ଶପଥ ନେବେ। କୋର୍ଟ କହିଲେ କି ଆମେ ରାଜ୍ୟପାଳଙ୍କୁ ନୋଟିସ ଜାରି କରି ପାରିବୁ ନାହିଁ।

କେବେଳେ କ’ଣ ହେଲା

– 8:15 PM: ବିଜେପି ନେତା ସୁରେଶ କୁମାର ଜଣାଇଲେ ଯେ, ଆସନ୍ତା କାଲି ଅର୍ଥାତ ଆଜି ୧୭ ମଇ ଗୁରୁବାରଦିନ ସାଢ଼େ ୯ ଟା ସମୟରେ ବି.ଏସ୍. ୟେଦୁରପ୍ପା ଶପଥ ଗ୍ରହଣ କରିବେ ଏବଂ କ୍ରର୍ଣ୍ଣାଟକ ବିଜେପିର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ମଧ୍ୟ ଏହା କୁହାଯାଇଥିଲା। ଅବଶ୍ୟ କିଛି ସମୟ ପରେ ଏହି ଟ୍ୱିଟ କୁ ଡିଲିଟ୍ କରିଦିଆଯାଇଥିଲା।

– 8:15 PM: ବିଜେପି ନେତା ମଧୁସୂଦନ ମଧ୍ୟ ଗଣମାଧ୍ୟମ NDTVକୁ ରାଜ୍ୟପାଳ ଆମନ୍ତ୍ରିତ କରିଥିବାର ଦାବି କରିଥିଲେ

– 8:50 PM: ପ୍ରକାଶ ଜାବଡ଼େକର, ୟେଦୁରପ୍ପାଙ୍କର ଘରେ ପହଁଞ୍ଚିଲେ, ଭିକ୍ଟ୍ରି ସାଇନ ଦେଖାଇଥିଲେ

– 9:30 PM: ୟେଦୁରପ୍ପାଙ୍କୁ ରାଜ୍ୟପାଳ ସରକାର ବନାଇବା ପାଇଁ ଆମନ୍ତ୍ରିତ କରିଥିବାର ଚିଠି ମିଳିଲା

– 10 PM: ସୁରଜେବାଲା ପ୍ରେସ କନ୍ଫ୍ରେନ୍ସ କଲେ, ରାଜ୍ୟପାଳଙ୍କୁ କେନ୍ଦ୍ରର କଠପୁତଲୀ କହିଲେ

– 10:20 PM: ଖବର ଆସିଲା କି କଂଗ୍ରେସ-JDS ତୁରନ୍ତ ଶୁଣାଣି ପାଇଁ CJI ଙ୍କ ପାଖକୁ ଯିବେ

– 11:27 PM: ଅଭିଷେକ ମନୁ ସିଂଘବୀ ଟ୍ଵୀଟ କରି ସୁପ୍ରୀମ କୋର୍ଟ ଯିବା ବିଷୟରେ କହିଲେ

– 11: 45 PM: ରେଜିଷ୍ଟ୍ରାର କଂଗ୍ରେସର ଯାଚିକା ଜାଞ୍ଚ ଆରମ୍ଭ କଲେ

– 12:25 AM: ରେଜିଷ୍ଟ୍ରାର, CJIଙ୍କର ଘରେ ପହଁଞ୍ଚିଲେ

– 1:04 AM: ରାତି 1:45 ରେ ଶୁଣାଣି ହେବ ବୋଲି ଖବର ଆସିଲା

– 1:15 AM: କୁହାଗଲା କି ୩ ଜଣ ବିଚାରପତିଙ୍କର ବେଞ୍ଚ ଶୁଣାଣି କରିବ

– 1:30 AM: ଅଭିଷେକ ମନୁ ସିଂଘବୀ ସୁପ୍ରୀମ କୋର୍ଟରେ ପହଁଞ୍ଚିଲେ

– 1:36 AM: ଆଡିସନାଲ ସଲିସିଟର ଜେନରାଲ ତୁଷାର ମେହେତା ସୁପ୍ରୀମ କୋର୍ଟ ପହଁଞ୍ଚିଲେ

– 1:45 AM: କୋର୍ଟ ରୁମ ଖୋଲିଲା, ମୁକୁଲ ରୋହତାଗୀ ମଧ୍ୟ ପହଁଞ୍ଚିଲେ

– 2:10 AM: ସୁପ୍ରୀମ କୋର୍ଟରେ ଆର୍ଗୁମେଣ୍ଟ ଆରମ୍ଭ ହେଲା

– 2:10 AM: କଂଗ୍ରେସ-JDS ଙ୍କର ତରଫରୁ ସିଂଘବୀ, ସରକାରଙ୍କ ତରଫରୁ ଆଟର୍ଣ୍ଣି ଜେନେରାଲ ତର୍କ ରଖିଲେ

– 5:30 AM: ଶୁଣାଣି ସମାପ୍ତ

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top