କର୍ଣାଟକର ମାଙ୍ଗାଲୋର ଠାରେ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ (ଏସପିଆର) ପାଇଁ ୟୁଏଇରୁ ଆସିଥିବା ପ୍ରଥମ ଜାହଜକୁ ସ୍ୱଦେଶରେ ସ୍ୱାଗତ

– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ କିଛିଦିନ ତଳେ ୟୁଏଇ ଗସ୍ତ ସମୟରେ ଏହି ଜାହଜର ଭାରତ ଯାତ୍ରା ଶୁଭାରମ୍ଭ କରିଥିଲେ।
ଭୁବନେଶ୍ୱର-ନୂଆଦିଲ୍ଲୀ ୨୧ ମଇ (ଓଡ଼ିଆ ପୁଅ) – କର୍ଣାଟକର ମାଙ୍ଗାଲୋର ଠାରେ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ (ଏସପିଆର) ପାଇଁ ୟୁଏଇରୁ ଆସିଥିବା ପ୍ରଥମ ଜାହଜକୁ ସେଠାରେ ସ୍ୱାଗତ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧ୍ର।ନ ଗତ କିଛିଦିନ ତଳେ ୟୁଏଇ ଗସ୍ତରେ ଯାଇ ୟୁଏଇର ଶକ୍ତିମନ୍ତ୍ରୀଙ୍କ ସହିତ ଏହି ଜାହଜର ଭାରତ ଯାତ୍ରା ଶୁଭାରମ୍ଭ କରିଥିଲେ।

ଭାରତର ଶକ୍ତି ସୁରକ୍ଷା ପାଇଁ ଦେଶର ୩ଟି ବିଭିନ୍ନ ସ୍ଥାନରେ ଭାରତ ସରକାରଙ୍କ ତରଫରୁ ଏସପିଆର ନିର୍ମାଣ କରାଯାଉଛି। ମାଙ୍ଗାଲୋର ସ୍ଥତି ଏହି ପ୍ରକଳ୍ପରେ ୟୁଏଇରୁ ପ୍ରଥମ ଦଫାରେ ଦୁଇ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ଆବୁଧାବି ନ୍ୟାସନାଲ ଅଏଲ କମ୍ପାନୀ ଦ୍ୱାରା ପଠାଯାଇଛି।

ଏଠାରେ ଉଲେଖ କରାଯାଇ ପାରେ ଯେ, ଗତ ଫେବୃଆରୀ ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁଏଇ ଗସ୍ତ ସମୟରେ ୫.୮୬ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ମାଙ୍ଗାଲୋର ଠାରେ ୟୁଏଇ ସରକାର ଓ ସେଠାର କିଛି ତୈଳ କମ୍ପାନୀ ମାନେ ସେମାନଙ୍କ ଖର୍ଚ୍ଚରେ ସଂରକ୍ଷିତ ରଖିବେ ବୋଲି ଚୁକ୍ତି ହୋଇଥିଲା।

ଏହି ପ୍ରଥମ ଅଶୋଧିତ ତୈଳ ବୋଝେଇ ଜାହଜ ଭାରତରେ ପହଁଚିବା ଭାରତ ଓ ୟୁଏଇ ପରସ୍ପର ସହ ତୈଳ ଓ ଗ୍ୟାସ କ୍ଷେତ୍ରରେ ରଣନୈତିକ ସମ୍ପର୍କକୁ ଆହୁରି ସୁଦୃଢ କରିବ।

Leave a Reply

Your email address will not be published. Required fields are marked *