ଓଡ଼ିଶା

କରୁଣାନିଧି ହିନ୍ଦୁ ଥିଲେ, କାହିଁକି ଜଳା ନଯାଇ କବର ଦିଆଯିବ ତାଙ୍କର ପାର୍ଥିବ ଶରୀର ?

ଚେନ୍ନାଇ ୮-୮ (ଓଡ଼ିଆ ପୁଅ) ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଡିଏମକେ (DMK) ର ଦିବଙ୍ଗତ ନେତା ମୁଥୁବେଲ କରୁଣାନିଧିଙ୍କର ପାର୍ଥିବ ଶରୀର ଜଳାଯିବ ନାହିଁ, କବର ଦିଆଯିବ। ସେ ହିନ୍ଦୁ ଥିଲେ, ଯାହା ପଛରେ ଏକ ବହୁତ ବଡ଼ କାରଣ ଅଛି। ଆମ ଦେଶରେ ଦ୍ରାବିଡ଼ଙ୍କର ଉତ୍ପତ୍ତିକୁ ନେଇକରି ବହୁତ କିଛି କୁହାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ କି ଆର୍ଯ୍ୟ ପୂର୍ବରୁ ଆସିଥିଲେ କି ପରେ କିମ୍ବା ଆର୍ଯ୍ୟ ଏବଂ ଦ୍ରାବିଡ଼ ଦୁହେଁ କେଉଁଠାରୁ ଆସିଥିଲେ। କିଛି ଇତିହାସକାରଙ୍କ ମତରେ ଦ୍ରାବିଡ଼ ଜାତି ପ୍ରାଚୀନ ବିଶ୍ଵର ଅତ୍ୟନ୍ତ ସୁସଭ୍ୟ ଜାତି ଥିଲେ ଏବଂ ଭାରତରେ ମଧ୍ୟ ସଭ୍ୟତାର ବାସ୍ତବିକ ପ୍ରାରମ୍ଭ ଏହି ଜାତି କରିଥିଲେ। କିନ୍ତୁ ଦ୍ରାବିଡ଼ ଜାତି ହିନ୍ଦୁ ଧର୍ମର କୌଣସି ମଧ୍ୟ ବ୍ରାହ୍ମଣବାଦୀ ପରମ୍ପରା ଏବଂ ନୀତିରେ ବିଶ୍ୱାସ ରଖନ୍ତି ନାହିଁ ଏବଂ ଏହି କାରଣରୁ କରୁଣାନିଧିଙ୍କର ପାର୍ଥିବ ଶରୀରକୁ ଜଳାନଯାଇ କବର ଦିଆଯିବ।

ସୂଚନାଯୋଗ୍ୟଯେ, ତାମିଲନାଡୁରେ ଆନ୍ନାଦୁରାଇଙ୍କର ପ୍ରତିନିଧିତ୍ତ୍ୱରେ ପ୍ରାରମ୍ଭ ହୋଇଥିବା ଥିବା ପାର୍ଟୀ ଦ୍ରାବିଡ଼ ମୁନେତ୍ର କଡ଼ଗମ- ଡିଏମକେ (DMK) ରାଜ୍ୟର ରାଜନୀତିରେ ଦ୍ରାବିଡ଼ ସମାଜ ପାଇଁ ଅଧିକ କିଛି କରିଛନ୍ତି ଏବଂ ଏହି ପାର୍ଟିର ମୁଖିଆ ଥିବା ଆନ୍ନାଦୁରାଇ ଦ୍ରାବିଡ଼ ଆନ୍ଦୋଳନର ନେତୃତ୍ଵ ନେଇଥିଲେ। ସେ ସବୁବେଳେ ବ୍ରାହ୍ମଣବାଦୀ ପରମ୍ପରାର ଘୋର ବିରୋଧୀ ଥିଲେ ଏବଂ ଏହି କାରଣରୁ ତାଙ୍କର ନିଧନ ପରେ ତାଙ୍କୁ କବର ଦିଆଯାଇଥିଲା। ଆନ୍ନାଦୁରାଇଙ୍କୁ ହିଁ କରୁଣାନିଧି ନିଜର ସବୁକିଛି ମାନୁଥିଲେ ଏବଂ ଏହି କାରଣରୁ ତାଙ୍କର ପାର୍ଥିବ ଶରୀରକୁ ମଧ୍ୟ କବର ଦିଆଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top