ଜିଲ୍ଲା ପରିକ୍ରମା

କରାଟେ ପ୍ରଶିକ୍ଷକ ପ୍ରଶିକ୍ଷଣ ଶିବିର

ପୁରୀ, ୬/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ବିଶ୍ୱ ଟ୍ରାଡିନାଲା ସୋତେକାନ କରାଟେ ଫେଡେରରେ ସନ୍ ଆନୁକୂଲ୍ୟରେ ୟୁଥ ହଷ୍ଟେଲ ପରିସରରେ ଆରମ୍ଭ ହୋଇଛି।। ୪ ଦିନିଆ ସିନିୟର ରନ ଷ୍ଟକ୍ଟର ପ୍ରଶିକ୍ଷଣ ଶିବିର। ଫେଡେରେସନର ଜାତୀୟ ସାଧାରଣ ସଂପାଦକ ରବିନାରାୟଣ ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷତ୍ତତତା୍ୱବଧାନରେ ଏହି ଶିବିର ପରିଚାଳିତ ହେଉଥଇବା ବେଳେ ୧୬ ଟି ରାଜ୍ୟରୁ ୬୦ ଜଣ ପ୍ରଶିକ୍ଷଣ ଏହି ଶିବିରରେ ଅଂଶ ଗ୍ରହଣ କରିଛନ୍ତି। ଏଥିରେ ଓଡିଶାରେ ୧୬ ଓ ପୁରୀରୁ ୨ ଜଣ ମଧ୍ୟ ରହିଛନ୍ତି। ସିହାନ ସତ୍ୟଜିତ୍ ଚୋଧୁରୀ ଶିବିରରେ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗଦେଇ ଇନଷ୍ଟ୍ରକ୍ଟର ମାନଙ୍କୁ କରାଟେରେ ବିଭିନ୍ନ କଳା କୈାଶଳ ଓ ଆତ୍ମାରକ୍ଷା ସଂପର୍କରେ ତାଲିମ ପ୍ରଦାନ କରୁଛନ୍ତି। ଏହି ପ୍ରଶିକ୍ଷଣରେ ଯୋଗ୍ୟତା ହାସଲ କରିଥିବା ପ୍ରତିଯୋଗୀ ଆଗାମୀ ଦିନରେ ନିଜନିଜ ରାଜ୍ୟରେ କରାଟେ ରେ ପ୍ରଶିକ୍ଷଣ କ୍ଷେତ୍ରରେ କାର୍ଯ୍ୟମରାଯିବ। ସୂ ଚନା ଯୋଗ୍ୟ ଯେ୨୦୨୦ ମସିହା ଅଲମ୍ପିକରେ କରାଟେକୁ ସ୍ତାନ ପାଇଚି। ଏଥିପାଇଁ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ପ୍ରସ୍ତୁତିପାଇଁ ଏହି ଶିବିର ଆୟୋଜନ କରାଯାଇଛି। ପ୍ରଶିକ୍ଷିତ ପ୍ରଶିକ୍ଷିଣମାନେ ନିଜନିଜ ରାଜ୍ୟରେ କରାଟେକମାନଙ୍କ ଭବିଷ୍ୟତ ପାଇଁ କିଭଳି ପ୍ରସ୍ତୁ୍ତ କରିବେ ସେ ସଂପର୍କରେ ଶିବିରରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। କରାଟେ ରେ ବିଭିନ୍ନ କୈାଶଳ, ସ୍ୱାସ୍ଥ୍ୟଗତ ଓ ଶାରୀରିକ ସମସ୍ୟା ଆତ୍ମରକ୍ଷା ଓ ସେ ମିନାର ମାଧ୍ୟମରେ ଇନଷ୍ଟକ୍ଟର ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top