କରାଟେରେ କୃତିତ୍ୱ ଅର୍ଜନ କରିଥିବା ଦୁଇ ଖେଳାଳୀଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ

ଯାଜପୁର-୧୩/୯(ଓଡିଆ ପୁଅ/ଏ.ରାଉତ) ୧୪ତମ ରାଜ୍ୟସ୍ତରୀୟ ସୋତୋକାନ କରାଟେ ପ୍ରତିଯୋଗିତା ଢେଙ୍କାନାଳ ଠାରେ ଅନୁଷ୍ଠିତ ହୋଇôଥବା ବେଳେ ଏହି ପ୍ରତିଯୋଗିତାରେ ଯାଜପୁର ଜିଲ୍ା କରାଟେ ଆସୋସିଏସନ ତରଫରୁ ଖେଳି କୃତିତ୍ୱ ଅର୍ଜନ କରିଥିବା ଧର୍ମଶାଳା ବ୍ଳକ ଦୁଇ ଖେଳାଳୀଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ହିମାଦ୍ରୀ ତନୟା ନାୟକ ସବ ଜୁନିୟର କୁମିତେ ଫାଇଟିଙ୍ଗରେ ବ୍ରୋଞ୍ଜ ପଦକ ହାସଲକରିଥିବା ବେଳେ କୈବଲ୍ୟ ନାୟକ ବିଲୋ ବ୍ଲାକ ଫାଇଟିଙ୍ଗରେ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି । ଧର୍ମଶାଳାର ଏହି ଦୁଇ ଖେଳାଳୀ ଯାଜପୁର ଜିଲ୍ଳା ଓ ଓଡିଶା ପାଇଁ ଗୋ÷ରବ ଆଣିଥିବାରୁ ସେମାନଙ୍କ କୃତିତ୍ୱ ପାଇଁ ସେମାନଙ୍କୁ ଧର୍ମଶାଳାର ବିଧାୟକ ପ୍ରଣବ କୁମାର ବଳବନ୍ତରାୟ,ସାଂସଦ ରୀତା ତରାଇ,ବ୍ଳକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଳଧର ମହାନ୍ତି, େ·ରମୁହାଁ ପଞ୍ଚାୟତର ସରପଞ୍ଚ ସୁଚିସ୍ମିତା ସାମଲ,ଧର୍ମଶାଳା ଥାନାଧିକାରୀ ଅମିତାଭ ମହାପାତ୍ର,ଶିକ୍ଷାବିତ୍ ବିବେକାନନ୍ଦ ନାୟକ ,ଆଦିକନ୍ଦ ସ୍ୱାଇଁଁ , ବରାଳ, ବରିଷ୍ଟ ସମାଜସେବୀ ତଥା ପରିବେଶ ବିତ୍ ଶ୍ରୀନିବାସ ଜେନା,ଅଶୋକ କୁମାର ରାଉତ,ସଂଗ୍ରାମ କେଶରୀ ନାୟକ,ନକୁଳ ଚନ୍ଦ୍ର ନାୟକ ପ୍ରମୁଖ ବହୁବ୍ୟକ୍ତିବିଶେଷ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *