ଜିଲ୍ଲା ପରିକ୍ରମା

କରତ କଳରେ ଚଢଉ, ବିପୁଳ କାଠ ସହ ଯନ୍ତ୍ରାଂଶ ଜବତ

ରାଉରକେଲା ୨୧-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ବନ ବିଭାଗ ପକ୍ଷରୁ ଏକ ୪୦ ଜଣିଆ ଟିମ୍ ବେଦବ୍ୟାସ ଠାରେ ଥିବା ଆଖଣ୍ଡଳମଣି କରତ କଳ ଉପରେ ଚଢାଉ କରି ବିପୁଳ ପରିମାଣର କାଠ ଓ ଯନ୍ତ୍ରାଂଶ ଜବତ କରିଥିଲେ। ଜବତ କାଠ ଓ ଯନ୍ତ୍ରାଂଶର ଆନୁମାନିକ ମୂଲ୍ୟ ପ୍ରାୟ ୧୫ଲକ୍ଷ ହେବ ବୋଲି କୁହାଯାଉଛି। ୬ ଜଣ ସ ମିଲ କର୍ମଚାରୀଙ୍କୁ ଗିରଫ କରିଛି ଟିମ୍। ଚଢଉ ବେଳେ କରତକଳ ମାଲିକ ରମାକାନ୍ତ ବିଶ୍ୱାଳ ଫେରାର ହୋଇଯାଇଥିବା ବନବିଭାଗ ପକ୍ଷରୁ କୁହାଯାଇଛି। ଗତକାଲି ସକାଳ ୧୧ରୁ ଏହି ମିଲରେ ବ୍ୟାପକ ଚଢାଉ କରାଯାଇଥିଲା। ରାଉରକେଲା ବନଖଣ୍ଡ ଅଧିକାରୀ ସଂଜୟ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚଢଉରେ ଅତିରିକ୍ତ ବନ ସଂରକ୍ଷକ ଦିଲୀପ ସାହୁ, ଅଜୟ ସାହୁ, କୁଆଁରମୁଣ୍ଡା ବନାଚଂଳ ଅଧିକାରୀ ସୁଧାଂଶୁ ସାହାଣୀ, ବନ ଅଧିକାରୀ ସନ୍ତୋଷ କାଲୋ, ମନୋଜ ତିଗାଙ୍କ ସମେତ ୪୦ ଜଣିଆ ଟିମ ଚଢଉରେ ଅଂଶ ଗ୍ରହଣ କରିଥିଲେ। ବନବିଭାଗର ଚଢଉରେ ଚୋରା କାଠ ବେପାରୀଙ୍କ ମନରେ ଛନକା ପଶିଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top