ଓଡ଼ିଶା

କରଞ୍ଜିଆ ବ୍ଲକରେ ବାଟବଣା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା: ଠକି ନେଲେ ପ୍ରଧାନମନ୍ତ୍ରୀ ଆବାସ ଘର

କରଞ୍ଜିଆ ୦୮/୦୬/ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ମୟୁରଭଞ୍ଜ ଜିଲ୍ଲାରେ ବଢି ଚାଲିଛି ଦିନକୁ ଦିନ ଦୁର୍ନୀତି। କେତେ ବେଳେ ଚାରା ଘଟଲା ତ ଆଉ କେତେ ବେଳେ ରାସ୍ତା ନିର୍ମାଣରେ। ଏବେ ପୁଣି ଦେଖା ଦେଇଛି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତି, ଦୁର୍ନୀତିର ବାସ୍ନା ବାରି ହେଇପଡ଼ୁଛି ଏହି ଘଟଣାରୁ।

ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା କେରକେରା ଗ୍ରାମପଞ୍ଚାୟତ କେରକେରା ଗ୍ରାମରେ। କେରକେରା ଗ୍ରାମର ଶୁକ ରାୟ ଯାହାର ଜାତିଭିତ୍ତିକ ଜନଗଣନା ୨୦୧୧ ଅନୁସାରେ କ୍ରମିକ ସଂଖ୍ୟା ୨୪୪ ପଞ୍ଜିକରଣ ନମ୍ବର OR2260317, ସେହିପରି ସେହିଗ୍ରାମର ରାଧା ନାଏକ କ୍ରମିକ ସଂଖ୍ୟା ୧୬୪ ପଞ୍ଜିକରଣ ନମ୍ବର OR ୨୩୧୩୬୬୩ ଥାଇ ସେମାନେ ନିଜର ପୈତୃକ ସମ୍ପତିରେ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ନିର୍ମାଣ ନ କରି ସେହି ଗ୍ରାମର ମଧୁସୂଦନ ମହାନ୍ତ, ଏବଂ ନବ ମହାନ୍ତ ଙ୍କ ଜାଗାରେ ଗୃହ ନିର୍ମାଣ କରିବା ସନ୍ଧେହ ସୃଷ୍ଟି କରିଛି।

ସେହିପରି ରାମଚନ୍ଦ୍ରପୁର ଗ୍ରାମର ACC ଲିଷ୍ଟ ରେ ନାମ ଥାଇ ମଧ୍ୟ ଗୃହ ନ ପାଇବା ଏବଂ ଉକ୍ତ ଗ୍ରାମର ACC ଲିଷ୍ଟ ରେ ନାମ ନ ଥିବା ଲୋକଙ୍କ ନାମରେ ଗୃହ ନିର୍ମାଣ କରିବା ବେଶି ସନ୍ଦେହ ସୃଷ୍ଟି କରିଛି, ସେହିପରି ବଡ଼ଗାଁ ଗ୍ରାମ ପଞ୍ଚାୟତ ମଲ୍ଳାରପୋଦା ଗ୍ରାମରେ ମଧ୍ୟ ହିତାଧିକାରୀଙ୍କ ତାଲିକା ରେ ନାମ ଥାଇ ମଧ୍ୟ ନ ପାଇବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାପ୍ରତି ପ୍ରଶ୍ନ ବାଚି ସୃଷ୍ଟି କରୁଛି। କରଞ୍ଜିଆ ପଞ୍ଚାୟତ ସମିତିରେ ଗୋଷ୍ଟି ଉନ୍ନୟନ ଅଧିକାରୀ ବ୍ୟାପକ ଗୃହ ନିର୍ମାଣରେ ଚଞ୍ଚକତା କରିଥିବା ଦେଖିବାକୁ ମିଳିଛି, ପ୍ରକୃତ ହିତାଧିକାରୀ ଉକ୍ତ ଯୋଜନାରେ ସାମିଲ ହଇ ନ ଥିବା ବେଳେ ଅଯୋଗ୍ୟ ହିତଧିକାରୀ ଙ୍କୁ ଚଞ୍ଚକତା କରି କାର୍ୟ୍ଯାଦେଶ ବଣ୍ଟନ କରିବା ଏବଂ କାର୍ଯ୍ୟାଦେଶ ରେ ହିତଧିକାରୀ ଙ୍କ ପଞ୍ଜିକରଣ ନମ୍ବର କିମ୍ବା କ୍ରମିକ ନମ୍ବର ନ ପଡିବା ବିରାଟ ପ୍ରଶ୍ନବାଚି ସୃଷ୍ଟି କରିଛି। କାର୍ଯ୍ୟାଦେଶ ଆରମ୍ବରେ ହିତାଧିକାରୀ ନିଜ ଜମିର ପୋଟା ଦେଇ ଗୃହ ନିର୍ମାଣ ର ପ୍ରସ୍ତାବ ଗ୍ରହଣ କରିଥାନ୍ତି, ସେହିପରି ପ୍ରଥମ କିସ୍ତି ଟଙ୍କା ଉଠାଣ ଜିଓ ଟାଗିଙ୍ଗ ହେଲା ପରେ ଯାଇ ଦ୍ୱିତୀୟ, ତୃତୀୟ ଏବଂ ଫାଇନାଲବିଲ ପୈଠ ହେବା କଥା କିନ୍ତୁ ଏଠାରେ ତାହା ସମ୍ପୂର୍ଣ୍ଣ ଉଲଂଘନ କରି କାର୍ଯ୍ୟ କରିଥିବା ଅଭିଯୋଗ ହଇଛି।

ଜିଓ ଟାଗିଙ୍ଗ କରୁଥିବା ବ୍ୟକ୍ତିଙ୍କ ପୈତୃକ ଜାଗା ରେ ଗୋଟେ ଘର ନିର୍ମାଣ ହଇଥିବା ବେଳେ ତାଙ୍କ ପାଖପୋଡ଼ଶି ଜାଗାରେ ଅନ୍ୟ ଏକ ଗୃହ ନିର୍ମାଣ ହଇଛି।ଜିଓ ଟାଗିଙ୍ଗ କରୁଥିବା ଵ୍ୟକ୍ତି, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏବଂ କନିଷ୍ଠ ଯନ୍ତ୍ରୀ ସବୁ ଜାଣି ଥାଇ ମଧ୍ୟ କିପରି ସମ୍ପୁର୍ଣ୍ଣ ଗୃହ ନିର୍ମାଣ ହଇପାରିଲା ଏହା ତଦନ୍ତ ସାପେକ୍ଷ। ଗ୍ରାମ ବାସୀ ବିଭାଗୀୟ ଅଧିକାରୀ ଙ୍କୁ ପଚାରି ବୁଝିଲେ ଏହା ତାଙ୍କ ନାମକୁ ଟ୍ରାନ୍ସପୋର ହଇଛି କହି ସଫେଇ ଦିଅନ୍ତି କିନ୍ତୁ ହିତାଧିକାରୀ ଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଟଙ୍କା ଆସିବା ସନ୍ଧେହ କରି କିଛି ଗ୍ରାମବାସୀ ସମେତ ଗ୍ରାମ ପଞ୍ଚାୟତର ୱାର୍ଡ ମେମ୍ବର ମାନେ ମିଶି ଜିଲ୍ଲା ପ୍ରଶାସନକୁ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଜିଲ୍ଲାପାଳ ଏହି ଅଭିଯୋଗ କୁ ଗୁରୁତ୍ତର ସହନେଇ କରଞ୍ଜିଆ ଉପ ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାର ତଦନ୍ତ ରିପୋର୍ଟ ଗ୍ରହଣ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହେଉଥିବା ବେଳେ, ଦେଖିବାକୁ ବାକି ରହିଲା ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆ ଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top