ଅପରାଧ

କରଞ୍ଜିଆ ଅଞ୍ଚଳରେ ଚୋରାମାନେ ସକ୍ରୀୟ: ସାତ ଦିନ ଭିତରେ ଲୁଟିଲେ ୫ ରୁ ଅଧିକ ଜାଗାରେ ଲକ୍ଷାଧିକ ଟଙ୍କା ସହିତ ସୁନା ଗହଣା

କରଞ୍ଜିଆ ୮-୭ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ପାଞ୍ଚପୀଢ଼ ଉପଖଣ୍ଡ କରଞ୍ଜିଆ ଅଞ୍ଚଳରେ ଦିନକୁ ଦିନ ଚୋରି ବଢି ବଢି ଚାଲିଛି। ଗତ ଏକ ସପ୍ତାହ ଭିତରେ କରଞ୍ଜିଆ ସହର ର ବିଭିନ୍ନ ଜାଗାରେ ଚୋର ମାନେ ବହୁ ସତର୍କତା ସହିତ ଘରର ତାଲା ଭାଙ୍ଗି ଟଙ୍କା ପଇସା ସାଙ୍ଗକୁ ସୁନା ଗହଣା ବହୁ ମାତ୍ରାରେ ଲୁଟୁ ଥିବା ବେଳେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। କେତେ ବେଳେ କାହା ଘର ଉପରେ ନଜର ପଡିବ କିଏ କହିବ ଏପରି ନାନା ପ୍ରକାରର ଚିନ୍ତାରେ କାଳାତିପାତ କରୁଛନ୍ତି ଲୋକେ। ତେବେ ଏପରି ଏକ ଅଭାବନୀୟ ଘଟଣା ଗତ କାଲି ରାତିରେ ଘଟିଯାଇଛି। କରଞ୍ଜିଆ ସହକାରୀ ରାଜସ୍ୱ ନିରୀକ୍ଷକ ଦେବେନ୍ଦ୍ର ମହାନ୍ତଙ୍କ ସରକାରୀ ବାସ ଭବନ (ପ୍ରଭାତ କୋଲନୀ )ଅଙ୍କୁରା ଠାରେ ଚୋର ଘରେ ପୋଷି ସବୁ ଲୁଟି ନେଇଥିବା ଦେଖିବାକୁ ମିଳିଥିଲା। ବିବରଣୀରୁ ପ୍ରକାଶ ଯେ ଶ୍ରୀ ମହାନ୍ତ ଏକ ଘରଇ କାମରେ ବାରିପଦା ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ଙ୍କୁ ତାଟ ଶଶୁର ଘରେ ଛାଡ଼ି ଥିଲେ, ଏହାର ସୁଯୋଗ ରେ ଶ୍ରୀ ମହାନ୍ତଙ୍କ ସରକାରୀ ବାସଭବନରେ ଚାରି ଗୋଟି ତାଲା ଭାଙ୍ଗି ଚୋରମାନେ ଘରେ ପଶି ଗୋଟାଏ ସୁନା ଚେନ, ଚାରି ଗୋଟି ସୁନା ପଦକ, ଦୁଇ ହଳ ସୁନା କାନ ଫୁଲ, ରୁପା ପାଉଁଜି ଏବଂ ନଗଦ ୩୦ ହଜାର ଟଙ୍କା ଗୋଡ଼ରେଜ ଭାଙ୍ଗି ଲୁଟି ନେଇଥିଲେ। ତେବେ କିଛି ଦିନ ହେବ କରଞ୍ଜିଆ ଅଞ୍ଚଳରେ ଚୋରମାନେ ସକ୍ରୀୟ ରହି ଗୋଟେ ପରେ ଗୋଟେ ଚୋରି କରି ଚାଲିଥିଲେ ମଧ୍ୟ ପୋଲିସର ଭୂମିକା ସନ୍ଦେହ ସୃଷ୍ଟି କରିଛି। କିଛି ଦିନ ପୂର୍ବରୁ ଥାନା ଠାରୁ ମାତ୍ର ୩ ଶହ ମିଟର ଦୂରରେ ଜୈନେକ ବିଜେପି ନେତ୍ରୀଙ୍କ ବାସ ଭବନରୁ ଲକ୍ଷାଧିକ ଟଙ୍କା, ଗୋଲେଇଠାରେ ଜୈନେକ ଶିକ୍ଷକଙ୍କ, ବଣ ସାହି, କରଡ଼ିଆ ମଙ୍ଗଳା ମନ୍ଦିର ସାହି ଏପରି ବହୁ ଜାଗାରେ ସପ୍ତାହୀକ ଭିତର ଲକ୍ଷାଧିକ ଟଙ୍କା ସାଙ୍ଗକୁ ସୁନା ଗହଣା ଚୋରି ହଇ ଥିଲେ ମଧ୍ୟ ପୋଲିସ ର ହାତ ଖାଲି ହେବା ସହିତ ପୋଲିସର ମୁଣ୍ଡ ବଥାର କାରଣ ପାଲଟିଛି। କରଞ୍ଜିଆ ଥାନା ପୋଲିସ ପକ୍ଷରୁ ସନ୍ଧାନୀ କୁକୁର ଆଣି ଯାଞ୍ଚ କରିଥିଲେ ବି କୌଣସି ସୁରାକ ପାଇ ନ ଥିବା ବିଭାଗ ପ୍ରତି ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। କରଞ୍ଜିଆ ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢୁ ଥିବାରୁ ଏପରି ଚୋରି ବଢି ଚାଲିଥିବା ସାଧାରଣରେ ମୁଖ୍ୟ ପ୍ରସଙ୍ଗ ହୋଇଛି, ବିଭାଗ ପକ୍ଷରୁ ମଦ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମୀ ଦିନରେ ଜନ ଆନ୍ଦୋଳନକୁ ଏଡାଇ ଦିଆ ଯାଇ ନ ପାରେ। ସେହିପରି ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ପେଟ୍ରୋଲିଂ କରିବା ପାଇଁ ସାଧାରଣ ରେ ଦାବି ହେଉଥିବା ବେଳେ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମଧ୍ୟ ସାଧାରଣରେ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top