ଓଡ଼ିଶା

କରଞ୍ଜିଆରେ ଜଳ ସମସ୍ୟା: ଗ୍ରମବାସୀ ହନ୍ତସନ୍ତ

କରଞ୍ଜିଆ ୨୩ ମଇ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ମୟୁରଭଞ୍ଜ ଜିଲ୍ଲା ପାଞ୍ଚପୀଢ଼ ଉପଖଣ୍ଡ ରେ ଦିନକୁ ଦିନ ଉତ୍କଟ ହେବାକୁ ଯାଉଛି ଜଳ ସମସ୍ୟା।ସରକାର ଯୋଜନା ପରେ ଯୋଜନା କରୁଥିଲେ ମଧ୍ୟ ତାହା ସଫଳ ରୂପାୟନ ହେଲା ପରି ମନେ ହେଉନି। ପାଞ୍ଚପୀଢ଼ ଅଞ୍ଚଳ ରେ ଦେଖିବାକୁ ମିଳିଛି ବହୁ ପ୍ରକଳ୍ପ ଅଧାପନ୍ତରିଆ ପଡିଥିବା ବେଳେ କିଛି ପ୍ରକଳ୍ପର ରକ୍ଷଣା ବେକ୍ଷଣା ଅଭାବରୁ ପ୍ରକଳ୍ପ ଅଚଳ ହୋଇପଡିଛି। ଲୋକଙ୍କ ତୃଷ୍ଣା ମେଣ୍ଟାଇବା ପରିବର୍ତ୍ତେ ଲୋକଙ୍କୁ ନିରାଶ କରିଛି ଏହି ସବୁ ଯୋଜନା। ସରକାର ପ୍ରତେକ ଗ୍ରାମ ପଞ୍ଚାୟତ କିମ୍ବା ୫୦୦ ରୁ ଅଧିକଜନ ସଂଖ୍ୟା ଥିବା ଗ୍ରାମମାନଙ୍କୁ ସଜଳଧାରା ଯୋଜନାରେ ସାମିଲ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହା କରଞ୍ଜିଆ ବ୍ଲକରେ ବାଟ ବଣା ପରି ମନେ ହୁଏ।

ଉତ୍କଟ ଜଳ ସମସ୍ୟା ନେଇ ଆଜି ବଡଦେଉଳି ଗ୍ରାମ ପଞ୍ଚାୟତ ଶରଧା ଗ୍ରାମର ଶତାଧିକ ମହିଳା ଆଜି ଉପ ଜିଲ୍ଲାପାଳଙ୍କୁ ଭେଟି ଦାବି ଉପସ୍ଥାନ କରିଛନ୍ତି। ଶରଧା ଗ୍ରାମରେ ଲୋକ ସଂଖ୍ୟା ୨୦୦୦ ହଜାର ରୁ ଅଧିକ ଥିଲେ ମଧ୍ୟ ତାଙ୍କୁ ସଜଳ ଧାରା କିମ୍ବା ଅନ୍ୟ କୌଣସି ଯୋଜନାରେ ପାନୀୟ ଜଳଯୋଗାଣ କରିବା ପାଇଁ ଦାବି କରିଛନ୍ତି। ସେହି ପରି ଗ୍ରାମରେ ୯ ଗୋଟି ନଳକୂପ ଥିଲେ ମଧ୍ୟ ସେଥିରୁ ୫ ଗୋଟି ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଛି, ଅନ୍ୟ ୪ ଗୋଟି ରୁ ଦି ଟା ରେ ନାଲି ରଙ୍ଗର ପାଣି ବାହାରିବା ସାଙ୍ଗକୁ ଜିଆ ବାହାରୁ ଥିବା ଗ୍ରାମବାସୀମୋନେ ଅଭିଯୋଗ କରିଛନ୍ତି। ଏହାର ସ୍ଥାୟୀ ସମାଧାନ୧୫ ଦିନ ମଧ୍ୟରେ ନ କଲେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଲିଖିତ ଅଭିଯୋଗ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top