ad
ଜିଲ୍ଲା ପରିକ୍ରମା

କରଞ୍ଜମାଳ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ଥର ସ୍ଥାପନକୁ ପୁରିଲା ବର୍ଷେ, ପଡିଲା ନାହିଁଁ ମାଟି ମୁଠାଏ

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ କରଞ୍ଜମାଳ ପଂଚାୟତରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ହେବ ବୋଲି ଗତ ମାର୍ଚ୨୦୧୮ରେ ଭଦ୍ରକ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ଆସି ଏହି ପଂଚାୟତରେ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ଏହି କଲ୍ୟାଣ ମଣ୍ଡପ ନିର୍ମାଣ ଦ୍ୱାରା ଗ୍ରାମାଚଂଳରେ ସମସ୍ତ କାର୍ଯ୍ୟକ୍ରମ ମାନ ଏହି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇ ପାରିବା ସହ ବିବାହ କାର୍ଯ୍ୟମାନ ସୁରୁଖୁରୁରେ ସଂପର୍ଣ ହୋଇ ପାରିବ ବୋଲି ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଜୁନ ଚରଣ ସେଠୀ ମତ ବ୍ୟକ୍ତ କରିଥିଲେ।ଏହି ଭିତିପ୍ରସ୍ଥର ସ୍ଥାପନ ଉତ୍ସବରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଙ୍କ ସହ କରଞ୍ଜମାଳ ପଂଚାୟତର ପୂର୍ବତନ ସରପଂଚ କେଶବ ଚନ୍ଦ୍ର ନାୟକ, ରମେଶ ନାୟକ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ।ଆଗାମୀ ଦିନରେ ଅର୍ଥାତ ଗୋଟିଏ ଆର୍ଥିକ ବର୍ଷରେ ଏହି କଲ୍ୟାଣ ମଣ୍ଡପର କାର୍ଯ୍ୟ ସଂପୂର୍ଣ ହେବ ବୋଲି ମଂଚାସୀନ ସମସ୍ତ ଅତିଥି ମତ ପୋଷଣ କରିଥିଲେ। ଆଜକୁ ଏକ ବର୍ଷ ତଳେ ୧୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି କଲ୍ୟାଣ ମଣ୍ଡପନିର୍ମାଣ ହେବ ବୋଲି ହୋଇଥିବା ଘୋଷଣା ଆଜି ଭଳି ଦିନରେ ପାଣିରେ ଗାର ସଦୃଶ ହୋଇଛି ବୋଲି କରଞ୍ଜମାଳ ପଂଚାୟତବାସୀ ମାନେ ଅଭିଯୋଗ ଆଣିଛନ୍ତି।ଦୀର୍ଘ ୧ବର୍ଷ ହେବ ଏହି ଭିତିପ୍ରସ୍ଥର ସ୍ଥାପନା ହୋଇଥିଲେ ମଧ୍ୟ କେଉଁ ପରିସ୍ଥିତିରେ ଏହି କଲ୍ୟାଣ ମଣ୍ଡପର କାର୍ଯ୍ୟ ଆରମ୍ଭ ହୋଇ ପାରି ନାହିଁ ତାହା ଅଂଚଳବାସୀଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି। ଏହା କଣ ନିର୍ବାଚନ ଭେଳିକି ବୋଲି ସର୍ବସାଧାରଣରେ ଆଲୋଚ୍ୟର ବିଷୟ ପାଲଟିଥିବା ବେଳେ ଧାମରା ଅଂଚଳବାସୀଙ୍କୁ ସରକାର ଯାତାୟତର ସୁଯୋଗ ଦେଇ ନିର୍ମାଣ କରୁଥିବା ବାଂଶଡା ପୋଲ ଭଳି ଧାମରା ୮ ପଂଚାୟତବାସୀଙ୍କୁ ଏହା ମଧ୍ୟ ଆଉ ଏକ ନିର୍ବାଚନ ଭେଳିକି ବୋଲି ସର୍ବସାଧାରଣରେ ଆଲୋଚ୍ୟର ବିଷୟ ପାଲଟିଛି।ଏହି ନିର୍ମାଣ କାହିଁକି ଆରମ୍ଭ ହୋଇ ନାହିଁ ବୋଲି ଚାନ୍ଦବାଲି ବିଡିଓଙ୍କ ସହ ଯୋଗାଯୋଗ କରିବାରୁ ତାହା ସମ୍ଭବ ହୋଇ ପାରି ନଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top