କରଚୁଲି ପଞ୍ଚାୟତର ଅବହେଳିତ ସିଙ୍ଗିପୁର

ବୁଗୁଡା ୬-୯ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମ ପଞ୍ଚାୟତର ସିଙ୍ଗିପୁର ସ୍ୱାଧୀନତାର ସତୁରିବର୍ଷ ପରେ ମଧ୍ୟ ଯେମିତି ସ୍ୱାଧିନତା ପାଇନାହିଁ ଭଳି ଲାଗୁଛି। କାରଣ ସେଠାକାର ଲୋକେ, ମୌଳିକ ଅଧିକାର ପାଇଁ ଯୋଗାଯୋଗ କିମ୍ବା ଅଭିଯୋଗ କଲେ ପ୍ରଶାସନିକ ଅଧିକାରୀମାନେ ତ ଶୁଣନ୍ତି ନାହିଁ। ଲୋକ ପ୍ରତିନିଧିମାନେ ଦାଉ ସାଧି ସେମାନଙ୍କୁ ବିଭିନ୍ନ କେଶରେ ଛନ୍ଦି ଭୟଭୀତ କରାନ୍ତି। ବୁଗୁଡା ବ୍ଲକ ଠାରୁ ମାତ୍ର ୧୭. କି.ମି ଦୂରରେ ଥିବା ସିଙ୍ଗିପୁର ବର୍ତ୍ତମାନ ଅପହଞ୍ଚ ଇଲାକାରେ। ଗମନା ଗମନରେ ସୁବିଧା ନଥିଲାବେଳେ ଛୋଟଛୋଟ ପିଲାମାନେ ସ୍କୁଲ ନିକଟରେ ଥିବା ଏକ ନାଳକୁ ପାରକରି ଯାଇଥାନ୍ତି। ଯିବାପାଇଁ ରାସ୍ତାଟିଏ ମଧ୍ୟ ନାହିଁ, ଲତାବୁଦା ଦେଇ ପିଲାଏ ସ୍କୁଲକୁ ଯାଉଛନ୍ତି। ଯେଉଁଠି ଦିନ ଦ୍ଵି ପ୍ରହରେ ମଧ୍ୟ ସାପ ସାଙ୍ଗକୁ ହିଂସ୍ରଜନ୍ତୁ ମାନଙ୍କର ଭୟଥାଏ। ଦୁଇଜଣ ଶିକ୍ଷକଙ୍କୁ ଛାଡିଦେଲେ ସେଠାକୁ କେବେ ଶିକ୍ଷା ବିଭାଗର କୌଣସି ଅଧିକାରୀ କେବେ ଯାଇ ନାହାଁନ୍ତି, ସମ୍ପୃକ୍ତ ଅଞ୍ଚଳଟି ଆଦିବାସୀ ଅଧୁସିତ ଅଞ୍ଚଳ ହୋଇଥିଲେ ମଧ୍ୟ ଏବେବି ସରକାରଙ୍କ ଆଢୁଆଳ ଥିଲାପରି ମନେ ହେଉଛି।ସୁଙ୍ଗିପୁର ନାମରେ ତିନିଗୋଟି ଗାଁ ରହିଛି।ଗୋଟିଏହେଲା କନ୍ଧ ସିଙ୍ଗିପୁର ଯେଉଁଠି ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୫୦ରୁ ଉର୍ଦ୍ଧ ପରିବାର ରହିଛନ୍ତି, ଗୌଡ଼ ସିଙ୍ଗିପୁରରେ ପ୍ରାୟ ୪୫ପରିବାର ଏବଂ ସିଙ୍ଗିପୁର କୋଲନି ରେ ପ୍ରାୟ ୩୦ ପରିବାର ବାସ କରନ୍ତି, ଏବଂ ଢେପ ସାହିରେ ପ୍ରାୟ ୨୫ଘର ବାସ କରନ୍ତି।ପ୍ରଥମେ ଗମନାଗମନର ସୁବିଧନାହିଁ , ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କହିଲେ ନ ଚଳେ।ଅଙ୍ଗନବାଡି କେନ୍ଦ୍ର କେବେ ଖୋଲା ହେଉନଥିବା ଅଭିଯୋଗ ହେଉଛି।ଶୁଣିବାକୁ ମିଳୁଛି ସିଙ୍ଗିପୁର କୋଲନି ପ୍ରାଥମିକ ବିଦ୍ୟାଳୟ ପରିସରରେ ଯେଉଁ ଅଙ୍ଗନବାଡି କେନ୍ଦ୍ରଟି ନୂତନ ଭାବେ ନିର୍ମାଣ ହୋଇଛି ଭୁତକୋଠି ଭଳି ପଡି ରହିଛି।ଜୈନିକ ଅଙ୍ଗନବାଡି କର୍ମୀ ଜଣଙ୍କ ସେହି ଗାଁ ଝିଅ ହୋଇଥିବାଯୋଗୁଁ ଏବଂ ତାଙ୍କର ସମ୍ପର୍କୀୟ ମାନେ ଗୁଣ୍ଡଗିରି କରୁଥିବାରୁ ଅଙ୍ଗନବାଡି ବିଷୟରେ ଅଭିଯୋଗ କରିବାକୁ କେହି ସାହାସ କରନ୍ତିନାହିଁ।ଅଙ୍ଗନବାଡି କର୍ମୀ ଜଣକ ଭଞ୍ଜନଗର ନିକଟସ୍ଥ ଗ୍ରାମରେ ବିବାହ ହୋଇଥିବା ଯୋଗୁଁ ଗାଁ ରେ ଅଙ୍ଗନବାଡି ରେ କେବେ ରୁହାନ୍ତିନାହିଁ।ଯଦିକେହି ଅଭିଯୋଗ କରନ୍ତି ତେବେ ସେମାନେ କୁଜିନେତା ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସହାୟତା ଲୋଡି ମିଛ କେସ କରି ଭୟଭୀତ କରନ୍ତି।ତାର ଏକ ଜ୍ୱଳନ୍ତା ଉଦାହରଣ ନିକଟ ଅତୀତରେ କିଛିଲୋକ ଅଭିଯୋଗ କରିଥିବାରୁ ତାଙ୍କୁ ମିଥ୍ୟା କେସ ରେ ଗୁନ୍ଥା ଯାଇଛି।ଶୁଣିବାକୁ ମିଳୁଛି ଅଙ୍ଗନବାଡି କର୍ମୀ ଜଣଙ୍କ କୁଆଡେ ଇନ୍ଦ୍ରଚନ୍ଦ୍ର ମାନୁ ନଥିବା ଶୁଣିବାକୁ ମିଳୁଛି।ଏବଂ ରାତିଅଧିଆ ଘରେ ପଶି ଆରେଷ୍ଟ କରି କୋର୍ଟ କୁ ପଠାଇ ଦିଅନ୍ତି।ଏଣୁ ସାଧାରଣ ଲୋକେ ମୌଳିକ ଅଧିକାରକୁ ସାବସ୍ତ୍ୟ କରିବା ପାଇଁ ଭୟକରନ୍ତି।କାହାକୁ ପଚାରିଲେ ମୁହଁ ବୁଲାଇ ଚାଲି ଯାଆନ୍ତି ଏବଂ କିଛି ଲୋକ ସତ କହିଲେ ମଧ୍ୟ ଅସହାୟତା ପ୍ରକାଶ କରନ୍ତି। ସ୍ୱାଧୀନତାର ୭୦ବର୍ଷ ପରେମଧ୍ୟ ବୁଗୁଡ଼ାଠାରୁ ମାତ୍ର ୧୭.କି.ମି ଦୂରରେ ଥିବା ଆଦିବାସୀ ଗାଁ ଟି ଯେଉଁ ଅପହଞ୍ଚ ଇଲାକାରେ ପରିଣତ ହୋଇଛି ଏବେ ସେଠାରେ ଆଦିବାସୀମାନେ ମେଳିହୋଇ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଥିବା ଶୁଣିବାକୁ ମିଳୁଛି।ଏଣୁ ସରକାର ଏବଂ ବିଭାଗୀୟ ଅଧିକାରୀ ମାନେ ନିକଟରେ ସମ୍ପୃକ୍ତ ଅଞ୍ଚଳ ପ୍ରତି ଧ୍ୟାନ ନ ଦିଅନ୍ତି ତେବେ ଆଗାମୀ ଦିନରେ ଯେଉଁ ଜନ ଆନ୍ଦୋଳନ ହେବ ସେଥିପାଇଁ ଯେ ସରକାର ଏବଂ ପ୍ରଶାସନ ଅଧିକାରୀ ଦାୟୀ ରହିବେ ଏକଥା କିଏକହିବ ବୋଲି ରାସ୍ତାଘାଟ ଶୁଣିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *