କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରରେ ସାଧାରଣତନ୍ତ୍ର ଦିବସ ପାଳନ

କେନ୍ଦ୍ରାପଡା ୨୮/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ସହରର ମୀରପାଟଣାସ୍ଥିତ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଶିକ୍ଷାକେନ୍ଦ୍ର ପରିସରରେ ଜାତୀୟ ପତାକାକୁ ଜନଶକ୍ତି ପାର୍ଟି ସଭାପତି ପ୍ରଦିପ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ତୋଳନ କରିଥିଲେ। ଏହାପରେ ପ୍ରଦିପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଦୁ ଧଳ, ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, ସିପିଆଇ ଜିଲ୍ଲା ସାଧାରଣ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସରକାରୀ ଓକିଲ ସଞ୍ଜୟ ଜେନା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ୬୯ତମ ସାଧାରଣତନ୍ତ୍ର ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶିକ୍ଷାକେନ୍ଦ୍ରର ଦିଲ୍ଲିପ କୁମାର ଜେନା, ପ୍ରଭାତ କୁମାର ବେହେରା, ତରନୁମ ଆରା, ସନ୍ତୋଷ କୁମାର ଆଚାର୍ଯ୍ୟ, ଏସ.କେ ନଫିସୁଦିନ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଆର.ସି.ଫାତମା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *