ଜିଲ୍ଲା ପରିକ୍ରମା

କମ୍ପୁଟର ସାଇନସରେ ଡକରେଟ ଲାଭ କଲେ ରମାମଣୀ ତ୍ରିପାଠୀ

ଖଇରା, ୨୩/୮/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ନରମା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଧର ତ୍ରିପାଠୀ ଓ ତାଙ୍କର ସ୍ତ୍ରୀ ମମତାଞ୍ଜଳି ତ୍ରିପାଠୀଙ୍କର କନ୍ୟା ରମାମଣୀ ତ୍ରିପାଠୀ ଡକରେଟ ପାଇ ଏଅଂଚଳପାଇଁ ଗୌରବ ଆଣିଦେଇଥିବାରୁ ବାପା, ମାଆ, ପରିବାରବର୍ଗ, ବନ୍ଧୁବାନ୍ଧବ, ଶୁଭେଛୁ ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଶ୍ରୀ ତ୍ରିପାଠୀଙ୍କ କନ୍ୟା ରମାମଣୀ ତ୍ରୀପାଠୀ ପ୍ରବେଶିକା, ଶିକ୍ଷା ଓ ଅନୁସନ୍ଧାନ ଡ୍ରିମ ଟୁ ବି (ଡି ଡବ୍ଲ୍ୟୁଏମଇଡି)ବିଶ୍ୱବିଦ୍ୟାଳୟର ଏକ୍ସ/୬୫୪/୧୫୪୫/୨୦୧୮ ନୋଟିଫିକେସନ ଅନୁଯାଇ କମ୍ପୁଟର ସାଇନସ ଓ ଇଞ୍ଜିନିୟରଙ୍ଗ ପିଏଚଡି ଡିଗ୍ରୀ ଲାଭ କରିଛନ୍ତି। ସେ ବିଶ୍ୱବିଦ୍ୟାଳୟର କମ୍ପୁଟର ସାଇନସ ଇଞ୍ଜିନିୟରିଙ୍ଗ ବିଭାଗର ପ୍ରଫେସର ଡ.ଦେବାହୁତି ମିଶ୍ର ଓ ନାଇଜେରିଆର ପ୍ରଫେସର ଡ.ବଦ୍ରୀନାଥ କୁଙ୍କି ମାଲାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗବେଷଣା କରୁଥିଲେ। ତାଙ୍କ ରଚିତ ସନ୍ଦର୍ଭ ଏ ସପଟ କମ୍ପୁଟିଙ୍ଗ ବେଷ୍ଟ ପ୍ରଡକସନ ଅଫ ଚୁଲେଷ୍ଟୋର ବାଇଡିଙ୍ଗ ମୋଟିଫ ଇନ ହେଲିକାଲ ମେବ୍ରାନସ ପ୍ରୋଟିନସ ବୁନେଲ ବିଶ୍ୱବିଦ୍ୟାଳୟ, ଲଣ୍ଡନର ପ୍ରଫେସର ଡ.ଅହମ୍ମଦ ଏଫ ଯୁବା ଏବଂ ନାଗପୁର ମହାବିଦ୍ୟାଳୟର ପ୍ରଫେସର ଲିଲେସିଂହ ଠାକୁରଙ୍କ ଦ୍ୱାରା ପରୀକ୍ଷିତ ଏବଂ ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଛନ୍ତି। ରମାମଣୀ ତ୍ରିପାଠୀ ଭୁବନେଶ୍ୱରର ଅଗ୍ରଣୀ ଇଉନାଇଟେଡ ସ୍କୁଲ ଅଫ ଚିକନେସ ମେନେଜମେଣ୍ଟ ମହାବିଦ୍ୟାଳୟ (ଇଉଏସବିଏମ)ର କମ୍ପୁଟରର ଏପ୍ଲିକେସନ (ଏମସିଏ) ବିଭାଗରେ ଅଧ୍ୟାପିକା ରୂପେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top