ଅପରାଧ

କମ୍ୟୁନିଟି ସେଣ୍ଟର ମରାମତି ପରେ ଦୁଇ ଠିକାଦାରଙ୍କ ଭାଗ ଛିଡିଲା ନାହିଁ ,ଟାଇଲ ଖୋଲି ନେଲେ, ପୁଣି ପରେ ୫୦ହଜାର ଟଙ୍କା ଅନୁଦାନର ବିଷୟ ଚର୍ଚ୍ଚା

ହରିଚନ୍ଦନପୁର,ତା ୧୦ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ସୁନାପେଣ୍ଠ ଗ୍ରାମପଞ୍ଚାୟତର କୁସୁମୁଣ୍ଡିଆ ଗ୍ରାମରେ ଥିବା କମ୍ୟୁନିଟି ସେଣ୍ଟର ଗୃହଟି ଆଜକୁ ଅନେକ ଦିନ ହେବ ବିପଦ ଶଙ୍କୁଳ ଅବସ୍ଥା ହୋଇପଡିଥିଲା ତାହାକୁ ନେଇ ମରାମତି ଆବଶ୍ୟକ ରହିଥିଲା । ମରାମତିକୁ ନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଯୋଜନାରୁ ୨୦୧୬/୧୭ ମସିହାରେ ୧ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟଟିକୁ ଗ୍ରାମର ଦୁଇଜଣ ଠିକାଦାର ମିଳିତ ଭାବରେ ନିଜ ହାତକୁ ନେଇ ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ । ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସମ୍ପୂର୍ଣ୍ଣ ବିଲ ଉଠାଇଥିଲେ ମଧ୍ୟ ଦୁଇଜଣ ଠିକାଦାରଙ୍କ ମଧ୍ୟରେ ଲାଭ ହୋଇଥିବା ଅର୍ଥକୁ ଠିକ ଭାବରେ ବଣ୍ଟା ହୋଇପାରିନଥିଲା । ତେଣୁ ତାହା ମଧ୍ୟରୁ ଜଣେ ଠିକାଦାର ଗୃହଟିରେ ଲାଗିଥିବା ଟାଇଲଗୁଡିକ ଖୋଲି ନେଇ ଯାଇଥିବାର ଅଭିଯୋଗ ହୋଇଛି । ଏହାକୁ ନେଇ ଗ୍ରାମବାସୀ ବାରମ୍ବାର ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଜିତେନ୍ଦ୍ର ଟୁଡୁଙ୍କ ପାଖରେ ଅଭିଯୋଗ କରିଆସୁଥିଲେ । କନିଷ୍ଠଯନ୍ତ୍ରୀଙ୍କ କହିବା ଅନୁସାରେ ଆଜକୁ ୬ମାସ ପୂର୍ବରୁ ଗୃହଟିର ମରାମତି କାର୍ଯ୍ୟ କରାଯାଇଥିଲା । ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଠିକାଦାର ସମ୍ପୂର୍ଣ୍ଣ ବିଲ୍ ଉଠାଇ ନେଇଛନ୍ତି । ତାହା ପରେ ଦୁଇଜଣ ଠିକାଦାରଙ୍କ ମଧ୍ୟରେ ଆପୋଶ ବୁଝାମଣା ନହୋଇ ଗୃହଟିର ଟାଇଲ ଖୋଲି ନେଇଛନ୍ତି । ୬ମାସ ପୂର୍ବରୁ ମରାମତି କାର୍ଯ୍ୟ କରାଯାଇଥିବା ବେଳେ ପୁଣି ବର୍ତମାନ ୫୦ହଜାର ଟଙ୍କା ମରାମତି ପାଇଁ ଉକ୍ତ ଗୃହକୁ ଦିଆଯାଇଛି କାହା ସ୍ୱାର୍ଥରେ ତାହା ଲୋକମାନଙ୍କ ମଧ୍ୟରେ ଆଲୋଚନା ହେଉଛି । ଗୃହଟିର ଟାଇଲ ଖୋଲି ନେଇଯିବାକୁ ନେଇ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଥି ପ୍ରତି ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ଯଥାଶିଘ୍ର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top