ଓଡ଼ିଶା

କମିଶନରେଟ୍ ପୋଲିସ ସ୍ଥାପନର ୧୦ ବର୍ଷ ପୂର୍ତ୍ତି ପାଳନ: ଲୋକଙ୍କ ବିଶ୍ବାସ ବଜାୟ ରଖିବା ପାଇଁ କାମ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୫-୧ (ଓଡ଼ିଆ ପୁଅ) ଆପଣମାନେ ସବୁବେଳେ ଲୋକଙ୍କ ସହିତ ରୁହନ୍ତୁ ଏବଂ ଲୋକଙ୍କ ବିଶ୍ବାସ ବଜାୟ ରଖିବା ପାଇ କାମ କରନ୍ତୁ। ଆଜି ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ କଟକ-ଭୁବନେଶ୍ବର କମିଶନରେଟ୍ ପୋଲିସର ୧୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହିଳା, ଶିଶୁ ଓ ବରିଷ୍ଠ ନାଗରିକମାନଙ୍କ ଅଭିଯୋଗକୁ ପୋଲିସ ସ୍ଵତନ୍ତ୍ର ଧ୍ୟାନ ଦେବା ଦରକାର। ସେମାନଙ୍କ ଅଭିଯୋଗର ତ୍ୱରାନ୍ୱିତ ଅନୁସଂଧାନ କରି ସମାଧାନ କରିବାପାଇଁ ଉଦ୍ୟମ କରିବାକୁ ସେ କହିଥିଲେ। କମିଶନରେଟ୍ ପୋଲିସ ଗତ ୧୦ ବର୍ଷ ମଧ୍ୟରେ ଅନେକ ସଫଳତା ସହିତ ଆହ୍ବାନର ମଧ୍ୟ ସମ୍ମୁଖୀନ ହୋଇଛି। ଜନସାଧାରଣଙ୍କୁ ତ୍ୱରିତ ସେବା ଯୋଗାଇ ଦେବା ପାଇଁ କମିଶନରେଟ୍ ପୋଲିସ ଚୀର ଉଦ୍ୟମ ଜାରି ରଖିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ୱେବ୍ ଆପ୍ଲିକେସନର ସହିତ ଅନ୍-ଲାଇନ ପଞ୍ଜୀକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବରିଷ୍ଠ ନାଗରିକମାନଙ୍କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ପରିଚୟ ପତ୍ର ପ୍ରଦାନ କରିଥିଲେ। ବରିଷ୍ଠ ନାଗରିକ ମାନଙ୍କ ପାଇଁ Do’s and Don’t ଲିଫ୍ଲେଟ ଉନ୍ମୋଚନ କରିଥିଲେ। ଏହା ସହିତ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ସ୍ବାସ୍ଥ୍ୟସେବା କ୍ୟାମ୍ପର ମଧ୍ୟ ଉଦ୍‌ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୋଲିସ ମହାନିର୍ଦେଶକ ଡ. ଆର୍.ପି. ଶର୍ମା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ଅସିତ ତ୍ରିପାଠୀ ଏବଂ ପୋଲିସ କମିଶନର ଶ୍ରୀ ୱାଇ.ବି., ଖୁରାନିଆ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top