ଜିଲ୍ଲା ପରିକ୍ରମା

କମିଲା ମାଟି୍ରକ୍ ପରୀକ୍ଷା କେନ୍ଦ୍ର ହାଇସ୍କୁଲ ପାଇଁ ୧୧୮ ଓ ସ୍ପୋର୍ଟ୍ସ ପରୀକ୍ଷାର୍ଥୀଙ୍କ ପାଇଁ ଦୁଇଟି ପରୀକ୍ଷା କେନ୍ଦ୍ର

ଭଦ୍ରକ, ୧୮ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଫେବ୍ରୁୟାରୀ ୨୩ ତାରିଖ ଠାରୁ ୨୦୧୮ ବର୍ଷର ହାଇସ୍କୁଲ ମାଟି୍ରକ୍ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରୀକ୍ଷା ପାଇଁ ୧୨୦ ଜାଗାରେ ୧୧୮ ଟି ମାଟି୍ରକ ପରୀକ୍ଷା କେନ୍ଦ୍ର ସାରା ଜିଲାରେ ଖୋଳାଯିବ । ୨୦୧୮ ବର୍ଷ ପାଇଁ ଭଦ୍ରକ ଜିଲାର ୧୧୮ ଟି ପରୀକ୍ଷା କେନ୍ଦ୍ରରେ ୨୪, ୨୪୦ ଜଣ ଛାତ୍ରଛାତ୍ରୀ ରେଗୁଲାର ପରୀକ୍ଷାର୍ଥୀ ଭାବେ ଚିହ୍ନଟ ହୋଇଛନ୍ତି । ଯଥା – ଭଦ୍ରକ ବ୍ଲକ୍ରେ ମୋଟ ୨୧ ଟି ପରୀକ୍ଷା କେନ୍ଦ୍ର ହୋଇଛି । ଯେଉଁଥିରେ ୪୫୬୯ ରେଗୁଲାର ଏବଂ ୧୭୨ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ । ସେହିପରି ବାସୁଦେବପୁର ବ୍ଲକ୍ରେ ୨୨ ଟି ପରୀକ୍ଷା କେନ୍ଦ୍ରରେ ୪୭୪୧ ଜଣ ରେଗୁଲାର ଏବଂ ୭୭ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ । ଭଣ୍ଡାରିପୋଖରୀ ବ୍ଲକ୍ରେ ମୋଟ ୯ଟି ପରୀକ୍ଷା କେନ୍ଦ୍ର , ଯେଉଁଥିରେ ୧୫୦୮ ଜଣ ରେଗୁଲାର ଓ ୪୦ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ । ବନ୍ତ ବ୍ଲକ୍ରେ ୧୩ଟି ପରୀକ୍ଷା କେନ୍ଦ୍ରରେ ୨୭୦୪ ଜଣ ରେଗୁଲାର ପରୀକ୍ଷାର୍ଥୀ ଏବଂ ୩୩ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ । ଚାନ୍ଦବାଲି ବ୍ଲକ୍ରେ ୧୯ ଟି ପରୀକ୍ଷା କେନ୍ଦ୍ରରେ ୪୨୦୮ ଜଣ ରେଗୁଲାର ପରୀକ୍ଷାର୍ଥ ଏବଂ ୮୪ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ । ଧାମନଗର ବ୍ଲକ୍ରେ ୧୯ ଟି ପରୀକ୍ଷା କେନ୍ଦ୍ର ଯେଉଁଥିରେ  ୩୩୭୦ ଜଣ ରେଗୁଲାର ପରୀକ୍ଷାର୍ଥୀ ଏବଂ ୧୧୬ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ତିହିଡି ବ୍ଲକ୍ରେ ୧୫ ଟି ପରୀକ୍ଷା କେନ୍ଦ୍ରରେ ୩୧୪୦ ଜଣ ପରୀକ୍ଷାର୍ଥୀ ଏବଂ ୪୧ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥ । ଏହା ସହିତ ମଧ୍ୟମା ପରୀକ୍ଷାର୍ଥୀ ୩୪୬ ଜଣ ଥିବାବେଳେ ୩୨୮ ଜଣ ଏସ୍ଟି ସ୍ପୋର୍ଟ୍ସ ପରୀକ୍ଷାର୍ଥୀକୁ ମିଶାଇ ମୋଟ ୨୫୪୭୭ ଜଣ ପରୀକ୍ଷାର୍ଥୀ ରହିଛନ୍ତି । ୧୧୮ ଟି ହାଇସ୍କୁଲ ମାଟି୍ରକ୍ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ୨ଟି ସ୍ପୋର୍ଟ୍ସ ପରୀକ୍ଷା କେନ୍ଦ୍ର ହୋଇଛି । ଭଦ୍ରକ ବ୍ଲକ୍ରେ ସରକାରୀ ବାଳିକା ହାଇସ୍କୁଲ କେନ୍ଦ୍ରରେ ଗୋଟିଏ ଏବଂ ଭଣ୍ଡାରିପୋଖରୀ ବ୍ଲକ୍ରେ ଗୋଟିଏ ସ୍ପୋର୍ଟ୍ସ ପରୀକ୍ଷା କେନ୍ଦ୍ର ରହିଛି । ପ୍ରଶ୍ନପତ୍ର ନବା ଆଣିବା ପାଇଁ ୧୩ଟି ଡେସପାଚ ଟିମ୍ ଗଠନ କରାଯାଇଛି । ସାରା ଜିଲାରେ ମୋଟ ୩୧୮ ଟି ହାଇସ୍କୁଲର ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟି୍ରକ୍ ପରୀକ୍ଷା ଦେଇଛନ୍ତି । ତିହିଡି ବ୍ଲକ୍ର ପୁରାତନ ବିଦ୍ୟାଳୟ ଚରସ ହାଇସ୍କୁଲ ବ୍ଲକ୍ର ନୋଡାଲ ପରୀକ୍ଷା କେନ୍ଦ୍ର ଭାବେ ଗତ କିଛି ବର୍ଷ ହେଲା କାର୍ଯ୍ୟ କରୁଛି । ଏହି ପରୀକ୍ଷା କେନ୍ଦ୍ର ପରିସରରେ ବ୍ଲକ୍ ଶିକ୍ଷା ବିଭାଗ ମଧ୍ୟ ରହିଛି । ଏହି ନୋଡାଲ କେନ୍ଦ୍ର ମଧ୍ୟରେ ସାରା ବ୍ଲକ୍ର ୧୫ଟି ହାଇସ୍କୁଲ ପରୀକ୍ଷା ସେଣ୍ଟର ପାଇଁ ପ୍ରଶ୍ନପତ୍ର ଆସି ରହିବାର ବ୍ୟବସ୍ଥା ମଧ୍ୟ ହୋଇଆସୁଛି । ଏହି ପରୀକ୍ଷା କେନ୍ଦ୍ରରେ ପାଚେରୀ ମୁକୁଳା । ଏହି ପୁରାତନ ବିଦ୍ୟାଳୟ ଚାରି କଡରେ ଥିବା ପାଚେରୀ ବର୍ଷେ ହେଲା ଭୁଷୁଡି ପଡିଲାଣି । ଗ୍ରାମ୍ୟ ଉନ୍ନୟନ ବିଭାଗ ବିଦ୍ୟାଳୟମାନଙ୍କ କୋଠା ଓ ପାଚେରୀ ନିର୍ମାଣ ଦାୟିତ୍ୱ ହେଉଥିବାରୁ ଅନ୍ୟ କୌଣସି ବିଭାଗ ଏହି ପାଚେରୀ ନିର୍ମାଣ ପାଇଁ ଅର୍ଥ ଦେଇପାରୁନାହାଁନ୍ତି । ଏଥିପାଇଁ ଗୋଟିଏ ବର୍ଷ ହେଲା ତିହିଡି ହାଇସ୍କୁଲ ପ୍ରଧାନ ଶିକ୍ଷକ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲ କମିଟି ନିବେଦନ କରୁଥିଲେ ମଧ୍ୟ ସ୍କୁଲ ପାଚେରୀ ନିର୍ମାଣ ହୋଇପାରୁନାହିଁ । ଏହି ମୁକୁଳା ପାଚେରୀକୁ ନେଇ ବ୍ଲକ୍ ନୋଡାଲ ପରୀକ୍ଷା କେନ୍ଦ୍ରର ସୁରକ୍ଷା ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁଲିସ୍ କେତେ ସରକାର ଯୋଗାଇବେ ଯେ ଚାରିକଡ ମୁକୁଳା ପାଚେରୀକୁ ସେମାନେ ଜଗିବେ । ବାରମ୍ବାର ନିବେଦନ କରି ବିଫଳ ହେଲେଣି ସ୍କୁଲ କର୍ତ୍ତୃପକ୍ଷ । ଆଉ ଗୋଟିଏ କେଇଦିନ ପରେ ମ୍ୟାଟି୍ରକ୍ ପରୀକ୍ଷା । ସେଥିପାଇଁ ପ୍ରଶ୍ନପତ୍ର ବି ଆଉ ଗୋଟିଏ ଦିନ ପରେ ସ୍କୁଲରେ ଆସି ପହଞ୍ଚôବ । ୧୫ଟି ପରୀକ୍ଷା କେନ୍ଦ୍ର ପାଇଁ ପ୍ରଶ୍ନପତ୍ର ରହୁଥିବା ଏହି ନୋଡାଲ କେନ୍ଦ୍ରରେ ମୁକୁଳା ପାଚେରୀ ସଂକଟ ଆଣିଦେଇଛି । ଭଦ୍ରକ ଜିଲାରେ ୧୧୮ ଟି ପରୀକ୍ଷା କେନ୍ଦ୍ର ପାଇର୍ ୧୨ଟି ନୋଡାଲ ପରୀକ୍ଷଶ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ପାଇଁ ଓଏମ୍ଆର ପ୍ରଶ୍ନପତ୍ର ଓ ଆଡମିଟ୍ କାର୍ଡ ପହଞ୍ଚôଛି । ନୋଡାଲ କେନ୍ଦ୍ର ତରଫରୁ ଏହି ଆଡମିଟ୍ କାର୍ଡ ଓ ଓଏମ୍ଆରକୁ ୧୧୮ଟି ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top