କମାରବନ୍ଧ ବିବେକାନନ୍ଦ ପାଠଚକ୍ରର ୨୮ତମ ଯୁବତ୍ସୋବ

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବିଗତବର୍ଷ ପରି ଚଳିତବର୍ଷ ଏହି ଜିଲାର ଧାମନଗର ବ୍ଲକ୍ କମାରବନ୍ଧ ଗ୍ରାମର ବିବେକାନନ୍ଦ ପାଠଚକ୍ର ଆନୁକୂଲ୍ୟରେ ୨୮ତମ ଯୁବତ୍ସୋବ ପାଳିତ ହୋଇଯାଇଛି। ପ୍ରତ୍ୟୁଷରୁ ପାଠଚକ୍ରର ସଦସ୍ୟ/ସଦସ୍ୟା ତଥଶ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଭାତଫେରୀ ମାଧ୍ୟମରେ ସ୍ଥାନୀୟ ଅଂଚଳ ପରିକ୍ରମା କରି ବିବେକାନନ୍ଦଙ୍କ ଆଦର୍ଶ ବାର୍ତ୍ତା ପ୍ରଚାର କରିଥିଲେ। ପରେ ସଂଘର କର୍ମକର୍ତ୍ତା ଅଶୋକ ରାଉତ, ଦୀପକ ରାଉତ, ସତ୍ୟବ୍ରତ ରାଉତ, କବି ପ୍ରସାଦ ମଲ୍ଲିକ ଓ ଆଲୋକ ରାଉତଙ୍କ ସହ ଛାତ୍ରଛାତ୍ରୀମାନେ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ସମୂହ ପ୍ରାର୍ଥନା ସଭାର ଆୟୋଜନ କରିଥିଲେ। ବିବେକାନନ୍ଦଙ୍କ ଆଦର୍ଶ ଓ ଜୀବନୀ ସଂପର୍କିତ ବକ୍ତୃତା ପ୍ରତିଯୋଗିତା ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତାମାନ ନାଟ୍ୟ ନିର୍ଦ୍ଦେଶକ ସଂଜୀବ ସ୍ୱାଇଁ, ଚିତ୍ତରଂଜନ ବାରିକ ଓ ବୈରାଗୀ ଧଳଙ୍କ ସଂଯୋଜନାରେ ଦିବସବ୍ୟାପୀ ହୋଇଥିଲା। ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ ସଂଗୀତାଚାର୍ଯ୍ୟ ସୁବାଷ ଚନ୍ଦ୍ର ମଲ୍ଲିକ ଓ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ନାଥ ରାଉତଙ୍କ ଦ୍ୱାରା ଧାମନଗର ବ୍ଲକ୍ର ମ୍ୟାଟ୍ରିକ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ର ତପନ କୁମାର ମିଶ୍ରଙ୍କୁ ରଘୁନାଥ ଧଳ ସ୍ମୃତି ସମ୍ମାନ ପ୍ରଦାନ କରିବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ତପନ ଧଳ, ସନ୍ତୋଷ ମଲ୍ଲିକ, ଅଜୟ ସ୍ୱାଇଁ, ଅନିଲ୍ ରାଉତ, ସୁରେଶ ମଲ୍ଲିକ, ରଂଜନ ରାଉତ, ସ୍ୱରାଜ ସ୍ୱାଇଁ, ବିଶ୍ୱଜିତ୍ ମଲ୍ଲିକ, ଗତିକୃଷ୍ଣ ବାରିକ ପ୍ରମୁକ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *