କମାରପାଳ ହାଇସ୍କୁଲରେ ବିଧାୟକଙ୍କୁ ସମ୍ବର୍ଦ୍ଧନା

ଔପଦା, ୨୭/୫(ଓଡିଆ ପୁଅ/ନିରଂଜନ ପ୍ରସାଦ)-ଔପଦା ବ୍ଲକ ଅଘିରାପଦା ଗ୍ରାମପଞ୍ଚାୟତ କମାରପାଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନିଳଗିରି ବିଧାୟକ ଇଂ ଶୁକାନ୍ତ କୁମାର ନାୟକଞ୍ଚମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ୭ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟର ପାଠାଗାର ନିର୍ମାଣ ପାଇଁ ୬ ଲକ୍ଷ ଟଙ୍କା ଅନୁଦାନ ଦେବାପାଇଁ ଘୋଷଣା କରିଥିଲେ। ସ୍କୁଲ ତରଫରୁ ବିଧାୟକଙ୍କୁ ମାନପତ୍ର ସହିତ ଉପଢୌକନ ପ୍ରଦାନ କରାଯାଇଥିଲା। ଆଡଭୋକେଟ୍ ଶରତ ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏବିଇଓ ଚୈତନ୍ୟ ପ୍ରସାଦ ବାରିକ ସ୍କୁଲର ବିକାଶ ପାଇଁ ସର୍ବସାଧାରଣ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ୫ ଶହରୁ ଅଧିକ ନମ୍ବର ରଖିଥିବା ଛାତ୍ରୀ /ଛାତ୍ର ଭଗ୍ୟଶ୍ରୀ ଶତପଥୀ, ଭଗ୍ୟଲକ୍ଷ୍ମୀ ବେହେରା, ଦେବସ୍ମିତା ବେହେରା, ଗୌତମ ବେହେରା, ଆଶୀଷ ବେହେରା, ଚିନ୍ମୟୀ ମଲ୍ଲିକ ଏବଂପଠାଣୀ ସାମନ୍ତ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ନିତ୍ୟାନନ୍ଦ ବେହେରାଙ୍କୁ ବିଧାୟକ ପ୍ରତ୍ୟେକଙ୍କୁ ୫ ଶହଟଙ୍କା ସହାୟତା ପ୍ରଦାନ କରିଥିଲାବେଳେ ଛାତ୍ରୀ ଚିନ୍ମୟୀ ମଲ୍ଲିକଙ୍କ ପିତା ୨ ଦିନତଳେ ମୃତ୍ୟୁବରଣ କରିଥିବା କଥା ଶୁଣି ଦଃଖ ପ୍ରକାଶ କରିବା ସହିତ ଛାତ୍ରୀ ଚିନ୍ମୟୀ ମଲ୍ଲିକଙ୍କର ଉଚ୍ଚ ଶିକ୍ଷା ପାଇଁ ସମସ୍ତ ସାହାଯ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ମଧୁସୂଦନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *