ଜଗତସିଂହପୁର

କବି ରମାକାନ୍ତ ରାଉଳଙ୍କୁ ଚେଳିତୋଳ ସଂସ୍କୃତି ସମ୍ମାନ

ତିର୍ତ୍ତୋଲ ତା ୦୭/୦୬ (ଓଡ଼ିଆ ପୁଅ/ଟୁକନ ସେଠୀ) – ଦିର୍ଘ ଚାରି ଦଶନ୍ଧି ଧରି ରାଜ୍ୟ ତଥା ଜାତୀୟ ସ୍ତରରେ ସାରଳା ସାହିତ୍ୟ ସଂସ୍କୃତି-କଳା ଓ ମହିମା ପ୍ରଚାରକରିଆସୁଥିବା ସ୍ଥାନୀୟ କନକପୁର ଗ୍ରାମର କବି ରମାକାନ୍ତ ରାଉଳଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ଚେଳିତୋଳ ସଂସ୍କୃତି ସମ୍ମାନରେ ସମ୍ମାନରେ ସମ୍ମାନୀତ କରାଯାଇଛି। କଟକ ବିଜୁପଟ୍ଟନାୟକ ଛକ ସ୍ଥିତ ସାରଳା ଭବନରେ ଚେଳିତୋଳ କଲଚରାଲ ଏକାଡେମୀ ତରଫରୁ ଆୟୋଜିତ ଅନୁଷ୍ଠାନର ୨୭ତମ ବାର୍ଷିକ ଉତ୍ସବରେ ରାଉଳଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଡାକ୍ତର ନିମାଇଁ ଚରଣ ପରିଜାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବରେ ଜଷ୍ଟିସ ମଦନମୋହନ ଦାସ ମାନପତ୍ର, ଅଙ୍ଗବସ୍ତ୍ର ପ୍ରଦାନ ପୁର୍ବକ ସମ୍ମାନୀତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଂ ପ୍ରଭାକର ସ୍ୱାଇଁ, ଇଂ ଶୁଶୀଳ କୁମାର ମହାପାତ୍ର, ପିତାମ୍ବର ମିଶ୍ର, ପ୍ରଫେସର ଗିରିଶ ଚନ୍ଦ୍ର ମହାପାତ୍ର, ସବିତା ମହାପାତ୍ର, ବସନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଡାକ୍ତର ନିରୋଦ କୁମାର ଗୋଚ୍ଛାୟତ ଶନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top