କବି ଭକ୍ତଚରଣ ସ୍ମାରକୀ ସମାରୋହ

ନୟାଗଡ଼ ୦୧/୧୧(ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା) ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଭକ୍ତଚରଣ କ୍ଲବ ଆନୁକୂଲ୍ୟରେ ସନ୍ଥ କବି ଭକ୍ତଚରଣଙ୍କର ୪୫ ତମ ଭକ୍ତଚରଣ ସ୍ମାରକୀ ସମାରୋହ ୨୦୧୭ କ୍ଲବ ପରିସରରେ ମଙ୍ଗଳବାର ପୂର୍ବାହ୍ନ ଦିନ ୮ ଘଟିକା ସମୟରେ ପୂର୍ବତନ ବିଧାୟକ ସୁରେନ୍ଦ୍ରନାଥ ମିଶ୍ରଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି । ବୁଧବାର ପ୍ରାତଃ ୭ ଘଟିକାରେ ମଙ୍ଗଳା ଆଳତୀ ଓ ନାମ ସଂର୍କୀନ ଦେବାର୍ଚ୍ଚନ ସ୍ମାରକୀ ଉଦ୍ଘାଟନ ମଥୁରା ମଙ୍ଗଳ ପାରାୟଣ ୧୦ ଘଟିକା ସମୟରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ସ୍ତରୀୟ କୁଇଜ୍ ପ୍ରତିଯୋଗୀତା ପରେ ସନ୍ଥ ଭକ୍ତଚରଣଙ୍କ ରଚିତ ମଥୁରା ମଙ୍ଗଳ, ମନବୋଧ ଚଉତିଶା, କଳାକଳେବର ଚଉତିଶା ଆଦି କବିତା ଗାନ କରାଯାଇଥିବା ବେଳେ ଅପରାହ୍ନରେ ମନୋରଞ୍ଜନ କାର୍ଯ୍ୟକ୍ରମ ମ୍ୟାଜିକ୍ ସୋ କରାଯାଇଥିବା ବେଳେ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ଭଞ୍ଜଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ କରାଯାଇଥିଲା । ସନ୍ଧ୍ୟା ସମୟରେ କ୍ଲବ ସଭା ମଣ୍ଡପରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ମିଶ୍ରଙ୍କ ସଭାପତିତ୍ୱରେ ସ୍ମାରକୀ ସଭାର ଆୟୋଜନ କରାଯାଇଥିଲା । ଏଥିରେ ପୂର୍ବତନ ବିଧାୟକ ରମାକାନ୍ତ ମିଶ୍ର, ସମ୍ମାନିତ ଅତିଥି ପୂର୍ବତନ ବିଧାୟକ ଶରତ ଚନ୍ଦ୍ର ମିଶ୍ର, ମୁଖ୍ୟ ବକ୍ତା କିଶୋର ଚନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ, ରାଜସୁନାଖଳା, ସମ୍ମାନୀତ ବକ୍ତା ମୃତୁ୍ୟଞ୍ଜୟ ମହାପାତ୍ର ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଯୋଗଦେଇଥିଲେ । ସଭାକାର୍ଯ୍ୟର ଆରମ୍ଭରୁ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ପରେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ପଣ୍ଡିତ ଶିଶିର କୁମାର ନାୟକ, କ୍ଲବର ବାର୍ଷିକ ବିବରଣୀ ପାଠ କରିଥିଲେ ସଂପାଦକ ଆଦିତ୍ୟ କୁମାର ବେହେରା । ପରିଶେଷରେ କ୍ଲବ ସଭାପତି ସତ୍ୟନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ

Leave a Reply

Your email address will not be published. Required fields are marked *