Home କେନ୍ଦୁଝର କବି ପ୍ରତାପ ମହାନ୍ତଙ୍କୁ ସମ୍ପର୍ଦ୍ଧନା

କବି ପ୍ରତାପ ମହାନ୍ତଙ୍କୁ ସମ୍ପର୍ଦ୍ଧନା

121

ଘଟଗାଁ,୩/୨(ଓଡିଆ ପୁଅ/ଭବାନୀପ୍ରସାଦ)-ଘଟଗାଁ ବ୍ଲକ ଅନ୍ତର୍ଗତ ବିନଦା ଗ୍ରାମପଂଚାୟତର ମଶିଣାଯୋଡି ଗ୍ରାମରେ କେନ୍ଦୁଝର ସାଂସ୍କୃତିକ ପ୍ରଗତି ମଂଚର ଷଷ୍ଠ ବାର୍ଷିକ ଉସôବ ପାଳନ କରିବା ଅବସରରେ ଗାୟକ ଧନେଶ୍ୱର ମହାନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ରାଜ୍ୟସ୍ତରୀୟ ସାହିତ୍ୟ ସଭାରେ ଘଟଗାଁର କବି,ଲେଖକ ଓ ପ୍ରବଚକ ପ୍ରତାପ ମହାନ୍ତଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ ଉସôବରେ ମୁଖ୍ୟ ଅତିଥିଭାବେ କଳିଙ୍ଗସେନାର ସୁପ୍ରିମୋ ହେମନ୍ତ ରଥ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ଜଙ୍ଘିରା ମହାପାଟ ମହାବିଦ୍ୟାଳୟର ଅଧ୍ୟକ୍ଷ ଶରତ ଚନ୍ଦ୍ର ମହାପାତ୍ର , ସମ୍ନାନନୀୟ ଅତିଥି ଭାବେ ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ପୂର୍ବତ ଅଧ୍ୟକ୍ଷ ଧିରେନ ମହାନ୍ତି ଏବଂ ଶିକ୍ଷାବିତ ସଚିଦାନନ୍ଦ ସାହୁ ଯୋଗ ଦେଇଥିଲେ । କବି ପ୍ରତାମ ମହାନ୍ତ ବହୁମୁଖୀ ପ୍ରତିଭା ଓ ସାରସ୍ୱତ ସାଧନା ନିମନ୍ତେ ପୂର୍ବରୁ ରାଜ୍ୟର ବିଭିନ୍ନ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ଓ ସମ୍ନାନୀତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.