କବି କମଳାକାନ୍ତ ଲେଙ୍କାଙ୍କୁ ଶ୍ରଦ୍ଧାଞ୍ଜଳି

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – କବି କମଳାକାନ୍ତ ସାହିତ୍ୟ ସମାଜ ପକ୍ଷରୁ ଯଶସ୍ୱୀ କବି କମଳାକାନ୍ତ ଲେଙ୍କାଙ୍କ ବିଂଶତମ ଶ୍ରାଦ୍ଧ ଉସôବ ଓ କବିତା ପାଠୋସôବ ଅନୁଷ୍ଠାନର  ସଭାପତି ରଜନୀକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଦିବଗଂତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ନିମନ୍ତ୍ରୀତ ଅତିଥି ଭାବେ ଗାଳ୍ପିକ ଡ଼. ରାଧାବିନୋଦ ନାୟକ, ଡ଼. କ୍ଷୀରୋଦ ସାମଲ, ଘାସଫୁଲର ସମ୍ପାଦକ ବିଷ୍ଣୁ ସେଠୀ, ଶିଶୁ ସାହିତି୍ୟକ ମନୀନ୍ଦ୍ର ମହାନ୍ତି ଯୋଗଦେଇ କମଳାକାନ୍ତ ଜଣେ ଅନନ୍ୟ ପ୍ରତିଭାର ଅଧିକାରୀ ଥିଲେବୋଲି କହିଥିଲେ । କବି ଅ୍ରବନୀ ପ୍ରଧାନ, ଅକ୍ଷୟ ଜେନା, ପବିତ୍ର ପାଣିଗ୍ରାହୀ, ଡ଼.ଶଶଧର ଦାସ, ନିର୍ମଳ ରାଉତ, ଡ଼. ପ୍ରଭାତ ନଳିନୀ ମହାପାତ୍ର, ବସନ୍ତ ମିଶ୍ର, ଦିିବ୍ୟସିଂ ଦାସଅଧିକାରୀ, ରତିକାନ୍ତ ବେହେରା, ପ୍ରଦୀପ୍ତ ମହାନ୍ତି, କରୁଣାକର ବେହୁରିଆ, ଅକ୍ଷୟ ବାରିକ, ବସନ୍ତ ନାୟକ, ଜ୍ୟୋତିପ୍ରକାଶ ମହାନ୍ତି, ସିଦ୍ଧାର୍ଥ ମହାନ୍ତି, ଡ଼. ରାଧାରାଣୀ ମହାପାତ୍ର, ବିଜୟ ବହଳୀ, ଆନନ୍ଦ ନାଥ ବକ୍ତବ୍ୟ ରଖିବା ସହ କବିତା ପାଠ କରିଥିଲେ । କବି ଚୈତାଳୀ ଖିଲାରଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଚିତ୍ରଶିଳ୍ପୀ ଅଶୋକ ମହାନ୍ତି ଅତିଥି ପରିଚୟ, ସିତାଂଶୁ ଲେଙ୍କା ସମ୍ପାଦକୀୟ ବିବରଣୀ ରଖିଥିବାବେଳେ, ଗାଳ୍ପିକ ଭୀମ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *