ଓଡ଼ିଶା

କବିସୂର୍ଯ୍ୟନଗର ଷ୍ଟେଟ ବ୍ୟାଙ୍କ କର୍ମଚାରୀଙ୍କ ବ୍ୟବହାରରେ ଲୋକେ ଅତିଷ୍ଠ: ଆନ୍ଦୋଳନ ଦାନା ବାନ୍ଧୁଛି

କବିସୂର୍ଯ୍ୟନଗର ୧୪/୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ଗଂଜାମ କବିସୂର୍ଯ୍ୟନଗର ଲୋକନାଥ ବଜାର ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କରେ କାର୍ଯ୍ୟରତ କିଛି କର୍ମଚାରୀଙ୍କ ବ୍ୟବହାର ଦିନକୁ ଦିନ ଅତି କଦର୍ଯ୍ୟ ଆଡକୁ ଗତି କରୁଛି। ଷ୍ଟେଟ ବ୍ୟାଙ୍କରେ ଭତ୍ତା ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ତଥା ପେନସନ ଭୋଗୀମାନଙ୍କ ସଂଖ୍ୟା ଅଧିକ ଥିବା ହେତୁ ସକାଳ ୯ ଘଣ୍ଟ ନବାଜୁଣୁ ବହୁ ଦୂର ଦୂରାନ୍ତରରୁ ଗ୍ରାହାକମାନଙ୍କ ଲମ୍ବା ଲାଇନ ଲାଗିଥାଏ। ତେବେ ସବୁଠାରୁ ପରିତାପର ବିଷୟଯେ କିଛି କର୍ମଚାରୀ ମାସମାସ ଧରି ଛୁଟିରେ ରହୁଥିବା ବେଳେ ଆଉ କିଛି କର୍ମଚାରୀ କାର୍ଯ୍ୟ ସମୟରେ ଫୋନରେ ଗପିବାରେ ବ୍ୟସ୍ତ ରହୁଥିବାର ଦେଖିବାକୁ ମିଳୁଛି। ଖାଲି ସେତିକି ନୁହଁ ଗ୍ରାହକମାନଙ୍କୁ ଘଣ୍ଟା ଘଣ୍ଟା ଧରି ଠିଆ କରାଇବା ସହ ଛି..ଛି କାର କରାଯାଉଥିବାର କ୍ରମାଗତ ଦେଖିବାକୁ ମିଳୁଛି। ଏମିତି କି କିଛି ନିଯୁକ୍ତି ପାଇନଥିବା ଜୈନିକ ବ୍ୟକ୍ତିଙ୍କୁ ଚିରିକୁଟି ବଣ୍ଟନ ଦାୟିତ୍ଵ ଦିଆଯାଇଥିବା ବେଳେ ଜୈନିକ ବ୍ୟକ୍ତି ସତେ ଯେମିତି ମ୍ୟାନେଜର ଭଳି ଅଭିନୟ କରି ବୟସ୍କ ଅସହାୟ ବିଧବା ମାନଙ୍କୁ ଖିଖାଁରି ଗୋଡାଇଥାନ୍ତି। ଯାହାକି ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଘଟଣା ନେଇ ସହରର ଜଣେ ଯୁବ ସଚେତନ ନାଗରିକ ଲୋକପାଳ ପାଖକୁ ଅଭିଯୋଗ ପତ୍ର ପଠାଇଥିବାର ଜଣାପଡିଥିବା ବେଳେ ଆସନ୍ତା ଦିନରେ ଏହାକୁ ନେଇ ଏକ ଆନ୍ଦୋଳନ ହେବାର ଆଭାଷ ମିଳିଲାଣି। ସେପଟେ କିନ୍ତୁ ବ୍ୟାଙ୍କର ମୁଖ୍ୟ ଅଧିକାରୀ କିନ୍ତୁ ଶିତତାପ ନିୟର୍ନ୍ତ୍ରିତ କୋଠରୀରେ ବସି ଟହଲ ମାରୁଥିଲେ ମଧ୍ୟ ଲୋକଙ୍କୁ ସେବା ଯୋଗାଇଦେବା କଥାକୁ ଭୁଲିଯାଇଛନ୍ତି। ସବୁଠାରୁ ବଡ କଥା ହେଲା ସହରର କିଛି ବଡ ବ୍ୟବସାୟୀଙ୍କୁ ରାତ୍ରିର ଅନ୍ଧାରରେ ଡାକି କଣ କରାଯାଉଛି ବ୍ୟାଙ୍କ ଭିତରେ ତାହାର ଖବର କାହାରି ପାଖରେ ନଥିବା ବେଳେ ରାତ୍ରିର ଅନ୍ଧାରରେ ମଧ୍ୟ ଷ୍ଟେଟ ବ୍ୟାଙ୍କ ଭିତରେ ଜଳୁଛି ବିଜୁଳିବତୀ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top