କବିତା ହେଉଛି ହୃଦୟର ସ୍ପନ୍ଦନ

ରାଉରକେଲା ୨୪ ମଇ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଓ ରାଉରକେଲା କ୍ଲବର ମିଳିତ ଆନୁକୂଲ୍ୟରେ କବିତା ଆସର କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଯାଇଛିା ବିଶିଷ୍ଟ ମଞ୍ଚ କଳାକାର ଅସୀମ ବସୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏହି କବିତା ଆସରରେ ଆଇଜିଏଚ୍ର ଅର୍ଥୋ ବିଭାଗର ବରିଷ୍ଠ ପରାମର୍ଶଦାତା ତଥା ରାଉରକେଲା କ୍ଲବ୍ର ସାଧାରଣ ସମ୍ପାଦକ ଡା.ସଞ୍ଜୟ କୁମାର ତିୱାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯୁବ ହଷ୍ଟେଲର ସଭାପତି ନାରାୟଣ ପତି, କବିତା ଆସରର ଅ୍ମକ୍ଷ ବୁଦ୍ଧଦେବ ବସୁ, ଆବାହକ ସୁବ୍ରତା ପତି, ସଂଯୋଜକ କୁଞ୍ଜବିହାରୀ ରାଉତ ଓ କବି ଅଶୋକ କୁମାର ରାଉତ ପ୍ରମୁଖ ମଞ୍ଚାସୀନ ଥିଲୋ ହଷ୍ଟେଲ ସାଧାରଣ ସମ୍ପାଦକ ବସନ୍ତ କୁମାର ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଡା. ତିୱାରୀ କହିଲେ, କବିତା ହେଉଛି ହୃଦୟର ସ୍ପନ୍ଦନା କବିତା ପାଠ ବା ଆବୃତ୍ତି ଭାଷାକୁ କେବଳ ରୁଦ୍ଧିମନ୍ତ କରାଏ ନାହିଁ କବି ତା ମନକଥାକୁ କବିତା ମା୍ମମରେ ପ୍ରକାଶ କରିଥାଏା ଯାହା ଅନେକ କ୍ଷେତ୍ରରେ ସମାଜକୁ ଦିଗ୍ଦର୍ଶନ ଦେଇଥାଏା ସଭାପତି ଶ୍ରୀ ପତି, ଅଧ୍ୟକ୍ଷ ଶ୍ରୀ ବସୁ କବିତା ଆସରର ଆବଶ୍ୟକତା ଉପରେ ଆଲୋକପାତ କରିଥିବା ବେଳେ ଆବାହକ ଶ୍ରୀମତୀ ପତି ଧନ୍ୟବାଦ ଦେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ କବିତା ଆସରର ସଂଯୋଜକ ତଥା କବି କୁଞ୍ଜବିହାରୀ ରାଉତ ଓ କବି ଅଶୋକ କୁମାର ରାଉତଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲାା ଏହି ଆସରରେ ସହରର ବିଶିଷ୍ଟ କବିଙ୍କ ସମେତ ନୂତନ ପୀଢିର କବି, କବୟିତ୍ରୀମାନେ ଯୋଗ ଦେଇ କବିତା ପାଠ କରିଥିଲୋ ନାରାୟଣ ପତି, ଡ.ଜୟନ୍ତୀ ପାଢୀ, ଗୁଡିଆ ସିକା, ଖୁସବୁ କେର୍କେଟା, ଶୈଳବାଳା ଷଡଙ୍ଗୀ, ଗିରିଶ ପରିଡା, ଜ୍ୟୋତ୍ସ୍ନା କୁମାରୀ ନାଏକ, ପର୍ଯ୍ୟାପ୍ତି ନାଏକ, ଗଗନ ବିହାରୀ ନାୟକ, ସୁବ୍ରତା ପତି, ଅଗାଧ ଆର୍. ପୁରୋହିତ, ସ୍ମିତା ମିଶ୍ର, ଡଲିରାଣୀ ବ୍ରହ୍ମା, ଚିତ୍ତରଞ୍ଜନ ବ୍ରହ୍ମା, ବସନ୍ତ ବିଶ୍ୱକର୍ମା, ମିତା ପ୍ରଧାନ, ପ୍ରକାଶ ଚନ୍ଦ୍ର ସେଠୀ, ତ୍ରିଲୋଚନ ମଥାନ, ରୁଷି କୁମାର ଦାଶ, ଆଲିଶା ଟପ୍ପୋ, ଭରତ କୁମାର ଶତପଥୀ, ରଶ୍ମିତା ନାଥ, କନକଲତା ଦାସ, କୁଇନ ଦାସ, ଡା.କୃପାସିନ୍ଧୁ ନାୟକ, ଅଙ୍ଗୁରବାଳା ପରିଡା, ମନସ୍ୱିନୀ ଦାଶ, ଯଶମିନ ନାୟକ, ମୋନାଲିସା ମିଶ୍ର, ସୁଚିସ୍ମିତା ବିଶ୍ୱାସ, ମୀନକେତନ ପଶାୟତ, ପୁଲୀନ ରାଉତରାୟ, କୁଞ୍ଜ ବିହାରୀ ରାଉତ, ଅଶୋକ କୁମାର ରାଉତ ପ୍ରମୁଖ କବିତା ପାଠ କରିଥିଲୋ ଅନୁଷ୍ଠାନ ତରଫରୁ ସମସ୍ତ କବି ଓ କବୟିତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ଲୁସି ଦାଶ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲୋ

Leave a Reply

Your email address will not be published. Required fields are marked *