ଓଡ଼ିଶା

କବିତା ଆସରରେ ବାଜପେୟୀ: ରାଜ୍ୟ କାର୍ଯ୍ୟାଳୟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର, ତା୧୮/୦୮(ଓଡ଼ିଆ ପୁଅ): ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କବି ସ୍ୱର୍ଗତ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ କବିତା ପାଠତ୍ସୋବ ଆୟୋଜିତ ହୋଇଛି। ପ୍ରାୟ ଶତାଧିକ କବି, ଲେଖକ ଏବଂ ସାହିତ୍ୟିକ ଏକାଠି ହୋଇ କବିତା ମାଧ୍ୟମରେ କବି ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅପର୍ଣ କରିଛନ୍ତି।

ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ପ୍ରଦୀପ ପ୍ରଜ୍ୱଳନ କରି କବିତା ପାଠତ୍ସୋବର ଶୁଭାରମ୍ଭ କରିଥିଲେ। ଉପସ୍ଥିତ କବି ଓ ପାଠକମାନେ ସ୍ୱର୍ଗତ ବାଜପେୟୀଙ୍କ କାଳଜୟୀ କବିତା ପାଠ କରି ତାଙ୍କ ସ୍ମତି ଚାରଣ କରିଥିଲେ। ଅଟଳ ଅମର, ଅଟଳ ଅପରାଜିତ, ଅଟଳ ଅବିସ୍ମରଣୀୟ ଏହାକୁ ପ୍ରତିଟି ଶଦ୍ଦରେ ତୋଳିଧରି ସ୍ୱର୍ଗତ ଅଟଳଜୀଙ୍କ ସାହସ ଓ ଦେଶପ୍ରେମକୁ ପୁଣିଥରେ ଉଜ୍ଜିବୀତ କରାଯିବାର ପ୍ରୟାସ କରାଯାଇଥିଲା। କବି ସ୍ୱର୍ଗତ ଅଟଳଜୀଙ୍କ କବିତାରେ ମାନବୀୟ ମୂଲ୍ୟବୋଧ, ସାମାଜିକ ପ୍ରତିବଦ୍ଧତା, ରାଷ୍ଟ୍ର ପ୍ରେମ, ଜୀବନ ଯଥାର୍ଥ ଆଦିର ଚିତ୍ରଣକୁ ଉପସ୍ଥିତ କବିମାନେ ନିଜ ନିଜ କବିତାରେ ଶଦ୍ଦବଦ୍ଧ କରିଥିଲେ।

କବିତା ପାଠତ୍ସୋବ କାର୍ଯ୍ୟକ୍ରମରେ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଭୁବନାନନ୍ଦ ତ୍ରିପାଠୀ, ପଂଚାନନ ନାୟକ, ଅଶ୍ରୁମୋଚନ ମହାନ୍ତି, ଅମୂଲ୍ୟ ରତ୍ନ ମହାନ୍ତି, ସଂଜୀବ ମିଶ୍ର, କାନନ ବାଳା ପଟ୍ଟନାୟକ, ଅର୍ଚ୍ଚନା ପଲେଇ, ନନ୍ଦିନୀ ଶତପଥୀ, ଜୟନ୍ତୀ ପଢିହାରୀଙ୍କ ସମେତ ଶତାଧିତ କବି ଉପସ୍ଥିତ ରହି ନିଜର କବିତା ଆବୃତି କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଯୁବମୋର୍ଚ୍ଚା ଉପସଭାପତି ଦୀପକ ଗୋଛାୟତ ଧନ୍ୟବାଦ ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top