ଜିଲ୍ଲା ପରିକ୍ରମା

କବାଟବନ୍ଧରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛାତ୍ରଛାତ୍ରୀ

 

ଯାଜପୁର-୯/୯(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଧର୍ମଶାଳା ବ୍ଲକ କବାଟବନ୍ଧ ନୋଡାଲ ଉଚ୍ଚ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଶନିବାର ପୂର୍ବାହ୍ନରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ଜଣାଯାଇଛି । ସଚେତନ ନାଗରିକ ମଞ୍ଚର ଆବାହକ ସରୋଜକାନ୍ତ ବେହେରାଙ୍କ ନେତୃତ୍ୱରେ ଶତାଧିକ ଯୁବକ ସ୍କୁଲ ପରିସରରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସଂପର୍କରେ ଅବଗତ କରାଇଥିଲେ । କବାଟବନ୍ଧ ସମେତ ନିକଟସ୍ଥ ପଞ୍ଚାୟତର ଲୋକମାନେ ଉକ୍ତ ଡାକ୍ତରଖାନା ଉପରେ ନିର୍ଭରଶୀଳ ବୋଲି ସେମାନଙ୍କୁ ଜଣାଇଥିଲେ । ନିକଟରେ ଜାତୀୟ ରାଜପଥ ଯିବା ସହିତ ରାସ୍ତା କଡକୁ ଲାଗି କଳାପଥର ପାହାଡ ରହିଥିବାରୁ ଲୋକମାନେ ଖଣି ଖାଦାନରେ କାର୍ଯ୍ୟ କରିଥାନ୍ତି । ଅଶାବଧାନତା ବସତଃ ସେଥିନେଇ ଦୈନିକ ଦୁର୍ଘଟଣା ଘଟିଥାଏ । ସେହି ଆହାତ ରୋଗୀମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିସôା ନିମନ୍ତେ ଆସିଥାନ୍ତି । ମାତ୍ର ସେଠାରେ ଅନେକ ସମୟରେ ଡାକ୍ତର ଅନୁପସ୍ଥିତ ଥିବାରୁ ଗୁରୁତର ରୋଗୀମାନେ ଅନ୍ୟତ୍ର ଚିକିସôା ନିମନ୍ତେ ଯାଇଥାନ୍ତି । ଫଳରେ ରୋଗୀମାନେ ଗୁରୁତର ଥିବାରୁ ମୃତୁ୍ୟ ମୁଖରେ ପଡିଥାନ୍ତି । ଏହିଭଳି ସମସ୍ୟା ଦିର୍ଘଦିନ ହେବ କବାଟବନ୍ଧ ଡାକ୍ତରଖାନାରେ ଦେଖିବାକୁ ମିଳୁଛି । ଏହାର ସ୍ଥାୟୀ ସମାଧାନ କରାଯାଉନାହିଁ । ଉକ୍ତ ଡାକ୍ତରଖାନାରୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ୨୨ କିଲୋମିଟର ହୋଇଥିବାରୁ ରୋଗୀମାନେ ସେଠାକୁ ଯାଇ ଚିକିସôା ହେବା ସମ୍ଭବପର ହେଉନାହିଁ । ଏଥିନେଇ ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ପକ୍ଷରୁ କବାଟବନ୍ଧକୁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ପ୍ରଦାନ କରିବାକୁ ଦାବି ହେଉଛି । ଏ ନେଇ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ବିଭିନ୍ନ ଅନୁଷ୍ଠାନ ଓ ସ୍କୁଲ, କଲେଜର ଛାତ୍ର ଛାତ୍ରୀ ମାନେଙ୍କୁ ଏଥିରେ ସାମିଲ କରାଯାଉଛି । ସେହିପରି ଆଜି ସକାଳେ କବାଟବନ୍ଧ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦସ୍ତଖତ ଅଭିଯାନରେ ସାମିଲ ହେବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ସୂଚନାଯୋଗ୍ୟ ଯେ ଉକ୍ତ ଡାକ୍ତରଖାନାରେ ୨୦ହଜାର ଲୋକ ନିର୍ଭର କରିଥିବାରୁ ଏହାକୁ ତୁରନ୍ତ ଗୋଷ୍ଠୀସ୍ୱାସ୍ଥ୍ୟ ମାନ୍ୟତା ପ୍ରଦାନ କରିବାକୁ ଛାତ୍ରୀ ତୁଳସୀ ସାହୁ, ଚିନ୍ମୟୀ ବାରିକ, ଶୁଭଲକ୍ଷ୍ମୀ ସାହୁ, ଝିଲିବାଲା ବେହେରା ଓ ଅରୁନ୍ଧତୀ ପୁହାଣ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top