ଜିଲ୍ଲା ପରିକ୍ରମା

କବରାପାଲିରେ ଚକଜମି ବିବାଦ ଘନେଇଲା

ସମ୍ବଲପୁର, ୦୧.୦୧(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): ସମ୍ବଲପୁର ଜିଲ୍ଲା ଯୁଯୁମୁରା ତହସିଲ ଅନ୍ତର୍ଗତ କବରାପାଲି ରାଜସ୍ୱ ଗ୍ରାମରେ ଚକ ଜମି ଚିହ୍ନଟ ପ୍ରକ୍ରୀୟା ଜଟିଲ ହୋଇପଡିଛି। ୫୩ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ରାଜପଥ କଡରେ ଥିବା କବରାପାଲି ରାଜସ୍ୱ ଗ୍ରାମର ଚାଷୀଙ୍କ ଜମି ଅଧିଗ୍ରହଣ କରାଯାଇଛି। ତେବେ ମେଜରେ ଚାଷ କରୁଥିବା ପ୍ରଜାଙ୍କୁ ଚକ ଜମି ଚିହ୍ନଟ କରି ଏପର୍ଯ୍ୟନ୍ତ ଦିଆଯାଇ ନାହିଁ। ୮୩ ମସିହାରେ ହୋଇଥିବା ଚକ ବନ୍ଦୋବସ୍ତରେ ଗୁରୁତର ଜାଲିଆତି କରାଯାଇଥିବା ଯୋଗୁଁ ଗ୍ରାମର ୮୦ ପ୍ରତିଶତ ପ୍ରଜା ଚକ ସଂଶୋଧନ କରିବାକୁ ଦାବି କରିଥିଲେ। ସେଥିପାଇଁ ଆଜି ପର୍ଯ୍ୟନ୍ତ ଚକ ଜମି ଦଖଲ ହୋଇ ପାରି ନାହିଁ। କିଛି ଚାଷୀଙ୍କଜମି ଖୁବ କମ ପରିମାଣର ଥାଇ ବେଳେ ସେମାନଙ୍କ ଅଣ ଜଳସେଚିତ ଜମି ବଦଳରେ ଜଳସେଚିତ ଅଂଚଳରେ ଦୁଇ ତିନିଗୁଣ ପର୍ଯ୍ୟନ୍ତ ଚକ ବନ୍ଦୋବସ୍ତରେ ଜାଲିଆତିକରି ଜମି ପ୍ରଦାନ କରାଯାଇଛି। ପୁଣି ଚକ କମିଟୀରେ ଥିବା ସଦସ୍ୟ ମାନେ ରାଜପଥ କଡରେ ମୁଲ୍ୟବାନ ଜମି ଗୁଡିକୁ ହାତେଇ ନେଇଛନ୍ତି। ଯାହାଦ୍ୱାରା ମେଜର ବନ୍ଦୋବସ୍ତରେ ରାଜପଥ କଡରେ ବର୍ତମାନ ପର୍ଯ୍ୟନ୍ତ ଚାଷ କରୁଥିବା ଚାଷୀ ମାନେ ଗୁରୁତର କ୍ଷତିଗ୍ରସ୍ତ ହୋଇଛନ୍ତି। ଚକ କମିଟୀରେ ଥିବା ସଦସ୍ୟ ମାନେ ଜମି ମୂଲ୍ୟାଙ୍କନରେ ମଧ୍ୟ ଗୁରୁତର ଜାଲିଆତି କରିଛନ୍ତି। ଅଣଜଳସେଚିତ ଜମିର ମୁଲ୍ୟକୁ ଜାଣିଶୁଣି ଜଳସେଚିତ ଜମି ସହ ସମାନ ରଖି କମିଟୀର ସଦସ୍ୟ ମାନେ ନିଜ ଜମିକୁ ଜଳସଚିତ ଏବଂ ରାଜପଥ କଡରେ ଚକ ବନ୍ଦୋବସ୍ତରେ ଜମି ହାତେଇଛନ୍ତି। ଏବେ ରାଜପଥ ସଂପ୍ରସାରଣ ପରେ ଜିଳ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଯୁଯୁମୁରା ତହସିଲଦାର କବରାପାଲିକୁ ଯାଇ ପ୍ରଜାଙ୍କ ସହ ଆଳୋଚନା କରିବା ପରେ ସବୁକଥା ପଦାକୁ ଆସିଥିଲା। ଜାଲିଆତି ଯୋଗୁଁ ବହୁ ଚାଷୀ ନିଜ ଜମି ତୁଲନାରେ କମ ପରିମାଣର ଏବଂ କମ ମୁଲ୍ୟର ଜମି ପାଇଥିବାରୁ ବିନା ସଂଶୋଧନରେ ଚକ ଦଖଲ କରିବାକୁ ମନା କରିଥିଲେ। ଚାଷୀ ମାନଙ୍କର ମେଜରରେ ଥିବା ଜମି ର ପରିମାଣ ଏବଂ ମୁଲ୍ୟକୁ ଚକ ଜମିର ପରିମାଣ ଏବଂ ମୁଲ୍ୟ ସହ ତୁଲନା କରି ସଂଶୋଧନ କରିବା ପରେ ଚକ ଦଖଲ କରାଇବାକୁ ତହସିଲଦାରଙ୍କୁ ଦାବି କରିଥିଲେ। ବିନା ସଂଶୋଧନରେ ଚକ ଦଖଲ କରାଗଲେ ଗାଁରେ ଆଇନ ଶୃଖଲା ପରିସ୍ଥିତି ସୃଷ୍ଟୀ ହେବାର ଆଶଙ୍କା ସୃଷ୍ଟୀ ହୋଇଛି। ଏଥିପାଇଁ ଗାଁର ଚକ ବନ୍ଦୋବସ୍ତରେ ବହୁ ସଂଖ୍ୟାରେ ଚାଷୀ ମାନ କ୍ଷତିଗ୍ରସ୍ତ ହେଉଥିବାରୁ  ଯଥାଶିଘ୍ର ଚକ ବନ୍ଦୋବସ୍ତକୁ ସଂଶୋଧନ କରି ଚାଷୀ ଙ୍କୁ ଦଖଲ ଦେବାକୁ ଜିଳ୍ଲାପାଳଙ୍କୁ ଭେଟୀ କବରାପାଲିର ଚାଷୀ ମାନେ ଦାବି କରିଛନ୍ତି। ଜିଲ୍ଲାପାଳ ସାତ ଦିନ ଭିତରେ ଘଟଣାର ଅନୁସନ୍ଧାନ କରି ପଦକ୍ଷେପ ନେବାକୁ ଯୁଯୁମୁରା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି।

ଦୟାସାଗର ମିର୍ଦ୍ଧା, ନିଲାଞ୍ଚଳ ପଧାନଙ୍କ ଜମି ୦ ବର୍ଷ ପୁର୍ବରୁ କବରାପାଲିରେ ଚକ ବନ୍ଦୋବସ୍ତ କରାଯାଇଥିଲେବି ଚାଷୀ ମାନେ ବର୍ତମାନ ପର୍ଯ୍ୟନ୍ତ ମେଜର ବନ୍ଦୋବସ୍ତ ଅନୁସାରେ ଚାଷ କରି ଆସୁଛନ୍ତି। ତେବେ ଜମିଅଧିଗ୍ରହଣ ସମୟରେ ଚକ ପଟା ଅନୁସାରେ କ୍ଷତିପୁରଣ ଦିଆଯାଇଥିଲା। ସେଥିପାଇଁ ବହୁ ଚାଷୀ ଚାଷ କରୁଥିବା ଜମି ହରାଇଥିବା ସତ୍ୱେ ଚକପଟାଧାରୀ କ୍ଷତିପୁରଣ ପାଇଥିଲେ। ସେତେବେଳେ ଚାଷୀଙ୍କ ଭିତରେ ଗଣ୍ଡଗୋଳ ହେବା ନେଇ ଚାଷୀ ମାନେ ପ୍ରଶାସନ ନିକଟରେ ଆଶଙ୍କା ପ୍ରକଟ କରିଥିଲେ। ସେତେବେଲେ ଚାଷୀଙ୍କୁ ଚକ ଜମି ଚିହ୍ନଟ କରିଦିଆଯିବ ବୋଳି ପ୍ରତିଶ୍ରୁତି ଦିଆଯାଇଥିଲା। ଏବେ ଖରିଫ ଚାଷ ଅମଲ ସରିବା ପରେ ରବି ଚାଷ ପାଇଁ କେନାଲରେ ପାଣି ମଧ୍ୟ ଛଡାସରିବା ସତ୍ୱେ ଚାଷୀ କେଉଁଜମିରେ ଚାଷ କରିବ ସେ ନେେଇ ଚିନ୍ତାରେ ପଡିଛି। ଚାଷ ବିଲମ୍ବ ହେଉଥିବା ବେଲେ ଏହାର ସମାଧାନ ପାଇଁ ଗତ ୭ ତାରିଖରେ କବରାପାଲି ର ଚାଷୀ ମାନେ ଏକ ବୈଠକ କରି ଚକ ଅନୁସାରେ ବହୁ ଚାଷୀ କ୍ଷତିପୁରଣ ଗ୍ରହଣ କରିସାରିଥିବାରୁ ଚକ ଦଖଲ କରିବାକୁ ସ୍ଥିରକରିଥିଲେ। ଏହାପରେ ଯୁଯୁମୁରା ତହସିଲଦାରଙ୍କୁ ଭେଟି ଏନେଇ ଗତ ୧୧ ତାରିଖରେ ଲିଖିତ ଅନୁରୋଧ କରାଯାଇଥିଲା। ହେଲେ ସେ ସାତ ଦିନ ବିତିବା ପରେବି କୋ÷ଣସି ପଦକ୍ଷେପ ନେଲେ ନାହିଁ। ଯାହାଦ୍ୱାରା ଚାଷ ପ୍ରଭାବିତ ହେବା ଆଶଙ୍କା ବୃଦ୍ଧି ପାଇଛି। ଏହାପରେ କବରାପାଲିର ଚାଷୀ ମାନେ ଆଜି ସମ୍ବଳପୁର ଜିଲ୍ଲାପାଳଙ୍କୁ ଭେଟି ଚକ ଜମି ଚିହ୍ନଟ କରିବାକୁ ଅନୁରୋଧ କରିଛନ୍ତି। ଗାଁର ଚାଷୀ ମାନେ ଚାଷ ପାଇଁ ଋଣ କାରବାର ଠୁ ଆରମ୍ଭ କରି ମାଲଗୁଜାରୀ ମଧ୍ୟ ଚକ ପଟା ଅନୁସାରେ କରୁଛନ୍ତି। ଜମିର ବିକ୍ରୀ ପଂଜିକରଣ ମଧ୍ୟଚକପଟା ଅନୁସାରେ କରାଯାଉଛି। ତେବେ ଚକଅନୁସାରେ ଜମି ଅଧିଗ୍ରହଣ ପରେ ବହୁ ଚାଷୀ ଜମିହରା ହୋଇଛନ୍ତି। ତେଣୁ ଚାଷୀଙ୍କୁ ଶିଘ୍ର ଚକ ଜମି ଚିହ୍ନଟ ପ୍ରକ୍ରୀୟା ଜରୁରୀ ହୋଇପଡିଛି। ଡିସମ୍ବେର ସୁଦ୍ଧା କବରାପାଲି ମୋ÷ଜାର ଚାଷ ଜମି ଚିହ୍ନଟ କରାନଗଲେ ଚାଷୀ ମାନେ କ୍ଷତିଗ୍ରସ୍ତ ହେବେ ବୋଲି ଆଜି ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ଶିଘ୍ର ଚକ ଜମି ଚିହ୍ନଟ କରାନଗଲେ ରାଜପଥ ନିର୍ମାଣ କାମକୁ ବିରୋଧ କରାଯିବ ବୋଲି ଚାଷୀ ମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆଜି ଜିଲ୍ଲାପାଳଙ୍କୁ ଭେଟିଥିବା ଚାଷୀ ପ୍ରତିନିଧିଙ୍କ ମଧ୍ୟରେ ମହିମା ପ୍ରସାଦ ବଢାଇ, ଶରତ ଚନ୍ଦ୍ର ସାହୁ, ଜଗଦିଶ ସାହୁ, ପବିତ୍ର ବଢାଇ, ଳଲିତ ଭୋଇ, ଗୋବିନ୍ଦ ସାହୁ, ମେଘନାଦ ବାଗ, ସୁଶାନ୍ତ ସାହୁ, ଅଶ୍ୱିନୀ ବଢାଇ ପ୍ରମୁଖ ସାମିଲ ରହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top