ଓଡ଼ିଶା

କପ୍ଲିଂ ଭାଙ୍ଗି ମାଲବାହୀ ଟ୍ରେନରୁ ବଗି ଅଲଗା, ୨ଘଣ୍ଟା ରେଳଯାତ୍ରା ବ୍ୟାଘାତ

ବାହାନଗା/ବାଲେଶ୍ୱର, ୧୫/୦୪(ଓଡ଼ିଆ ପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଓ ପଣପଣା ରେଳଷ୍ଟେସନ ମଧ୍ୟରେ ଏକ ଅଭାବନୀୟ ଘଟଣା କ୍ରମରେ ଟ୍ରେନରୁ କପ୍ଲିଂ ଭାଙ୍ଗି ଯିବାରୁ ଶନିବାର ସନ୍ଧ୍ୟାରେ ୨ଘଣ୍ଟା ରେଳ ସେବା ବ୍ୟାଘାତ ହୋଇଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ଶନିବାର ଦିନ ଧାମରାରୁ ଟାଟା ଅଭିମୁଖେ ଏ ଗ୍ରେଡ଼ ଲାଇମଷ୍ଟୋନ ନେଇ ମାଲ ବାହୀ ଟ୍ରେନ ଯାଉଥିଲା। ତେବେ ମାଲଗାଡ଼ିଟି ସନ୍ଧ୍ୟା ୬.୨୦ରେ ବାହାନଗା ଷ୍ଟେସନ ଅତିକ୍ରମ କରିଥିଲା। ପଣପଣା ଷ୍ଟେସନ ପରେପରେ ଟ୍ରେନଟି ବେଗ ବଢିବାରୁ ମାଲବାହୀ ଗାଡ଼ିର ଗୋଟିଏ କପ୍ଲିଂ ଭାଙ୍ଗି ଯିବାରୁ ଟ୍ରେନଟି ଅଲଗା ଅଲଗା ହୋଇଯାଇଥିଲା। ମୋଟ ୬୦ବଗିରୁ ଇଞ୍ଜିନ ସହ୫୪ଟି ବଗି ଖନ୍ତାପଡ଼ା ଷ୍ଟେସନ ନିକଟରେ ଅଟକିଥିଲା। ପଣପଣା ଷ୍ଟେସନର ଅନତି ଦୁର ପଟା ପୋଲ ଠାରେ ବାକି ୬ଟି ବଗି ଅଟକି ରହିଥିଲା। ତେବେ ରେଳ ବିଭାଗ ଉକ୍ତ ଘଟଣା ଜାଣିବା ପରେ ବାହାନଗା ଷ୍ଟେସନରୁ ଅନ୍ୟ ଏକ ଇଞ୍ଜିନ ଯୋଗେ ୬ଟି ବଗିକୁ ଟାଣି ନେଇଥିଲା। ତେବେ ୮.୩୦ ସମୟରେ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବାପରେ ରେଳଚଳାଚଳ ସ୍ୱଭାବିକ ହୋଇଥିଲା। ଫଳରେ ୨ଘଣ୍ଟା ଧରି ଉକ୍ତ ଲାଇନରେ ରେଳଚଳା ଚଳ ବାଧାପ୍ରାପ୍ତ ହୋଇଥିଲା। ଅଘଟଣ ବାବଦରେ ଖନ୍ତାପଡ଼ା ଷ୍ଟେସନ ମାଷ୍ଟର ତପନ ମହାନ୍ତି କହନ୍ତି ପୁରୁଣା କପ୍ଲିଂ ଭାଙ୍ଗି ଯିବାରୁ ଏଭଳି ସମସ୍ୟା ଉପୁଜି ଥିଲା। ତେବେ ବିଭାଗ ତରଫରୁ ତୁରନ୍ତ ମରାମତି କରାଯିବା ସହ ରେଳ ଚଳାଚଳକୁ ସ୍ୱଭାବିକ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top