ଓଡ଼ିଶା

କପାଳୀ ନଦୀର ଜଳପତନ ବୃଦ୍ଧି; ଜନସାଧାରଣ ହନ୍ତସନ୍ତ

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଲଘୁଚାପ ବର୍ଷା ପ୍ରଭାବରେ କପାଳୀ ନଦୀରେ ଜଳପତନ ବୃଦ୍ଧି ପାଇଛି। ଫଳରେ ନଦୀ ପାର୍ଶ୍ୱ ଚାଷଜମି ଓ ରାସ୍ତା ଉପରେ ଏହାର ପ୍ରଭାବ ପଡିଛି। କପାଳୀ ନଦୀର ମାନ୍ୟତା ପାଇ ନଥିଲେ ମଧ୍ୟ ଏହା ଅଷ୍ଟବାଙ୍କ ଦେଇ ପ୍ରବାହିତ ହେବାସହ ଏହାର ମୁହାଣ ପୋତି ଯାଇଥିବାରୁ ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଛି। ଉପର ମୁଣ୍ଡରେ ସାମାନ୍ୟ ବର୍ଷା ହେଲେ ଚାଷୀଙ୍କ ଉପରେ ଏହାର ପ୍ରଭାବ ପଡୁଛି। ବାରମ୍ବାର ନଦୀ ଜଳ ପଶି ଧାନ ତଳି ନଷ୍ଟ ହେଉଛି। ଏହି ନଦୀ କେନ୍ଦୁଝର ଜିଲା ହାଟଡିହି ବ୍ଲକ ବନ୍ତଳା ଗ୍ରାମରୁ ବାହାରି ବନ୍ତ ବ୍ଲକ ଦେଇ ଭଦ୍ରକ ଜିଲାର ବିଭିନ୍ନ ଅଞ୍ଚଳ ଦେଇ ଯାଇଛି। ଏହାର ମୁହାଣ ପୋତି ହେବା ସହ ଏହା ମଧ୍ୟରେ ବିଲାତି କଳମ ବୁଦାରେ ପୂଣ୍ଣ ର୍ ହୋଇଛି। ଏହାଦ୍ୱାରା ସାମାନ୍ୟ ବର୍ଷାରେ ନଦୀ ଜଳ ବିଭିନ୍ନ ଗ୍ରାମ୍ୟ ରାସ୍ତା ସହ ଚାଷଜମିରେ ମାଡି ଯାଉଛି। ନଦୀରେ ଅସଂଖ୍ୟ ବାଙ୍କ ଥିବାରୁ ଏହାକୁ ସିଧା କରି ଏହାର ପୁନରୁଦ୍ଧାର କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ନଦୀ ଜଳ ପ୍ରଭାବରେ ପାର୍ଶରେ ଥିବା ବସନ୍ତିଆ ପଞ୍ଚାୟତର ମନୋହରପୁର, ରାମଚନ୍ଦ୍ରପୁର ପଞ୍ଚାୟତର କରାଣ୍ଡିଗଡିଆ, ଗୋବିନ୍ଦପୁର, ବରପଦୀ, ରାମଚନ୍ଦ୍ରପୁର, ପାନପଦୀ, ନିମପଡା, ବନ୍ତ ପଞ୍ଚାୟତର ନରସିଂହପୁର, ରଘୁନାଥପୁର, ଦୋଳପଦୀ, ବାଙ୍ଗୋରପଦୀ, ଜଗଦୀଶପୁର, ଗଭରପୁର, ଟିଲୋ ପଞ୍ଚାୟତର ଶାଳକଣିଆଁ, ସଖିପାଟଣା, ପୋଡାପାଟଣା, ଭୁବନେଶ୍ୱରପୁର ଶାସନ, କରଞ୍ଜପଡା, ତାଳପଦା, ତ୍ରିକୋଣା, ନିଳୋକ ପଞ୍ଚାୟତର ପଡିଆପଡା, ଦୋଳପଦୀ, ଗଣିଜାଙ୍ଗ ପଞ୍ଚାୟତର କନ୍ତିଆ, ନାରାୟଣପୁର, ରାମକୃଷ୍ଣପୁର ଓ ରାମପୁର ଆଦି ମୌଜାର ଚାଷ ଜମିଗୁଡିକ କ୍ଷତିଗ୍ରସ୍ତ ହେଉଛି। ଅନ୍ୟପକ୍ଷରେ ରାମଚନ୍ଦ୍ରପୁର ପଞ୍ଚାୟତ ପାଶ୍ୱର୍ରେ ନବ ନିର୍ମିତ ପାନୀୟ ଜଳପ୍ରକଳ୍ପ ଏହି ନଦୀ ବନ୍ୟା ଜଳରେ ବୁଡି ରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top