କନ୍ୟାଶ୍ରମ ଅନ୍ତେବାସୀନୀଙ୍କୁ ଶୀତବସ୍ତ୍ର ପ୍ରଦାନ

ଭଦ୍ରକ, ୨୧ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ବ୍ଲକ ଚଣ୍ଡିଗାଁ ପଞ୍ଚାୟତସ୍ଥିତ ପଗଡ଼ ଗ୍ରାମରେ ଥିବା ମାନବସେବା କନ୍ୟାଶ୍ରମ ଅନ୍ତୋବାସୀନୀଙ୍କୁ ଆଜି ଶୁଖିଲା ଖାଦ୍ୟ ସହ ଶୀତବସ୍ତ୍ର ଅଗ୍ରଣୀ ସ୍ୱଚ୍ଛୋସେବୀ ସଂଗଠନ ୟୁଡି ( ୟୁନିକ ଡ଼୍ରପସ୍) ପକ୍ଷରୁ ପ୍ରଦାନ କରାଯାଇଛି। ପ୍ରତ୍ୟେକ ରବିବାର ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସାମାଜିକ ସେବା କାର୍ଯ୍ୟ କରାଯାଉଥିବା ବେଳେ ଏହି କ୍ରମରେ ୟୁନିକ ଡ଼୍ରପସ୍ର କର୍ମକର୍ତ୍ତା ମାନେ କନ୍ୟାଶ୍ରମରେ ପହଞ୍ଚି ସମସ୍ତ ଅନ୍ତେବାସୀନୀଙ୍କୁ ସାଲ୍ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଅତିଶ କୁମାର ବେହେରା ଯୋଗଦେଇ ସମାଜର ସବୁଠୁ ତଳ ସ୍ତରରେ ବସବାସ କରୁଥିବା ଶିଶୁ ମାନଙ୍କର ଉନ୍ନତି ତଥା ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଥିବା କହିଥିଲେ। ସରକାରୀ ଅନୁଦାନରୁ ବଞ୍ଚିତ ଏହି ଅନୁଷ୍ଠାନ ବହୁ ବାଧାବିଘ୍ନ ମଧ୍ୟରେ ୭ବର୍ଷ ଧରି ବହୁ ଅସହାୟ ତଥା ନିରାଶ୍ରୟ ଶିଶୁକନ୍ୟା ଏବଂ ଯତ୍ନ ନେଉଥିବାରୁ ଏହି କନ୍ୟାଶ୍ରମର ଭ୍ୱୟସୀ ପ୍ରଶଂସା କରିଥିଲେ। ଏହା ବ୍ୟତୀତ ସରକାରୀ ଯୋଜନାର ଆଢୁଆଳରେ ଆଶ୍ରମର ଅନ୍ତେବାସୀନୀଙ୍କୁ ୟୁନିକ୍ ଡ଼୍ରପସ୍ ପରି ଯୁବଗୋଷ୍ଠୀ ସଂଗଠନ ଯେଭଳି ନିସ୍ୱାର୍ଥପର ସେବା ଯୋଗାଉଛନ୍ତି, ତାହା ସରକାରୀ କଳ ପାଇଁ ନିଶ୍ଚିତ ଉଦାହରଣ ବୋଲି କହିଥିଲେ। ମାନବ କନ୍ୟାଶ୍ରମର ମୁଖ୍ୟ ପରିଚାଳକ ପଞ୍ଚାନନ କର ୟୁନିକ ଡ଼୍ରପସ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ଆଶ୍ରମ ପ୍ରତି ସରକାର ତଥା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ଦିଗରେ ସମସ୍ତ ଆଗନ୍ତୁକଙ୍କ ସହଯୋଗ କାମନା କରିଥିଲେ।

Leave a Reply

Your email address will not be published. Required fields are marked *