ଜଗତସିଂହପୁର

କନିମୂଳ ଡ଼ାକ୍ତର ଖାନାରେ ସ୍ଥାୟୀ ଡ଼ାକ୍ତର ପାଇଁ ଦାବି

ତିର୍ତ୍ତୋଲ୧୨/୧୦ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ କନିମୂଳ ପଞ୍ଚାୟତରେ ଥିବା ଏକମାତ୍ର କନିମୂଳ ପ୍ରାଥମିକ ଚିକିତ୍ସାଳୟ(ନୂତନ)ରେ ଦୀର୍ଘଦିନ ହେବ ଡ଼ାକ୍ତର ନଥିବାରୁ ଫାର୍ମାସିଷ୍ଟି ଓ କମ୍ପାଉଣ୍ଡରଙ୍କ ହାତରେ ରୋଗୀମାନଙ୍କ ଚିକିତ୍ସା ବନ୍ଧାପଡ଼ିଛି। ଏହି ଅଞ୍ଚଳଟି ଧୋୟା ଅଞ୍ଚଳର ବନ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଅଛି। ଦୀର୍ଘଦିନ ହେବ ସ୍ଥାୟୀ ଡ଼ାକ୍ତର ନଥିବାରୁ ରୋଗୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ବର୍ଷ ପୂର୍ବରୁ ଡ଼ାକ୍ତର ନିଯୁକ୍ତି ପାଇଁ ଧାରଣା ମଧ୍ୟ ଦିଆଯାଇଥିଲା। କିନ୍ତୁ ଧାରଣାର କଥା ରଖିବାପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କିଛିଦିନ ପାଇଁ ଡ଼ାକ୍ତର ନିଯୁକ୍ତି ଦେଇଥିଲେ। ଏବେ ଏହି ଡ଼ାକ୍ତରଖାନାରେ ଡ଼ାକ୍ତର ନଥିବାରୁ ରୋଗୀ ମାନେ ନିରାଶ ହୋଇ ୧୫ ରୁ ୨୦ କିଲୋମିଟର ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବାପାଇଁ ଯାଉଥିବା ଦେଖିବାକୁ ମିଳିଛି। ଏହି ଡ଼ାକ୍ତର ଖାନା ଉପରେ କନିମୂଳ, ଦାଇଁଲୋ, ଲଙ୍କାପଡ଼ା, ଗଇଠିପୁର, ନାରିଜଙ୍ଗ, ପାରିପୁଣ୍ଡିଲ, ମତ୍ତଗଜପୁର, ଭଁସର, ଗୋପାଳପୁର(ଶଙ୍ଖେଶ୍ୱର), ଜନ୍ନାର୍ଦ୍ଦନପୁର, ପୋଷଲ, ପରୁଣା, ହାବେଳୀ, ବଡ଼ଜିଙ୍ଗଲ, ମୁଣ୍ଡିଦା, ବିଜିପୁର, ଜେନାସାହି ସମେତ ଆଖାପାଖ ଅଞ୍ଚଳରେ ଥିବା ଶତାଧିକ ଜନସାଧାରଣ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାଆନ୍ତି। ବର୍ତ୍ତମାନ ଏହି ସବୁ ଅଞ୍ଚଳରେ ଡ଼େଙ୍ଗୁ ସମେତ ବିଭିନ୍ନ ରୋଗରେ ରୋଗୀ ମାନେ ଆକା୍ରନ୍ତ ହେଉଥିବାବେଳେ ପ୍ରାଥମିକ ଚିକିତ୍ସା ମିଳିପାରୁନାହିଁ। ସ୍ଥାୟୀ ଡ଼ାକ୍ତର ନିଯୁକ୍ତି ପାଇଁ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ ଦାଶ, ପ୍ରଶାନ୍ତ ପଣ୍ଡା, ବିରଜାମୋହନ ମହାପାତ୍ର, ଅକ୍ଷୟ ଦାସ, ଅରୁଣ ମଲ୍ଲିକ, ପୂଣ୍ଣଚନ୍ଦ୍ର ଦାସ, କେଶବ ଚନ୍ଦ୍ର ପାଣି, ରଞ୍ଜନ ଖୁଣ୍ଟିଆ, ଶୁସାନ୍ତ ସୁତାରଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ବିଭାଗୀୟ କତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top